ଅନ୍ନଦାତାଙ୍କୁ ବୁଝିବା କେବେ

ମିତାଲି ମହାନ୍ତି
ଘର ଘର ବୁଲି ପରିବା ବିକୁଥିବା ପରିବା ମଉସାଙ୍କ ପାଖରୁ ସେଦିନ ପରିବା କିଣୁଥିଲେ ଆମ ପଡ଼ୋଶୀ। ଶୀତଦିନ ହୋଇଥିବା ଯୋଗୁ ପରିବା ମୂଲ୍ୟ ଅନ୍ୟ ସମୟ ଅପେକ୍ଷା ଯଥେଷ୍ଟ କମ୍‌ ଥିଲା। ମୂଲ୍ୟ କମ୍‌ ଥିବା ସତ୍ତ୍ୱେ କିଲୋ ପ୍ରତି ଆଉ ଦି ଚାରି ଟଙ୍କା କମ୍‌ କରିବାକୁ ଝଗଡ଼ା କରୁଥାନ୍ତି ପଡ଼ୋଶୀ ଜଣକ। ତାଙ୍କ ସ୍ବାମୀ ବି ତାଙ୍କ ପଛରେ ପାଳି ଧରିଥାନ୍ତି। କିଲୋ ପ୍ରତି ନିଜ ଦାବି ମୁତାବକ ଟଙ୍କା କାଟିବା ପରେ ମଧ୍ୟ ଲାଭ ହିସାବରେ ଆଉ ଗୋଟେ ବାଇଗଣ, କାକୁଡ଼ି, ଦି ଚାରିଟା ଭେଣ୍ଡି ନେବାକୁ ସେ ଜମା କୁଣ୍ଠିତ ନ ଥାନ୍ତି। ବିଚରା ପରିବା ମଉସା ଯେତେ ନେହୁରା ହେଲେ ବି ସେଥିପ୍ରତି ତାଙ୍କର ନିଘା ନ ଥାଏ। ସେ ଓଲଟି ଛାତି ଫୁଲେଇ ଠିଆ ହୋଇଥିଲେ ଓ ଭଲ ମୂଲଚାଲ କରି ପରିବା କିଣି ପାରିଥିବାରୁ ଖୁସିରେ ଦାନ୍ତ ନେଫେଡ଼ଉଥାନ୍ତି। ଆମ ଚାରିପଟେ ଏମିତି ଅନେକ ଘଟଣା ବାରମ୍ବାର ଘଟୁଛି। ଆଜି ଯେତେବେଳେ ସାରା ଦେଶରେ ଚାଷୀମାନଙ୍କର ଦୁର୍ଦ୍ଦଶାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା, ସଂଗ୍ରାମ ଆଦି ଚାଲୁଛି, ଜଣେ ଖାଉଟି ବା ସାଧାରଣ ଲୋକ ଭାବେ ଆମର କ’ଣ ଚାଷୀ ତଥା ଅନ୍ନଦାତାଙ୍କ ପ୍ରତି କିଛି ବି କର୍ତ୍ତବ୍ୟ ନାହଁି!
ଆମ ଜୀବନ ଧାରଣ ନିମନ୍ତେ ଖାଦ୍ୟ ଏକାନ୍ତ ଅପରିହାର୍ଯ୍ୟ। ରାତିରୁ ସକାଳ ଯାଏ ଓ ପୁଣି ସକାଳୁ ରାତି ଯାଏ, ଆମକୁ ସବୁଠାରୁ ଅଧିକ ଖାଦ୍ୟ ଚିନ୍ତା ହଁି ଘାରିଥାଏ। ସେଥିପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଆମେ ଗଚ୍ଛିତ କରି ରଖିଥାଉ ଆମ ଘର ଭିତରେ। ସାଦା ଭାତ ପାଇଁ ଅଲଗା ଚାଉଳ, ପଲାଉ ପାଇଁ ଅଲଗା ଚାଉଳ, ବିରିୟାନି ପାଇଁ ଅଲଗା ଚାଉଳ, ଖିରି ପାଇଁ ଅଲଗା ଚାଉଳ ଓ ବିଭିନ୍ନ ପ୍ରକାର ଡାଲି ଆଦି ଆମେ ମହଜୁଦ୍‌ କରି ରଖିଥାଉ। ବିଭିନ୍ନ ପ୍ରକାର ପନିପରିବାରେ ଆମ ଫ୍ରିଜ୍‌ ଭର୍ତ୍ତି ନ ହେଲେ ଆମ ମନ ମାନେ ନାହଁି। ଆମକୁ ଏତେ ସବୁ ପ୍ରକାର ଖାଦ୍ୟ ଯୋଗାଇ ଦେଉଥିବା ସେହି ମଣିଷ ତଥା ଅନ୍ନଦାତାର କଥା ଆମେ କେବେ ଭାବିଛେ କି? ଘରେ ବସି ସୁଆଦିଆ ଖାଦ୍ୟ ପଦାର୍ଥ ତିଆରି କରି ଖାଉଥିବା ବେଳେ ଆମେ ସେହି ମଣିଷଟିର ଦୁର୍ଦ୍ଦଶାମୟ ଜୀବନ ବିଷୟରେ ଭାବିବାର ସାମାନ୍ୟ ମାନବୀୟ କର୍ତ୍ତବ୍ୟ କରୁଛେ କି? ଓଲଟି ଆମେ ଆମର ସବୁ ବିଦ୍ୟା ବୁଦ୍ଧି ପ୍ରୟୋଗ କରି ତା’ଠାରୁ ଅଧିକ ଟଙ୍କାଟିଏ ମାରିନେବା ପାଇଁ ବା ଆଉ କିଛି ପରିବା ଲୁଟି ନେବାକୁ ଚେଷ୍ଟା କରୁଛେ।
ଜଳବାୟୁର ପ୍ରତିକୂଳତା, ବିହନ ଓ ସାରର ମାତ୍ରାଧିକ ଦାମ୍‌ ବୃଦ୍ଧି, କ୍ରମାଗତ ଭାବେ ଚାଷରେ କ୍ଷତି ଓ ସରକାରଙ୍କ ଯାବତୀୟ ଉଦାସୀନତା ସତ୍ତ୍ୱେ ଆମ ମୁହଁରେ ଅନ୍ନ ଗଣ୍ଡେ ଦେବାକୁ ଚାଷୀ କେବେ ବି କାର୍ପଣ୍ୟ କରେନାହଁି। ଆଜିର ମହଙ୍ଗା ଯୁଗରେ ଚାଷୀଟିଏ ତା’ର ଧାନ କୁଇଣ୍ଟାଲ୍‌କୁ ମାତ୍ର ୧୭୫୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ବା ତା’ ଠାରୁ କମ୍‌ ଦରରେ ବିକି କିପରି ତା’ର ପରିବାର ପୋଷୁଛି, ସେ ବିଷୟରେ ଆମେ କେବେ ବି ଚିନ୍ତା କରୁନାହେଁ। ଆମେ ସମସ୍ତେ ଆମ ପିଲାକୁ ଭଲ ସ୍କୁଲ୍‌ରେ ପଢ଼ାଉଥିବା ବେଳେ ଚାଷୀଟିଏ ତା’ ପିଲାକୁ ଠିକ୍‌ ଭାବେ ବହିଖାତା ଯୋଗାଇ ପାରୁନାହଁି। ତା’ ପରିବାରର କେହି ରୋଗରେ ପଡ଼ିଲେ ସେ ତାକୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ କ୍ଷମ ହୋଇପାରୁ ନାହଁି। ତା’ ଛୁଆମାନଙ୍କ ପାଇଁ ଭଲ ପୋଷାକ କିଣିପାରୁନାହଁି। ସମସ୍ତଙ୍କୁ ଆହାର ଯୋଗାଉଥିବା ଅନ୍ନଦାତା ନିଜେ ଉପାସରେ ଶୋଉଛି। ପାଞ୍ଚଜଣଙ୍କ ପରି ଜଣେ ହୋଇ ଚାଷୀଟିଏ ଆଜି ସମ୍ମାନଜନକ ଜୀବନ ଯାପନ କରିପାରୁନାହଁି। ପରିଣାମ ଆଜି ଏପରି ହୋଇଛି ଯେ, ଚାଷରେ କ୍ଷତି ସହିସହି, ଋଣଭାରରେ ବୁଡ଼ି ଗତ ପନ୍ଦର ବର୍ଷରେ ଆମ ଦେଶରେ ୧୫ ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ସରକାରୀ ରିପୋର୍ଟ କହୁଛି। ଏସବୁ ଆମ ବିବେକକୁ କିପରି ଚହଲେଇ ଦେଉନାହଁି! ଯଦିଓ ଆମେ ପ୍ରତ୍ୟକ୍ଷ ଭାବେ ଚାଷୀ ପାଇଁ କିଛି କରିପାରିବା ନାହିଁି, ତଥାପି ଆମେ ଜଣେ ସାଧାରଣ ମଣିଷ ବା ଖାଉଟି ହିସାବରେ ଏ ବିଷୟରେ ଚିନ୍ତା କଲେ ଓ ଚାଷୀ ସପକ୍ଷରେ ମତ ପୋଷଣ କଲେ, ଚାଷୀମାନଙ୍କର ସ୍ବର ନିଶ୍ଚୟ ଆଉ ଟିକେ ତୀବ୍ର ହୁଅନ୍ତା।
ଚାଷ କାମକୁ ଆମେ ସମସ୍ତେ ହୀନ ଦୃଷ୍ଟିରେ ଦେଖୁଛେ। ସେଥିପାଇଁ ଆମେ ଚାହଁୁଛେ ଆମ ପିଲା ଆଉ ଯାହା ବି କରୁ, ଚାଷ ନ କରୁ। ଚାଷ ପ୍ରତି କେବଳ ସରକାର ଉଦାସୀନ ଭାବ ପୋଷଣ କରୁନାହାନ୍ତି, ବରଂ ଆମେ ସମସ୍ତେ ମିଶି ଚାଷକୁ ଏକ ହୀନବୃତ୍ତି ଭାବେ ପ୍ରଦର୍ଶିତ କରୁଛେ। କିନ୍ତୁ ଆମେ କେବେ ଭାବିଛୁ କି, ଯଦି କେହି ଚାଷ ନ କରିବେ, ତେବେ ଆମେ ଖାଇବା କ’ଣ! ଯଦି ସବୁ ଚାଷୀ ଚାଷ ଛାଡ଼ି ଦିଅନ୍ତି ତେବେ ଆମ ସମସ୍ତଙ୍କ ହାତ ଗୋଡ଼ ଚଳିବ କିପରି?
ଆମେ ଯେତେବେଳେ ବଡ଼ ମଲ୍‌ଗୁଡ଼ିକୁ ଯାଉଛୁ, ସେଠି ପନିପରିବା କିଣିବା ବେଳେ ସେମାନେ ଯେତିକି ଦାମ୍‌ ମାଗୁଛନ୍ତି, ଆମେ ସେତିକି ହଁି ଦେଉଛୁ। ସେଠି ତ ଆମେ ଦର କଷାକଷି କରୁନେ କି ଗୋଟେ ଦି’ଟା ପରିବା ଲାଭ ମାଗୁନେ। କିନ୍ତୁ ଚାଷୀଠାରୁ କିଣିବା ବେଳେ ଆମେ କାହଁିକି ଏତେ ମୂଲଚାଲ କରୁଛେ? ଆମେ ବ୍ୟବହାର କରୁଥିବା ପୋଷାକପତ୍ର, ପ୍ରସାଧନ ସାମଗ୍ରୀ ଓ ବିଳାସ ଦ୍ରବ୍ୟ ଆଦିର ଦାମ୍‌ ବଢ଼ିଗଲେ ଆମେ ବିନା ଦ୍ୱିଧାରେ ସେତିକି ଦାମ୍‌ରେ ସେଗୁଡ଼ିକୁ କିଣୁଛୁ। କିନ୍ତୁ କୃଷିଜାତ ଦ୍ରବ୍ୟର ଦାମ୍‌ ଟିକେ ବଢ଼ିଲେ, ଆମେ ସେତେବେଳେ ଆମ ଅଭିଯୋଗର ଫର୍ଦ୍ଦ ମେଲିବସୁଛୁ।
ଅନ୍ନଦାତାମାନେ ତାଙ୍କ ଦାବି ପାଇଁ କରୁଥିବା ଆନ୍ଦୋଳନର ଖବର ଆମେ ଟିଭି ବା ଖବରକାଗଜରେ ଦେଖିଲେ ଏହାକୁ ଏକ ସାଧାରଣ ଖବର ଭାବି ଆଡ଼େଇ ଯାଉ ଓ କାମରେ ବ୍ୟସ୍ତ ରହୁ। ଆମ ମନରେ ଥିବା ଏହି ନକାରାତ୍ମକ ଭାବନା ବି ପରୋକ୍ଷରେ ଚାଷୀଙ୍କର ଦୁର୍ଦ୍ଦଶା ପାଇଁ କମ୍‌ ଦାୟୀ ନୁହେଁ। ତେଣୁ ଆଜିର ସ୍ଥିତିରେ ସାଧାରଣ ଲୋକ ତଥା ଖାଉଟିମାନଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଅନ୍ନଦାତାଙ୍କ ବିଷୟରେ ଆମର ସକାରାତ୍ମକ ଭାବନା ହୁଏତ ସରକାରଙ୍କ ଉଦାସୀନତାରେ ପରିବର୍ତ୍ତନ ଆଣିପାରେ। ଏତିକି ଟିକେ କର୍ତ୍ତବ୍ୟ କରିବାକୁ କ’ଣ ଆମେ ପଛଘୁଞ୍ଚା ଦେବା! ଯେତେ ଦିନ ଯାଏ ଅନ୍ନଦାତାଙ୍କ ପ୍ରତି ଆମ ମନରେ ସକାରାତ୍ମକ ଭାବନା ଆସିବ ନାହଁି ଓ ସେମାନେ ଏକ ସମ୍ମାନଜନକ ଜୀବନ ବଞ୍ଚତ୍ବା ପାଇଁ ସୁଯୋଗ ପାଇବେ ନାହଁି, ଆମ ଉତ୍ତରପିଢ଼ିର ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ ନାହଁି।
ମାଧବପୁର, ଆଠଗଡ଼, କଟକ


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri