ଅନ୍‌ଲାଇନରେ ଆରମ୍ଭ ହେଲା ପାଠପଢ଼ା: ୭୨୧୩ ଗ୍ରୁପ୍‌ରେ ଯୋଡ଼ିହେଲେ ୫୫ ହଜାର ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୨୦ା୪: କରୋନା ଲାଗି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ପର୍ଯ୍ୟନ୍ତ ଜାରି ରହିଛି। ରାଜ୍ୟ ସରକାର ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ପାଠପଢା ବନ୍ଦ ରଖିଛନ୍ତି। ଛୁଟି ସମୟରେ ପିଲାଙ୍କୁ ପାଠପଢା ଲାଗି ରବିବାର ଖୋର୍ଦ୍ଧା ଶିକ୍ଷା ଜିଲା ଅନ୍ତର୍ଗତ ଭୁବନେଶ୍ୱର ସମେତ ୧୦ ବ୍ଲକରେ ଅନ୍‌ଲାଇନରେ ଶିକ୍ଷା ସଂଯୋଗ ଅଭିଯାନ ଆରମ୍ଭ ହୋଇଛି। ଦ୍ୱିତୀୟ ଶ୍ରେଣୀଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ବିଷୟ ଭିତ୍ତିକ ପାଠ ପଢାଯିବ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୭୨୧୩ଟି ହ୍ବାଟ୍ସ ଅପ ଗ୍ରୁପ୍‌ରେ ପ୍ରାୟ ୫୫ ହଜାର ଛାତ୍ରୀଛାତ୍ର ଯୋଡି ହୋଇଛନ୍ତି। ଜିଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କୁ ପଚାରିବାରେ ରବିବାର ପ୍ରଥମ ଦିବସରେ ପିଲାଙ୍କୁ କୋଭିଡ-୧୯ ଭୂତାଣୁ ସମ୍ପର୍କରେ ବୁଝା ଯାଇଥିଲା। ଲକ୍‌ଡାଉନ ସମୟରେ କିପରି ଗାଇଡଲାଇନକୁ ପାଳନ କରିବେ ସେ ସମ୍ପର୍କରେ ଗ୍ରୁପ୍‌ରେ ଆଲୋଚନା ହୋଇଥିଲା। ପ୍ରତି କ୍ଲାସ ଲାଗି ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ଗଠିତ ହ୍ବାଟ୍ସ ଅପ ଗ୍ରୁପରେ ସେହି ଶ୍ରେଣୀର ପିଲାଙ୍କୁ ସଂଯୋଗ କରାଯାଇଛି। ପ୍ରଥମେ ସକାଳେ ପିଲାଙ୍କୁ ଟାକ୍ସ ଦିଆଯିବ। ପିଲାମାନେ ସେହି ଟାକ୍ସ ପୂରଣ କରି ଗ୍ରୁପ୍‌ରେ ପଠାଇବେ। ଅପରାହ୍ନରେ ଶିକ୍ଷକ ଗ୍ରୁପ୍‌ରେ ସମସ୍ତ ଛାତ୍ରୀଛାତ୍ରଙ୍କ ମାର୍କ ପ୍ରଦାନ କରିବେ। ଏହାଦ୍ୱାରା ଜଣେ ଛାତ୍ର ନିଜେ କ’ଣ ଲେଖିଛନ୍ତି, ତାହାର ଉତ୍ତର ସେ ଖୋଜି ପାଇପାରିବେ। ଦ୍ୱିତୀୟ ଶ୍ରେଣୀଠାରୁ ୮ମ ପର୍ଯ୍ୟନ୍ତ ଦିନକୁ ୩ଟି କ୍ଲାସ ଏବଂ ୯ମ ଓ ୧୦ମ ଲାଗି ୪ ଟି କ୍ଲାସ ରହିବ। ଏଥିଲାଗି ସମସ୍ତ ବିଇଓ, ସିଆରସିସି ଓ ପ୍ରଧାନ ଶିକ୍ଷକଙ୍କୁ ଗ୍ରୁପ୍‌ ରଖାଯାଇଛି। ପ୍ରତ୍ୟେକ ବିଇଓ ନିଜ ଅଞ୍ଚଳର ପାଠପଢା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିବେ। ପ୍ରଧାନଶିକ୍ଷକମାନେ ନିଜ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ପିଲାଙ୍କ ପାଠପଢା ସମ୍ପର୍କରେ ଆଲୋଚନା କରି ଆଗକୁ ଅଗ୍ରସର ହେବେ। ଜିଲା ଶିକ୍ଷାଧିକାରୀ ମହାପାତ୍ର କୁହନ୍ତି, ବିଦ୍ୟାଳୟ ଛୁଟି ଘୋଷଣା ହେବା ପୂର୍ବରୁ ପ୍ରଥମେ ଭୁବନେଶ୍ୱର, ବାଳକାଟୀ ଓ ବାଲିପାଟଣା ପ୍ରଭୃତି ଅଞ୍ଚଳରେ ଶିକ୍ଷା ସଂଯୋଗ ଯୋଜନାରେ ହ୍ବାଟ୍ସ ଅପ ଗ୍ରୁପ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ଏହା ସଫଳ ହେବା ପରେ ଜିଲାର ସମସ୍ତ ବ୍ଲକରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁସାରେ ସମସ୍ତ ବିଇଓ ଓ ସିଆରସିସିଙ୍କ ସହ ଆଲୋଚନା କରାଯାଇ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟରେ ଜାରି ରହିବ। ଜିଲାର ସମସ୍ତ ସ୍କୁଲ, ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ଏଥିରେ ଯୋଡାଯିବ। ଶିକ୍ଷାଦାନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯିବ। ଏହା ବର୍ଷସାରା ଜାରି ରହିବ। ବିଦ୍ୟାଳୟ ଖୋଲିବା ପରେ ମଧ୍ୟ ଏହା ଗୀତିଶୀଳ ରହିବ। ପ୍ରତ୍ୟେକ ଦିନ ବିଦ୍ୟାଳୟ ଛୁଟି ପରେ ଦିନସାରା ପଢା ଯାଇଥିବା ପାଠକୁ ସନ୍ଧ୍ୟାରେ ଶିକ୍ଷକମାନେ ଗ୍ରୁପ୍‌ରେ ଆଲେଚନା କରିବେ। ଏହାକୁ ଶତପ୍ରତିଶତ କରିବାକୁ ପ୍ରୟାସ ଜାରି ରହିବ ବୋଲି ଶିକ୍ଷାଧିକାରୀ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri