ଅନ୍‌ଲାଇନରେ ଆରମ୍ଭ ହେଲା ପାଠପଢ଼ା: ୭୨୧୩ ଗ୍ରୁପ୍‌ରେ ଯୋଡ଼ିହେଲେ ୫୫ ହଜାର ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୨୦ା୪: କରୋନା ଲାଗି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ପର୍ଯ୍ୟନ୍ତ ଜାରି ରହିଛି। ରାଜ୍ୟ ସରକାର ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ପାଠପଢା ବନ୍ଦ ରଖିଛନ୍ତି। ଛୁଟି ସମୟରେ ପିଲାଙ୍କୁ ପାଠପଢା ଲାଗି ରବିବାର ଖୋର୍ଦ୍ଧା ଶିକ୍ଷା ଜିଲା ଅନ୍ତର୍ଗତ ଭୁବନେଶ୍ୱର ସମେତ ୧୦ ବ୍ଲକରେ ଅନ୍‌ଲାଇନରେ ଶିକ୍ଷା ସଂଯୋଗ ଅଭିଯାନ ଆରମ୍ଭ ହୋଇଛି। ଦ୍ୱିତୀୟ ଶ୍ରେଣୀଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ବିଷୟ ଭିତ୍ତିକ ପାଠ ପଢାଯିବ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୭୨୧୩ଟି ହ୍ବାଟ୍ସ ଅପ ଗ୍ରୁପ୍‌ରେ ପ୍ରାୟ ୫୫ ହଜାର ଛାତ୍ରୀଛାତ୍ର ଯୋଡି ହୋଇଛନ୍ତି। ଜିଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କୁ ପଚାରିବାରେ ରବିବାର ପ୍ରଥମ ଦିବସରେ ପିଲାଙ୍କୁ କୋଭିଡ-୧୯ ଭୂତାଣୁ ସମ୍ପର୍କରେ ବୁଝା ଯାଇଥିଲା। ଲକ୍‌ଡାଉନ ସମୟରେ କିପରି ଗାଇଡଲାଇନକୁ ପାଳନ କରିବେ ସେ ସମ୍ପର୍କରେ ଗ୍ରୁପ୍‌ରେ ଆଲୋଚନା ହୋଇଥିଲା। ପ୍ରତି କ୍ଲାସ ଲାଗି ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ଗଠିତ ହ୍ବାଟ୍ସ ଅପ ଗ୍ରୁପରେ ସେହି ଶ୍ରେଣୀର ପିଲାଙ୍କୁ ସଂଯୋଗ କରାଯାଇଛି। ପ୍ରଥମେ ସକାଳେ ପିଲାଙ୍କୁ ଟାକ୍ସ ଦିଆଯିବ। ପିଲାମାନେ ସେହି ଟାକ୍ସ ପୂରଣ କରି ଗ୍ରୁପ୍‌ରେ ପଠାଇବେ। ଅପରାହ୍ନରେ ଶିକ୍ଷକ ଗ୍ରୁପ୍‌ରେ ସମସ୍ତ ଛାତ୍ରୀଛାତ୍ରଙ୍କ ମାର୍କ ପ୍ରଦାନ କରିବେ। ଏହାଦ୍ୱାରା ଜଣେ ଛାତ୍ର ନିଜେ କ’ଣ ଲେଖିଛନ୍ତି, ତାହାର ଉତ୍ତର ସେ ଖୋଜି ପାଇପାରିବେ। ଦ୍ୱିତୀୟ ଶ୍ରେଣୀଠାରୁ ୮ମ ପର୍ଯ୍ୟନ୍ତ ଦିନକୁ ୩ଟି କ୍ଲାସ ଏବଂ ୯ମ ଓ ୧୦ମ ଲାଗି ୪ ଟି କ୍ଲାସ ରହିବ। ଏଥିଲାଗି ସମସ୍ତ ବିଇଓ, ସିଆରସିସି ଓ ପ୍ରଧାନ ଶିକ୍ଷକଙ୍କୁ ଗ୍ରୁପ୍‌ ରଖାଯାଇଛି। ପ୍ରତ୍ୟେକ ବିଇଓ ନିଜ ଅଞ୍ଚଳର ପାଠପଢା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିବେ। ପ୍ରଧାନଶିକ୍ଷକମାନେ ନିଜ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ପିଲାଙ୍କ ପାଠପଢା ସମ୍ପର୍କରେ ଆଲୋଚନା କରି ଆଗକୁ ଅଗ୍ରସର ହେବେ। ଜିଲା ଶିକ୍ଷାଧିକାରୀ ମହାପାତ୍ର କୁହନ୍ତି, ବିଦ୍ୟାଳୟ ଛୁଟି ଘୋଷଣା ହେବା ପୂର୍ବରୁ ପ୍ରଥମେ ଭୁବନେଶ୍ୱର, ବାଳକାଟୀ ଓ ବାଲିପାଟଣା ପ୍ରଭୃତି ଅଞ୍ଚଳରେ ଶିକ୍ଷା ସଂଯୋଗ ଯୋଜନାରେ ହ୍ବାଟ୍ସ ଅପ ଗ୍ରୁପ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ଏହା ସଫଳ ହେବା ପରେ ଜିଲାର ସମସ୍ତ ବ୍ଲକରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁସାରେ ସମସ୍ତ ବିଇଓ ଓ ସିଆରସିସିଙ୍କ ସହ ଆଲୋଚନା କରାଯାଇ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟରେ ଜାରି ରହିବ। ଜିଲାର ସମସ୍ତ ସ୍କୁଲ, ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ଏଥିରେ ଯୋଡାଯିବ। ଶିକ୍ଷାଦାନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯିବ। ଏହା ବର୍ଷସାରା ଜାରି ରହିବ। ବିଦ୍ୟାଳୟ ଖୋଲିବା ପରେ ମଧ୍ୟ ଏହା ଗୀତିଶୀଳ ରହିବ। ପ୍ରତ୍ୟେକ ଦିନ ବିଦ୍ୟାଳୟ ଛୁଟି ପରେ ଦିନସାରା ପଢା ଯାଇଥିବା ପାଠକୁ ସନ୍ଧ୍ୟାରେ ଶିକ୍ଷକମାନେ ଗ୍ରୁପ୍‌ରେ ଆଲେଚନା କରିବେ। ଏହାକୁ ଶତପ୍ରତିଶତ କରିବାକୁ ପ୍ରୟାସ ଜାରି ରହିବ ବୋଲି ଶିକ୍ଷାଧିକାରୀ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ପୁରୀ ଶ୍ରୀକ୍ଷେତ୍ରରୁ ଭଟଲି ଆସିବ ତିନି ରଥର ଚକ; ସ୍ୱାଗତ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀ ଦଧିବାମନ ଧାମ, ଭଟଲି ପାଇଁ ଏକ ଗୌରବମୟ ତଥା ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ପୁରୀ…

ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…

କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri