ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ: ଗଛମୂଳେ ଆଶ୍ରୟ ନେଇଛନ୍ତି ବାପା,ଝିଅ

ଢେଙ୍କିକୋଟ,୧୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ଖଜୁରି ଜିଆଣି ଗାଁ ା ସେହି ଗାଁର ନାଭ ନାୟକଙ୍କ ସାନପୁଅ ବାଇଧର (୪୨) ଗତ ୧୫ ବର୍ଷ ହେବ ଘର ଛାଡ଼ି ରୋଜଗାର ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ସେଠାରେ ସେ ଅନ୍ୟଜାତିର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିଲେ। ଏବେ ତାଙ୍କର୧୨ ବର୍ଷର ଏକ ଝିଅଟିଏ ଅଛି।
ସମୟ, ସୁଯୋଗ ମିଳିଲେ ବାଇଧର ଗାଁକୁ ଆସନ୍ତି ା ପରିବାର ସଦସ୍ୟଙ୍କ ଭଲମନ୍ଦ ବୁଝନ୍ତି ା ପୁଣି କର୍ମ କ୍ଷେତ୍ରକୁ ଚାଲିଯାଆନ୍ତି। ହେଲେ ଗତ ୨ ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। କାମ କରିବାକୁ ଆଉ ବଳ ପାଉନାହିଁ ା ସେଥିପାଇଁ ସେ ନିଜ ପରିବାର ସହିତ ଘରକୁ ଫେରି ଆସିବାକୁ ମନସ୍ଥ କରିଥିଲେ ା ଏ କଥା ସେ ପରିବାର ଲୋକଙ୍କୁ କହିଥିଲେ। ଶେଷରେ ଏଥିପାଇଁ ସମ୍ମତି ମିଳିଥିଲା ା ଗତମାସରେ ସେ ସ୍ତ୍ରୀ, ଓ ଝିଅକୁ ଧରି ଗାଁକୁ ଫେରିଥିଲେ। ହେଲେ ଗାଁ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ା ବାଇଧର ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ ଗାଁ ଲୋକେ ସାମାଜିକ ବାସନ୍ଦ କରିଥିଲେ ା ଫଳରେ ପରିବାର ଲୋକେ ତାଙ୍କୁ ଘରେ ଭର୍ତ୍ତି କରି ନ ଥିଲେ। ଏପରି ପରିସ୍ଥିତିରେ ବାଇଧର କଣ କରିବେ କିଛି ଚିନ୍ତା କରି ପାରି ନ ଥିଲେ ା ଶାରୀରିକ ଅସୁସ୍ଥତା ତାଙ୍କୁ ଯେତିକି ବାଧି ନ ଥିଲା; ଗ୍ରାମବାସୀଙ୍କ ନିଷ୍ପତ୍ତି ତାଙ୍କୁ ଅଧିକ କଷ୍ଟ ଦେଇଥିଲା ା ଶେଷରେ ସେ ଝିଅ ଓ ସ୍ତ୍ରୀକୁ ନେଇ ପୈତୃକ ଜମି ଉପରେ ଥିବା ଏକ ଗଛମୂଳରେ ଆଶ୍ରୟ ନେଇଥିଲେ ା ବୈଶାଖମାସର ଟାଣ ଖରାରେ ଖୋଲା ଆକାଶ ତଳେ ଅଖିଆ ଅପିଆ ତାଙ୍କ ପରିବାର ପଡି ରହିଥିଲେ ା ଇତିମଧ୍ୟରେ ଆଉ ଏକ ଦୁଃଖ ବାଇଧର ପାରିବାରିକ ଜୀବନକୁ ଛାରଖାର କରି ଦେଇଛି ା ଗାଁ ଓ ପରିବାର ଲୋକଙ୍କ ବିରୋଧ ଦେଖି ତାଙ୍କ ସ୍ତ୍ରୀ ଝିଅ ଓ ସ୍ବାମୀକୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ତାଙ୍କୁ ଖୋଜି ଆଣିବାକୁ ବାଇଧରଙ୍କ ପାଖରେ କିଛି ଜୁ ନାହିଁ ା କେବଳ ଭାଗ୍ୟକୁ ଆଦରି ସେ ଅତି ଦୟନୀୟ ଅବସ୍ଥାରେ ଗଛମୂଳରେ ପଡ଼ି ରହିଛନ୍ତି। ଅସୁସ୍ଥ ବାପାଙ୍କୁ ଚାହିଁ ଝିଅଟି ବି ସେଠାରେ ରହିଛି ା ବାଇଧରକୁ ଜିଲା ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri