ଅବକାରୀ, ପୋଲିସର ମିଳିତ ଚଢ଼ାଉ: ୬୮ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୧୦।୧୨(ସ୍ବ.ପ୍ର.)- ବାଂଲାଦେଶରୁ ପଶ୍ଚିମବଙ୍ଗର ଖଡ଼ଗପୁର ଓ ବର୍ଦ୍ଧମାନ ଅଞ୍ଚଳ ଦେଇ ବ୍ରାଉନସୁଗାର ବାଲେଶ୍ୱର ଜିଲା ଜଳେଶ୍ୱରକୁ ଆସୁଛି। ସେଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବହୁ ଚାଞ୍ଚଲ୍ୟକର ପ୍ରମାଣ ଅବକାରୀ ଓ ପୋଲିସକୁ ମିଳିଛି । ସୋମବାର ମଧ୍ୟରାତ୍ରରେ ଜଳେଶ୍ୱର ଅବକାରୀ ଥାନା କର୍ମଚାରୀ, ବାଲେଶ୍ୱର ଜିଲା ମୋବାଇଲ୍‌ ସ୍କ୍ବାଡ଼ ଓ ଜିଲା ପୋଲିସ ଜଳେଶ୍ୱର ଥାନା ରାଜପୁରଠାରେ ଥିବା ସଂଖ୍ୟାଲଘୁ ବସ୍ତି ଉପରେ ଚଢ଼ାଉ କରି ୬୮ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ।

ଜିଲା ଅବକାରୀ ଏସ୍‌ପି ବିବେକାନନ୍ଦ ନାୟକ ଓ ଜିଲା ଅବକାରୀ ଅଧୀକ୍ଷକ ବି. ଯୁଗଳ କିଶୋରଙ୍କ ମିଳିତ ନିର୍ଦ୍ଦେଶରେ ଉକ୍ତ ବସ୍ତି ଉପରେ ଚଢ଼ାଉ କରାଯାଇଥିଲା। ବସ୍ତିର ଆବାସ ଖାଁ(୩୦)ଙ୍କ ଘରେ ବ୍ୟାପକ ବ୍ରାଉନ୍‌ସୁଗାର କାରବାର ହେଉଥିବା ଗୋଇନ୍ଦା ବିଭାଗର ସୂଚନା ଅନୁଯାୟୀ ଅବକାରୀ ଡିଏସ୍‌ପି ସେକ୍‌ ଆସପ ଅଲ୍ଲିଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ତାଙ୍କ ଘରୁ ୬୮ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୬ଲକ୍ଷ ୮୦ହଜାର ଟଙ୍କା ହେବ। ଅବକାରୀ ସ୍ବତନ୍ତ୍ର ମୋବାଇଲ୍‌ ସ୍କ୍ବାଡ଼ରେ ମାମଲା (ନଂ. ୧୫୨/୧୯) ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି।

ଚଢାଉରେ ଆଇଆଇସି ଉଦେଲାଲ ନାୟକ, ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଓମ୍ପା ମାରାଣ୍ଡି, ଦୋଳଗୋବିନ୍ଦ ଧଳ, ଭାସ୍କର ଚନ୍ଦ୍ର ବେହେରା, ଚନ୍ଦ୍ର ସେଠୀ, ସେକ୍‌ କଲିମ୍‌, ଅଞ୍ଜନ ଜେନା, ପ୍ରହ୍ଲାଦ ବିଶ୍ୱାଳ, ମୀନତି ଜେନା, ସୃଷ୍ଟିଧର ଦେହୁରୀ, ମଙ୍ଗଳ ସିଂ, ରାଜୀବ ଭଞ୍ଜ, କୁମୁଦିନୀ ସଁ, ଶଶୀ ସାହୁ ଓ ୮ଜଣିଆ ଏପିଆର୍‌ ପୋଲିସ୍‌ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri