ଅବୈଧ ଗର୍ଭପାତ

ଡା. ଶୁଭଶ୍ରୀ ମିଶ୍ର
ସୃଷ୍ଟି ସର୍ଜନାରେ ଜଣେ ପୁରୁଷ ସହିତ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସମ୍ପ୍ରତି ଲିଭ୍‌-ଇନ୍‌-ରିଲେସନ୍‌ଶିପ୍‌ ହେଉ ବା ଅନ୍ୟ କିଛି ବାହାନାରେ କେତେକ କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅବାଧ ମିଳାମିଶାର କୁପରିଣତିର ଶିକାର ମହିଳାଟି ହୋଇଥାଏ। କେତେକ କ୍ଷେତ୍ରରେ ବୋହୂ, କୁମାରୀ କନ୍ୟା ଅବାଞ୍ଛିତ ସନ୍ତାନର ଜନନୀ ହୋଇଥାନ୍ତି ତ କେହି କେହି ଅବୈଧ ଗର୍ଭପାତ କରି ସାମାଜିକ ଅପବାଦରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିଥାନ୍ତି। କେବଳ ବିବାହିତା ନୁହନ୍ତି ଅନେକ କ୍ଷେତ୍ରରେ ଅବିବାହିତାମାନେ ଗର୍ଭପାତ କରୁଛନ୍ତି। ଭ୍ରୂଣହତ୍ୟା ମହାପାପ ବୋଲି ବିଚାର ରହିଥିଲା। ଏବେ କିନ୍ତୁ ସେ ଭାବନା ଆଉ ନାହିଁ। ୧୯୭୧ ମସିହାରେ ପ୍ରଥମକରି ଟର୍ମିନେଶନ୍‌ ଅଫ୍‌ ପ୍ରେଗ୍‌ନାନ୍ସି ଆକ୍ଟ ବଳରେ ଗର୍ଭପାତକୁ ବୈଧ କରାଗଲା, ଯାହାର ମୂଳଲକ୍ଷ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ। ସେହିପରି ସନ୍ତାନ ଜନ୍ମ ମାଆର ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ଗର୍ଭପାତ କରାଯାଉଥିଲା।
ଏହା ବ୍ୟତୀତ ବଳାତ୍କାରର ଶିକାର ହୋଇଥିବା ମହିଳାମାନେ ଅବାଞ୍ଛିତ ଗର୍ଭଧାରଣ କରିଥିବାରୁ ଆଇନ ବଳରେ ଗର୍ଭପାତ କରାଯାଇ ପାରୁଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଗର୍ଭପାତ ବ୍ୟାପକ ଭାବରେ ବଢ଼ି ଚାଲିବାରୁ କେବଳ ଚିକିତ୍ସା ମହଲ ନୁହେଁ, ସରକାରୀ ଓ ବେସରକାରୀ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଲା। ତେବେ ପ୍ରଥମ କଥା ହେଉଛି ଅବୈଧ ଗର୍ଭପାତ କ’ଣ ପାଇଁ ଘଟିଥାଏ? କୁମାରୀ ମାତୃତ୍ୱ ହେଉ ବା ଗର୍ଭସ୍ଥ ସନ୍ତାନର ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା- ଏହି ଦୁଇଟି ପ୍ରସଙ୍ଗ ଆଜିର ସମାଜ ପାଇଁ ଏକ ଉଦ୍‌ବେଗଜନକ ପ୍ରସଙ୍ଗ। କେତେକ ଯୁବତୀଯୁବକ ଲୁଚାଚୋରା ଭାବେ ଯେଉଁ ଅମଡ଼ା ବାଟରେ ଚାଲିଥାନ୍ତି ତାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ଦୁଃଖଦ ହୋଇଥାଏ। ଏପରିକି ଖୁବ୍‌ କମ୍‌ ବୟସରେ ଗର୍ଭବତୀ ହୋଇଥିବାରୁ କୁମାରୀ ମାତୃତ୍ୱ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
କେତେକ ସ୍ଥଳରେ ସ୍ବାସ୍ଥ୍ୟଗତ କ୍ଷେତ୍ରରେ ଏହା କୁପ୍ରଭାବ ପକାଉଥିବାରୁ ପରବର୍ତ୍ତୀ ସମୟରେ ଏହି କୁମାରୀ ମା’ମାନେ ଚିର ଦିନ ପାଇଁ ମା’ହେବାର ସୌଭାଗ୍ୟ ହରାଇଥାନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ସ୍ତ୍ରୀ ଓ ପ୍ରସୂତୀ ଚିକିତ୍ସକଙ୍କ ସଂଖ୍ୟା କମ୍‌ ରହୁଥିବାରୁ ସେଠାରେ ସେମାନେ ଚିକିତ୍ସା ସୁଯୋଗ ନ ପାଇ ଅନେକ ଯନ୍ତ୍ରଣାର ଶିକାର ହୋଇଥାନ୍ତି। କେବଳ ଗ୍ରାମାଞ୍ଚଳ ନୁହେଁ, ଆଜି ବି ଅନେକ ଆଦିବାସୀ ମୁଲକରେ ଗୁଣିଟୁଣି ଓ ଜଡ଼ିବୁଟିର ସହଯୋଗ ନିଆଯାଉଥିବାରୁ କୁମାରୀ ମାଆର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ବହୁ ବିଳମ୍ବରେ ସରକାରୀ ଡାକ୍ତରଖାନାକୁ ଆସିବା ବେଳକୁ ନେଡିଗୁଡ଼ କହୁଣିକୁ ବୋହିଯାଇଥାଏ। ଏ କ୍ଷେତ୍ରରେ ମାଆର ଜୀବନ ରକ୍ଷାକରିବା କାଠିକର ପାଠ ହୋଇଥାଏ। କୁମାରୀ ମାତୃତ୍ୱ ପାଇଁ ମୂଲ୍ୟବୋଧର ଅବକ୍ଷୟ ବା ବିଶୃଙ୍ଖଳା, ଭ୍ରଷ୍ଟାଚାର ବା ନୈତିକତାର ଅଧଃପତନ ପରି କାରଣ ସବୁ ଦାୟୀ।
ସମାଜରେ ଲିଙ୍ଗ ଅନୁପାତର ଅସମାନତା ପାଇଁ ଅବୈଧ ଗର୍ଭପାତ ଦାୟୀ। ଗର୍ଭରେ ଥିବା ପିଲାଟିର ଲିଙ୍ଗ ଜାଣିବା ପାଇଁ ଆଜିକା ସମୟରେ ଅନେକେ ସଚେତନ ହୋଇଥିଲେ ବି ଅନେକଙ୍କ କ୍ଷେତ୍ରରେ ଯେଉଁ ଉତ୍ସୁକତା ରହିଥାଏ ତାହା ଏକ ଦୁଃଖଦ ପ୍ରସଙ୍ଗ। ଏକ ପରିସଂଖ୍ୟାନର ତଥ୍ୟ ଅନୁଯାୟୀ ୟୁରୋପରେ କନ୍ୟାଭ୍ରୂଣ ହତ୍ୟା କରୁଥିବା ଦମ୍ପତିଙ୍କ ସଂଖ୍ୟା ପ୍ରତି ହଜାରରେ ୯୦ ଥିଲାବେଳେ ରୁଷରେ ୬୮ ଓ ଅଷ୍ଟ୍ରେଲିଆରେ ୨୨ କିନ୍ତୁ ଭାରତରେ ଏ ସଂଖ୍ୟା ଯଥେଷ୍ଟ ଅଧିକ। ପ୍ରତିବର୍ଷ ଭାରତରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ କନ୍ୟାଭ୍ରୂଣ ହତ୍ୟା ହେଉଛି। କେବଳ ଗ୍ରାମାଞ୍ଚଳ ନୁହେଁ ଅଧିକ ପାଠୁଆ ଓ ବଡ଼ ପରିବାର କୁହାଯାଉଥିବା ସହରାଞ୍ଚଳରେ ଏ ସଂଖ୍ୟା ବେଶି। ୨୦୦୩ରୁ ଭାରତରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ ତଜ୍ଜନିତ ବିଜ୍ଞାପନକୁ ବେଆଇନ ଘୋଷଣା କରିବା ସହ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଯେଉଁ ଚିକିତ୍ସକମାନେ ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ନଷ୍ଟରେ ସାହାଯ୍ୟ କରିଥାନ୍ତି ସେମାନଙ୍କୁ ଭାରତୀୟ ପିଙ୍ଗଳ କୋଡର ୩୧୨, ୩୧୩, ୩୧୬ ଓ ୩୧୮ ଧାରା ଅନୁଯାୟୀ ଦଣ୍ଡ ପ୍ରଦାନ କରାଯାଇଥାଏ। ଭ୍ରୂଣର ଲିଙ୍ଗ ନିରୂପଣ ପରୀକ୍ଷାକୁ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ରହିଥିବା ପ୍ରି-ନାଟାଲ ଡାଇଗ୍ନୋଷ୍ଟିକ ଟେକ୍‌ନିକ୍‌ ଆଇନ ଆଜିପର୍ଯ୍ୟନ୍ତ ଠିକ୍‌ଭାବେ କାର୍ଯ୍ୟ କରିପାରୁନାହିଁ। ଏ କ୍ଷେତ୍ରରେ ଜନ ଅସଚେତନତା ଦାୟୀ।
ଭାରତରେ ଅନ୍ଧବିଶ୍ୱାସ, ଆର୍ଥିକ ଦୁଃସ୍ଥିତି, କେତେକ ସାମାଜିକ ବିଡ଼ମ୍ବିତ ବିଧି ବ୍ୟବସ୍ଥା, ମହିଳାମାନଙ୍କ ପ୍ରତି ପ୍ରତିକୂଳ ଚିନ୍ତନ ପରି କାରଣ କନ୍ୟା ଭ୍ରୂଣହତ୍ୟାକୁ ପ୍ରୋତ୍ସାହିତ କରୁଛି। ସରକାରୀ ସ୍ତରରେ ସ୍ତ୍ରୀ ଓ ପ୍ରସୂତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଶାକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ୱାରା ଅଗମ୍ୟ ଆଦିବାସୀ ଅଞ୍ଚଳ ଓ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ତେବେ ମହିଳାମାନଙ୍କ ପ୍ରଗତି ବା ସୁରକ୍ଷା ଲାଗି ସରକାରୀ ଯୋଜନାକୁ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆହୁରି ସଂଗ୍ରାମ ଲୋଡ଼ା। ଏ କ୍ଷେତ୍ରରେ ଦାୟିତ୍ୱ ସମସ୍ତଙ୍କର।
ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ, ମୋ- ୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri