Posted inଖେଳ

ଅପର କଟ୍‌, ସ୍କୋୟାର କଟ୍‌, ଏବେ ହେୟାର କଟ୍‌

ମୁମ୍ବାଇ, ୨୧।୪-କରୋନା ଭାଇରସ୍‌ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିତିରେ ଏବେ ବିଶେଷ କାର୍ଯ୍ୟ ନ ଥିଲେ ଘରୁ ବାହାରିବା ମନା। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସବୁ ଉପରେ କଟକଣା। ତେଣୁ ଘରେ ଏକ ପ୍ରକାର ବନ୍ଦ ହୋଇ ରହିଥିବା ଖେଳାଳିମାନେ ନିଜ କାମ ନିଜେ କରିବାକୁ ପସନ୍ଦ କରୁଛନ୍ତି। ଏପରି ଏକ କାର୍ଯ୍ୟକରି ଏବେ ଚର୍ଚ୍ଚାରେ ରହିଛନ୍ତି ୪୬ବର୍ଷୀୟ କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର। ସେ ପରିବାରର କୌଣସି ସଦସ୍ୟଙ୍କୁ ଭରସା କରିବା ଅପେକ୍ଷା ନିଜ ଚୁଟି ନିଜେ କାଟିଛନ୍ତି। ଏକଦା କ୍ରିକେଟ ପଡ଼ିଆରେ ଅପର୍‌ କଟ୍‌, ସ୍କୋୟାର କଟ୍‌ ମାରି ଦର୍ଶକଙ୍କୁ ଉଲ୍ଲସିତ କରୁଥିବା ସଚିନ ଏବେ ନିଜେ ଦର୍ପଣ ସମ୍ମୁଖରେ କଇଞ୍ଚତ୍ ଧରି ନୂଆ ହେୟାର କଟ୍‌ ବନଉଥିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ନିଜେ ଚୁଟି କାଟୁଥିବାର ଏକାଧିକ ଫଟୋ ସଚିନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାର କ୍ୟାପ୍‌ଶନରେ ସେ ”ସ୍କୋୟାର କଟ୍‌ଠାରୁ ଆରମ୍ଭ କରି ନିଜ ହେୟାର କଟ୍‌ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ କରିବାରେ ମୁଁ ଆନନ୍ଦ ଅନୁଭବ କରେ“ ବୋଲି ସଚିନ ଲେଖିଛନ୍ତି। ପ୍ରଥମ ୨ଟି ଫଟୋରେ ଲିଟିଲ ମାଷ୍ଟର ଏକ ହାତକଟା ଗ୍ରୀନ୍‌ ଜର୍ସି ପିନ୍ଧି ଚୁଟି କାଟୁଥିବା ଦେଖାଯାଉଛି। ପରବର୍ତ୍ତୀ ୨ଟି ଫଟୋରେ ସେ ଦର୍ପଣ ସମ୍ମୁଖରେ ହେୟାର କଟ୍‌କୁ ଦେଖୁଛନ୍ତି ଏବଂ କ୍ୟାମେରା ସମ୍ମୁୁଖରେ ହସୁଥିବା ପରିଲକ୍ଷିତ ହେଉଛି। ପ୍ରକାଶଯୋଗ୍ୟ ଯେ, ସଚିନ କ୍ରିକେଟରୁ ଅବସର ନେଇଥିଲେ ହେଁ ଏବେ ମଧ୍ୟ ଅନେକ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରହିଛନ୍ତି। ନିଜେ ଚୁଟି କାଟିବା ଫଟୋ ଛାଡ଼ି ସଚିନ ସଚେତନତା ବାର୍ତ୍ତା ମଧ୍ୟ ଦେଇଛନ୍ତି। ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରିବା ଉଚିତ ବୋଲି ସେ ଅନ୍ୟ ଏକ କ୍ୟାପଶନରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri