ଅବୁ ବକର୍‌ ଅଲ୍‌-ବାଗ୍‌ଦାଦି

ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ମୁଖ୍ୟ ଅବୁ ବକର୍‌ ଅଲ୍‌-ବାଗ୍‌ଦାଦିଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିଛି ବୋଲି ପୂର୍ବରୁ ଅନେକଥର ମିଥ୍ୟା ପ୍ରଚାର କରାଯାଇଥିଲା। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦେଶର ସ୍ପେଶାଲ ଫୋର୍ସେସ୍‌ ବାଗ୍‌ଦାଦିଙ୍କୁ ପଶ୍ଚିମ ସିରିଆର ଏକ ବଙ୍କର୍‌ରେ ଠାବ କରି ମାରିପାରିଥିଲେ ବୋଲି ଘୋଷଣା କରିବା ପରେ ଏହି ଖବର ସତ୍ୟ ବୋଲି ଜଣାପଡ଼ିଛି। ଟ୍ରମ୍ପ୍‌ଙ୍କ କହିବା ଅନୁଯାୟୀ, ଶେଷ ବେଳକୁ ବାଗ୍‌ଦାଦି କାନ୍ଦି ପକାଇଥିଲେ ଏବଂ ନିଜର ତିନୋଟି ସନ୍ତାନଙ୍କୁ ନେଇ ପଳାଇବାର ଉଦ୍ୟମ ବିଫଳ ହେବା ପରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଏଥିରେ ତାଙ୍କ ସମେତ ତାଙ୍କ ସନ୍ତାନମାନଙ୍କ ମୃତ୍ୟୁ ଘଟିଥିଲା।
୧୯୭୧ ମସିହାରେ ଇରାକ୍‌ ରାଜଧାନୀ ବାଗ୍‌ଦାଦ୍‌ ସହର ନିକଟବର୍ତ୍ତୀ ଏକ ଗ୍ରାମରେ ଜନ୍ମ ନେଇଥିବା ବାଗ୍‌ଦାଦିଙ୍କ ମୃତ୍ୟୁ ଏବେ ଏକ ବିକଟାଳ ପର୍ଯ୍ୟାୟର ସମାପ୍ତି ଆଣିଥାଇପାରେ । ଏଠାରେ ଉଲ୍ଲେଖ କରାଯାଇପାରେ ଇରାନ୍‌ର ସୂଚନା ମନ୍ତ୍ରୀ ମହମ୍ମଦ ଜାଭାଦ୍‌ଙ୍କ ଟୁଇଟ୍‌। ଯେତେବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଟୁଇଟ୍‌ ଯୋଗେ ସମଗ୍ର ପୃଥିବୀକୁ ଜଣାଇଲେ ଯେ, ଗୋଟେ ବିରାଟ ଘଟଣା ଘଟିଛି, ସେତେବେଳେ ଉତ୍ତର ଦେଇ ଜାଭାଦ୍‌ ଟୁଇଟ୍‌ କଲେ, ‘ବାଗ୍‌ଦାଦିଙ୍କ ମୃତ୍ୟୁ’ ଏକ ବଡ଼ ଘଟଣା ନୁହେଁ। ତୁମ ଦ୍ୱାରା ଜନ୍ମିତ ଜନ୍ତୁଙ୍କୁ ତୁମେ ମାରିଛ। ଇତିହାସ ଦେଖିଲେ ସୋଭିଏଟ୍‌ ରୁଷିଆର ଆଫଗାନିସ୍ତାନ ଭିତରେ ପ୍ରବେଶକୁ ପ୍ରତିହତ କରିବାକୁ ଯାଇ ଆମେରିକା ତାହାର ବୁଦ୍ଧିରେ ମୁଜାହିଦ୍ଦିନ୍‌ ଗୋଷ୍ଠୀ ସୃଷ୍ଟି କରିଥିଲା। ସେହି ଗୋଷ୍ଠୀର ଅନ୍ୟତମ ନେତା ଥିଲେ ଓସାମା ବିନ୍‌ ଲାଡେନ୍‌। ପରବର୍ତ୍ତୀ ସମୟରେ ସୋଭିଏଟ୍‌ ବ୍ୟବସ୍ଥା ଭାଙ୍ଗିପଡ଼ିିଲା। ମୁଜାହିଦ୍ଦିନ୍‌ଙ୍କ ପାଖରେ ବନ୍ଧୁକ, ଗୋଳାବାରୁଦ ରହିଗଲା। ଓସାମା ବିନ୍‌ ଲାଡେନ୍‌-ଏକ ନୂଆ ଗୋଷ୍ଠୀ ଅଲ୍‌ କାଏଦା-ସୃଷ୍ଟି କରି ଏହି ଏକବିଂଶ ଶତାବ୍ଦୀର ଆରମ୍ଭରେ ଆମେରିକା ଉପରେ ଆକ୍ରମଣ କରାଇଥିଲେ। ପରବର୍ତ୍ତୀ ସମୟରେ ସେହି ଆମେରିକାକୁ କଳ-ବଳ-କୌଶଳ ବ୍ୟବହାର କରି ଲାଡେନ୍‌ଙ୍କୁ ପାକିସ୍ତାନର ଆବୋଟ୍ଟାବାଦ୍‌ରେ ହତ୍ୟା କରିବାକୁ ପଡ଼ିିଥିଲା। ଅର୍ଥାତ୍‌ ଆମେରିକା ସୃଷ୍ଟି କରୁଥିବା ଉଗ୍ରବାଦକୁ ସେହି ଆମେରିକା ନିଜେ ରକ୍ତ ଦେଇ ଲଢ଼ିବାକୁ ପଡୁଛି। ବାଗ୍‌ଦାଦିଙ୍କ ଆବିର୍ଭାବ ପରେ ଆଇଏସ୍‌ର ଗୁରୁତ୍ୱ ବଢ଼ିଲା ଯେତେବେଳେ, ୧୭ ବର୍ଷ ପୂର୍ବେ, ଇରାକ୍‌ର ତତ୍କାଳୀନ ରାଷ୍ଟ୍ରପତି ସଦ୍ଦାମ୍‌ ହୁସେନ୍‌ଙ୍କ ପତନ ଘଟିଲା। ସେହି ପତନ ପାଇଁ ଆମେରିକା ମୁଖ୍ୟତଃ ଦାୟୀ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ହୁସେନ୍‌ ଓବାମାଙ୍କ ୮ ବର୍ଷର ଶାସନ ସମୟରେ ଆଇଏସ୍‌ର ଔଦ୍ଧତ୍ୟ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଥିଲା। ଓବାମାଙ୍କ ପରେ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦବୀ ଗ୍ରହଣ କରିବା କ୍ଷଣି ଆମେରିକାର ଚାପ ଆଇଏସ୍‌ ଉପରେ ବୃଦ୍ଧି ପାଇଥିଲା। ରୁଷିଆ ଏବଂ ସିରିଆର ରାଷ୍ଟ୍ରପତି ବଶର ଅଲ୍‌-ଆସାଦ୍‌ଙ୍କ ଅସହଯୋଗ ସତ୍ତ୍ୱେ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ ଯୋଗୁ ଆଇଏସ୍‌ ଉପରେ ଆମେରିକାର ଆକ୍ରମଣ ଜାରି ରହିଲା। ଏବେ କୁହାଯାଉଛି ଯେ, ନିଜ ବିରୋଧରେ ଆସିଥିବା ମହାଭିଯୋଗକୁ ବାଟବଣା କରିବା ଏବଂ ଆସନ୍ତାବର୍ଷ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ବାଗ୍‌ଦାଦିଙ୍କୁ ଏହି ଘଡ଼ିିସନ୍ଧି ମୁହୂର୍ତ୍ତରେ ଟ୍ରମ୍ପ୍‌ ବ୍ୟବହାର କରିଛନ୍ତି। ଏଭଳି ମାନସିକତା ସହିତ ଭାରତୀୟମାନେ ମଧ୍ୟ ଅତ୍ୟନ୍ତ ପରିଚିତ। ଯୁଦ୍ଧ ଏବଂ ଆତଙ୍କବାଦର ଦ୍ୱାହି ଦେଇ ନିର୍ବାଚନ ଜିତିବା ପାଇଁ ଶାସକ ଗୋଷ୍ଠୀର ଉଦ୍ୟମ ଭାରତରେ ନୂଆ ନୁହେଁ। ସେହିଭଳି ଭାରତୀୟ ପୁସ୍ତକରୁ, ସମ୍ଭବତଃ, ଟ୍ରମ୍ପ୍‌ ଏକ ପୃଷ୍ଠା ନେଇ ଅଲ୍‌-ବାଗ୍‌ଦାଦି ନାଟକ ରଚାଇ ପାରିଥାଆନ୍ତି। କିନ୍ତୁ ଯେକୌଣସି ଉଦ୍ଦେଶ୍ୟରେ ହେଉ ପଛେ ବାଗ୍‌ଦାଦିଙ୍କ ମୃତ୍ୟୁ ମଧ୍ୟପ୍ରାଚ୍ୟ ଏବଂ ପଶ୍ଚିମ ଏସିଆର ଭବିଷ୍ୟତକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ। ଓସାମା ବିନ୍‌ ଲାଡେନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ରକୁ ମଧ୍ୟ ହତ୍ୟା କରାଯାଇଥିଲା ଏବଂ କେତେକ ମହଲରେ ଚିନ୍ତା କରାଯାଉଛି ଯେ, ଅଲ୍‌-କାଏଦାର ପ୍ରଭାବ ହ୍ରାସ ପାଇଛି। ଅନୁରୂପ ଭାବେ ବାଗ୍‌ଦାଦିଙ୍କ ମୃତ୍ୟୁ ନିଶ୍ଚିତ ଭାବେ ଆଇଏସ୍‌ର କାର୍ଯ୍ୟ ପ୍ରଣାଳୀରେ ଦୁର୍ବଳତା ଆଣିଦେଇପାରେ। ଅନ୍ୟପଟେ ଏହା ମନେରଖିବାକୁ ହେବ ଯେ, ଆଧୁନିକ ପୃଥିବୀର ସଭ୍ୟତା ପ୍ରତି ସବୁଠାରୁ ବଡ଼ ବିପଦ ସୃଷ୍ଟି କରିଛି ଧର୍ମୀୟ ଉଗ୍ରବାଦ। ବାଗ୍‌ଦାଦିଙ୍କ ଅନୁପସ୍ଥିତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ କିଏ ଆଗେଇ ଆସିବେ ତାହା କହିବା କଷ୍ଟକର। ଅନ୍ୟପଟେ ଆମେରିକା ଚିନ୍ତା କରୁଛି, ତା’ର ସୈନ୍ୟକୁ ମଧ୍ୟପ୍ରାଚ୍ୟ ଓ ପଶ୍ଚିମ ଏସିଆରୁ ପ୍ରତ୍ୟାହାର କରିନେବ । ଯଦି ତାହା ହୁଏ, କେବଳ ଯେ ଆମେରିକା ସହିତ ଥିବା କୁର୍ଦ୍ଦି, ସିରିଆର ଗଣତାନ୍ତ୍ରିକ ଶକ୍ତି ବାଧାପ୍ରାପ୍ତ ହେବ ତାହା ନୁହେଁ, ସମଗ୍ର ପୃଥିବୀ ପାଇଁ କଳାବାଦଲ ଭାବେ ସୃଷ୍ଟି ହୋଇଥିବା ଆତଙ୍କବାଦ ପୁନର୍ବାର ଶକ୍ତିଶାଳୀ ହୋଇ ମୁଣ୍ଡ ଟେକିବାର ଆଶଙ୍କା ବୃଦ୍ଧିପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri