ଅନ୍ଧାରରେ ୯୫ କର୍ମଚାରୀଙ୍କ ଭବିଷ୍ୟତ

କଟକ ଅଫିସ,୨୩ା୮: ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୯୫ଜଣ କର୍ମଚାରୀଙ୍କୁ ନେଇ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏମାନେ ହେଲେ ଦୈନିକ ମଜୁରିପ୍ରାପ୍ତ କର୍ମଚାରୀ। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଉଟ୍‌ସୋର୍ସିଂ ନିଯୁକ୍ତି ପ୍ରକ୍ରିୟା ଜରିଆରେ ୩୧ଜଣ ନିଯୁକ୍ତି ପାଇବେ। ଟେଣ୍ଡର କରାଯାଇ ଏହି ନିଯୁକ୍ତି ହେବା ନେଇ ଏବେ ଯୋଜନା ଚାଲିଛି। ଏପରି କି ଖୁବ୍‌ଶୀଘ୍ର ଟେଣ୍ଡରର ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ। ଏହି ପ୍ରକ୍ରିୟାରେ ନିଯୁକ୍ତ କର୍ମଚାରୀ ସିଧାସଳଖ ସରକାରଙ୍କ ଠାରୁ ମାସିକିଆ ଦରମା ପାଇବେ। ଯାହାଫଳରେ ବିଶ୍ୱବିଦ୍ୟାଳୟ ପାଣ୍ଠିରୁ ଦରମା ନେଇ ଗତ ଏକ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ୯୫ଜଣ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବା ଆଶଙ୍କା ଉପୁଜିଛି। ଏହି ଜଟିଳ ପରିସ୍ଥିତିକୁ ଏଡାଇବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଦୋଛକିରେ। ୯୫ଜଣ ଯାକ କର୍ମଚାରୀଙ୍କୁ ଛଟେଇ କରାଯିବା ଭଳି କଠୋର ନିଷ୍ପତ୍ତି ସପକ୍ଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାହାନ୍ତି ବୋଲି କୁଳସଚିବ ଅଶୋକ କୁମାର ଦାସ କହିଛନ୍ତି। ତେବେ ଆଗାମୀ ଦିନରେ ଏହି ସମସ୍ୟା କେଉଁ ରୂପ ନେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରେଭେନ୍‌ଶା କଲେଜ ୨୦୦୬ରେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା। ଏହାର ଗୋଟିଏ ବର୍ଷ ପରେ ବିଭିନ୍ନ ବିଭାଗ, ବିଭିନ୍ନ ଲାବୋରେଟୋରି, ଲାଇବ୍ରେରି ଠାରୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଫିସିଆଲ କାର୍ଯ୍ୟ ନିମନ୍ତେ ଅସ୍ଥାୟୀ ଭାବେ କର୍ମଚାରୀ ରଖାଯିବା ଆରମ୍ଭ ହୋଇଥିଲା। ଏବେ ଏହି ସଂଖ୍ୟା ୯୫ରେ ପହଞ୍ଚିଛି। କୁଶଳୀ, ଅତିକୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଭାବେ ୪ଟି ବର୍ଗରେ କର୍ମଚାରୀ ଅଛନ୍ତି। ଏମାନେ ବିଶ୍ୱବିଦ୍ୟାଳୟ ପାଣ୍ଠିରୁ ଦୈନିକ କାର୍ଯ୍ୟ ହିସାବରେ ଦରମା ନେଉଛନ୍ତି। କୁଶଳୀ କର୍ମଚାରୀ ଦୈନିକ ୨୪୦ଟଙ୍କା, ଅତିକୁଶଳୀ ଦୈନିକ ୨୬୦ଟଙ୍କା, ଅର୍ଦ୍ଧକୁଶଳୀମାନେ ଦୈନିକ ୨୨୦ଟଙ୍କା ଓ ଅଣକୁଶଳୀମାନେ ଦୈନିକ ୨୦୦ଟଙ୍କା ପ୍ରାପ୍ୟ ପାଉଛନ୍ତି। ଏହାକୁ ନେଇ ମଧ୍ୟ ଉକ୍ତ କର୍ମଚାରୀମାନେ କିଛିଦିନ ତଳେ ପ୍ରତିବାଦ କରିଥିଲେ। ସରକାରୀ ସ୍ତରରେ ଦୈନିକ ପ୍ରାପ୍ୟର ମୂଲ୍ୟ ଗତ ଅକ୍ଟୋବର ମାସରୁ ବୃଦ୍ଧି କରାଯାଇଥିବାବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏବେ ବି ଧାର୍ଯ୍ୟ ପୁରୁଣା ମୂଲ୍ୟ ଦିଆଯାଉଛି ବୋଲି ସେମାନଙ୍କ ଦାବି ରହିଥିଲା। କୁଳସଚିବଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମଧ୍ୟ ସେମାନେ ପ୍ରଦାନ କରିଥିଲେ। ଯେଉଁଥିରେ କୁଶଳୀମାନଙ୍କୁ ଦୈନିକ ୩୭୦ଟଙ୍କା, ଅତିକୁଶଳୀମାନଙ୍କୁ ଦୈନିକ ୪୩୦ଟଙ୍କା, ଅର୍ଦ୍ଧକୁଶଳୀମାନଙ୍କୁ ଦୈନିକ ୩୨୦ଟଙ୍କା ଓ ଅଣକୁଶଳୀମାନଙ୍କୁ ଦୈନିକ ୨୮୦ଟଙ୍କା ପ୍ରଦାନ କରାଯାଉ ବୋଲି ଉଲ୍ଲେଖ ରହିଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ବ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ଏବେ ମୁସ୍କିଲ ହୋଇପଡ଼ିଲାଣି ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଯାହାଫଳରେ ଆଉଟ୍‌ସୋର୍ସିଂ ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। ବାହ୍ୟ ସଂସ୍ଥା ଦ୍ୱାରା ଏହି ନିଯୁକ୍ତି କରାଯିବ। ୩୧ଜଣ ନିଯୁକ୍ତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏମାନେ ୧୭୭୫ଟଙ୍କା ଗ୍ରେଡ ପେ ହିସାବରେ ମାସିକ ଦରମା ପାଇବେ। ୩୧ ପଦବୀରେ ୯୫ଜଣଙ୍କୁ ଅବସ୍ଥାପିତ କରିବା ବି ସହଜ ନୁହେଁ। ଏଣୁ ପ୍ରାୟ ୧୨ବର୍ଷ ହେବ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେବା କାଠିକର ପାଠ ହୋଇ ପଡ଼ିଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri