ଅବ୍ୟବସ୍ଥାରେ ଆଇସୋଲେଶନ ସେଣ୍ଟର

ଏରସମା, ୧୬।୪ (ସ୍ବ.ପ୍ର.)-ଏରସମା ବ୍ଲକ ଅଧୀନ ଜିରୋଇଲୋ ପଞ୍ଚାୟତରେ ହୋଇଥିବା ଆଇସୋଲେଶନ ସେଣ୍ଟରରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ଏଥିରେ ରହିଥିବା ଜଣେ ମହିଳାଙ୍କ ସମେତ ୫ ଜଣ ଅସୁବିଧାରେ ରହୁଛନ୍ତି। ପ୍ରକାଶ ଯେ, ଜିରାଇଲୋ ପଞ୍ଚାୟତ ଅଧୀନ ଜିରାଇଲୋ ନମୌଜୀ ହାଇସ୍କୁଲକୁ ଅସ୍ଥାୟୀ ଆଇସୋଲେଶନ ସେଣ୍ଟର କରାଯାଇଛି। ସେଥିରେ ଗତ ୧୩ ଦିନ ହେବ ସ୍ଥାନୀୟ ଅଞ୍ଚଳର ସରସ୍ବତୀ ମଲ୍ଲିକ ଓ ବିକାଶ ମଲ୍ଲିକ ରହୁଥିବା ବେଳେ ଗତ ୩ଦିନ ହେଲା ଅନିଲ ଦଳାଇ, ସୁନୀଲ ଦଳାଇ ଓ ରମାକାନ୍ତ ଦଳାଇ ରହୁଛନ୍ତି। ନିୟମ ଅନୁସାରେ ସେମାନଙ୍କ ବେଡ୍‌ସିଟ ସାନିଟାଇଜ କରାଯିବା କଥା। ତାହା କରାଯାଉ ନ ଥିବା ବେଳେ ସେଠାରେ ଜଣେ ମହିଳା ରହୁଥିଲେ ବି ତାଙ୍କ ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଗୋଟିଏ ଶୌଚାଳୟ ଥିବା ବେଳେ ତାହାକୁ ବ୍ଲିଚିଂ ପକାଯାଇ ସଫା କରାଯାଉନାହିଁ। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ପିଇବା ପାଣି ପାଇଁ ଫିଲଟର୍‌ କିମ୍ବା ଆକ୍ୱାଗାର୍ଡ ବ୍ୟବସ୍ଥା କରା ନ ଯାଇ ସ୍କୁଲ ପରିସରରେ ଥିବା ନଳକୂପରୁ ପାଣି ପିଇବାକୁ ଦିଆଯାଉଛି। ତେବେ ଆଇସୋଲେଶନ ସେଣ୍ଟରରେ ଏଭଳି ଅବ୍ୟବସ୍ଥା ଯୋଗୁ ଯଦି ସେମାନଙ୍କ ମଧ୍ୟରୁ ଜଣେ କେହି କରୋନା ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତା’ହେଲେ ଅନ୍ୟ ୪ ଜଣ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଆସନ୍ତା ୨ଦିନ ଭିତରେ ଆକ୍ୱାଗାର୍ଡ ବସାଯିବ। ଏଥିସହିତ ଯଥେଷ୍ଟ ପରିମାଣରେ ବ୍ଲିଚିଂ ନ ଥିବାରୁ ଦିଆଯାଇ ନ ଥିଲା, ଖୁବ୍‌ଶୀଘ୍ର ସେ ନେଇ ବ୍ୟବସ୍ଥା କରାଯିବ। ସମ୍ପୃକ୍ତା ମହିଳାଙ୍କ ଭାଇ ସେହି ଆଇସୋଲେଶନ ସେଣ୍ଟରରେ ରହୁଥିବାରୁ ଗାର୍ଡର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri