ଅବାଧ ପଞ୍ଚାୟତ ନିର୍ବାଚନ ଲାଗି ପୋଲିସକୁ ଚ୍ୟାଲେଞ୍ଜ

ଛତ୍ରପୁର,୧୩।୨(ଡି.ଏନ.ଏ.) ଗଞ୍ଜାମ ଜିଲାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ଅବାଧ ହେବ ସେନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁସବୁ ସ୍ଥାନରେ ବିଶୃଙ୍ଖଳା କିମ୍ବା ହିଂସା ଘଟିଥିଲା ଉକ୍ତ ସ୍ଥାନ ପ୍ରତି ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦୃୃଷ୍ଟି ରଖାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି ା ଏଥିସହ ପୁରୁଣା ଅପରାଧୀ ଓ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ନଁାରେ ୧୦୭ ମାମଲାରେ ନୋଟିସ୍‌ ଦିଆଯାଉଛି। ଶେରଗଡ ଥାନା ପୋଲିସ ପକ୍ଷରୁ ୨୧୩, ବୁଗୁଡା ପୋଲିସ ପକ୍ଷରୁ ୩୮୬ ଜଣଙ୍କ ବିରୋଧରେ ଏଭଳି ନୋଟିସ୍‌ ଜାରି କରାଯାଇଛି ା ବନ୍ଧୁକ ଓ ପିସ୍ତଲ ଧାରୀମାନେ ଏଗୁଡିକୁ ସ୍ଥାନୀୟ ଥାନାରେ ଜିମା ଦେବାକୁ କୁହାଯାଇଛିା ଅତିସ୍ପର୍ଶକାତର ଓ ସମ୍ବେଦନଶୀଳ ବୁଥ୍‌ରେ ସଶସ୍ତ୍ର ବାହିନୀ ସହ ସ୍ବତନ୍ତ୍ର ଅଫିସର ନିୟୋଜିତ କରାଯିବ ା ସିିିସିଟିଭି ଲଗାଯିବା ସହ ଏଭଳି ବୁଥ୍‌ ଅଞ୍ଚଳରେ ଅଧିକ ପାଟ୍ରୋଲିଂ କରାଯିବ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି ା
କେଉଁଠି ଗଣ୍ଡଗୋଳ ହୋଇଥିଲା, ନିକଟରେ କେଉଁଠି ହିଂସାକାଣ୍ଡ ଘଟିଛି ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ସ୍ଥିର ହୋଇଛି ା ଅଧିକ ଭୋଟର କିମ୍ବା ବୁଥ୍‌ ଥିଲେ ତଦନୁସାରେ ଫୋର୍ସ ମୁତୟନ ହେବେ ବୋଲି କୁହାଯାଇଛି ା ନିର୍ବାଚନ ପରିଚାଳନା ଦୃଷ୍ଟିରୁ ସମଗ୍ର ଜିଲାରେ ୩ ହଜାରରୁ ଊର୍ଦ୍ଧ୍ୱ ଗାଡି ରକ୍ୟୁଜିଶନ୍‌ କରାଯାଇଥିବା ବେଳେ ଗଞ୍ଜାମ ପୋଲିସ ଦ୍ୱାରା ଫୋର୍ସ ପାଇଁ ୧୩୫ ଯାନବାହନ ରିକ୍ୟୁଜିଶନ୍‌ କରାଯାଇଥିବା ଜଣାପଡିଛି। ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ଥାନାରେ ଜିମା ଦେବାକୁ ପୋଲିସ ପକ୍ଷରୁ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ପୁରୁଷୋତ୍ତମପୁର ଓ ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁରୁଣା ଅପରାଧୀଙ୍କୁ ପଳାତକ ଘୋଷଣା କରି ସେମାନଙ୍କ ଘର ଆଗରେ ଆମତ୍ସମର୍ପଣ କିମ୍ବା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଲଟ୍‌କା ଟଙ୍ଗାଯାଇଛିା ଖୋର୍ଦ୍ଧା ଜିଲା ସୀମାରୁ ଆରମ୍ଭ କରି ଆରପଟେ କନ୍ଧମାଳ ଓ ଗଜପତି, ପୁଣି ଅନ୍ୟପଟେ ନୟାଗଡ ଜିଲା ସୀମା ପର୍ଯ୍ୟନ୍ତ ଗଞ୍ଜାମ ପୋଲିସ ଜିଲାର ଇଲାକା ରହିଛିା ଏଥିସହ ମାଓବାଦୀ ଉପଦ୍ରୁତ କନ୍ଧମାଳ ଜିଲା ସହ ସଂଲଗ୍ନ ଗଞ୍ଜାମ ପୋଲିିସ ଜିଲାର ସୋରଡା, ବଡଗଡ, ତାରସିଂ ଓ ଭଞ୍ଜନଗର ଥାନାର ଦୁର୍ଗମ ତଥା ଆଦିବାସୀବହୁଳ ଅଞ୍ଚଳ ରହିଛି ା ନିର୍ବାଚନ ସୁରୁଖୁରୁରେ ପରିଚାଳନା ଲାଗି ପୋଲିସକୁ ଏକ ଚ୍ୟାଲେଞ୍ଜ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri