ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ପାଇଁ ୪ ହେଲ୍ପଡେସ୍କ ଖୋଲିଲା ବିଏମ୍‌ସି

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ସହରାଞ୍ଚଳରେ ବାସ କରୁଥିବା ଲୋକେ ସେମାନଙ୍କ ସମ୍ପତ୍ତି (ହୋଲ୍ଡିଂ) ଟିକସ ଦେବାକୁ ଏନ୍‌ଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ। ଘରେ ବସି ଅନ୍‌ଲାଇନ ଜରିଆରେ ଟିକସ ପଇଠ କରିପାରିବେ। ରାଜ୍ୟର ୧୧୪ ସହରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୪ ସ୍ଥାନରେ ହେଲ୍ପଡେସ୍କ ଖୋଲାଯାଇଛି। ବୁଧବାର ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବାବେଳେ ବିଏମ୍‌ସି ମୁଖ୍ୟାଳୟ, ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନ୍‌ ଅନ୍ତର୍ଗତ ବରମୁଣ୍ଡା ରେଣ୍ଟାଲ କଲୋନୀସ୍ଥିତ କମ୍ୟୁନିଟି ସେଣ୍ଟର, ଦକ୍ଷିଣ ପୂର୍ବ ଜୋନର ସାମନ୍ତରାପୁରସ୍ଥିତ ଭୁଆଶୁଣି ମନ୍ଦିର ନିକଟ କାର୍ଯ୍ୟାଳୟ ଓ ଉତ୍ତର ଜୋନ୍‌ର ସାମନ୍ତବିହାରସ୍ଥିତ କାର୍ଯ୍ୟାଳୟରେ ଏହି ହେଲ୍ପଡେକ୍ସ ଖୋଲାଯାଇଛି।
ଲୋକଙ୍କୁ ସବୁପ୍ରକାର ସହାୟତା ଓ ପରାମର୍ଶ ଯୋଗାଇଦେବାକୁ ବିଏମ୍‌ସି ଡେପୁଟି କମିଶନରଙ୍କ ପି.ଏ. ସନ୍ତୋଷ କୁମାର ରାଉତରାୟ, ଦକ୍ଷିଣ ପଶ୍ଚିମ ଜୋନ୍‌ର ଓ୍ବାର୍ଡ ସୁପରଭାଇଜର ଭୁବନାନନ୍ଦ ପାଢ଼ୀ, ଦକ୍ଷିଣ ପୂର୍ବ ଜୋନ୍‌ର ଓ୍ବାର୍ଡ ସୁପରଭାଇଜର ଦେବୀପ୍ରସାଦ ଦାସ ଓ ଉତ୍ତର ଜୋନ୍‌ର ଓ୍ବାର୍ଡ ସୁପରଭାଇଜର ପ୍ରତାପ କୁମାର ବରାଡ଼ଙ୍କୁ ଦାୟିତ୍ୱ ଦିଆଯାଇଛି। ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏ ଲୋକେ ହୋଲ୍ଡିଂ ଟିକସ ପୈଠ ନେଇ କୌଣସି ସମସ୍ୟା ଉପୁଜିଲେ ସେମାନଙ୍କୁ ଯୋଗାଯୋଗ କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୨୦ ତାରିଖରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପତ୍ତି ଟିକସ ମଡ୍ୟୁଲ ଏବଂ ମ୍ୟୁନିସିପାଲ ପ୍ରିମିୟର ଲିଗ୍‌(ଏମ୍‌ପିଏଲ୍‌)ର ଶୁଭାରମ୍ଭ କରିଥିଲେ। ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ୱାରା ୧୧୪ ସହରାଞ୍ଚଳର ପ୍ରାୟ ୭୦ ଲକ୍ଷ ଟିକସଦାତା କୌଣସି କାର୍ଯ୍ୟାଳୟକୁ ନ ଯାଇ ଟିକସ ପଇଠ କରିପାରିବେ। ୧୧୩ ସହରାଞ୍ଚଳର ହୋଲ୍ଡିଂ ଟିକସଦାତା ନିଜର ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ଜରିଆରେ ଓ୍ବେବ୍‌ସାଇଟ www.ulbodisha.gov.in ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଟିକସଦାତା https://citizenservices.bhubaneswar.me ମାଧ୍ୟମରେ ଟିକସ ପଇଠ କରିପାରିବେ। ଟିକସ ପଇଠ ହେବା ପରେ ତୁରନ୍ତ ଟିକସଦାତାଙ୍କୁ ମେଲ/ମେସେଜ ଜରିଆରେ ରସିଦ ମିଳିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri