ବାତ୍ୟା ତିତ୍‌ଲି ଯିବାର ୧୦ ମାସ : କ୍ଷତିଗ୍ରସ୍ତ ଚାଷୀ ପାଇଲେନି ବୀମା ରାଶି

ଖୋର୍ଦ୍ଧା ଅଫିସ,୨୩ା୮:ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ କୌଣସି କାରଣରୁ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀ କରିଥିଲେ। ହେଲେ ତିତ୍‌ଲି ବାତ୍ୟା ଯିବାର ୧୦ ମାସ ବିତି ଯାଇଥିଲେ ହେଁ କ୍ଷତିଗ୍ରସ୍ତ ଚାଷୀ ବୀମା କ୍ଷତିପୂରଣ ପାଇ ପାରୁନାହାନ୍ତି। ଇତି ମଧ୍ୟରେ ବୀମା କମ୍ପାନୀ ବି ବଦଳି ସାରିଲାଣି। ଏଭଳିସ୍ଥଳେ ଖୋର୍ଦ୍ଧା ଜିଲାରୁ ୫ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କା ପ୍ରମିୟମ ନେଇ ଇନ୍ସୁରାନ୍ସ କମ୍ପାନୀ ଲାଭରେ ରହିଲେ। ସେପଟେ କ୍ଷତିପୂରଣ ପାଇବା ପାଇଁ ଚାଷୀ ବିକ୍ଷୋଭ, ଆନ୍ଦୋଳନ କରିଥିଲେ ମଧ୍ୟ ବୀମା ସହାୟତା ରାଶି ପାଇ ପାରିଲେ ନାହିଁ। ଅନ୍ୟପକ୍ଷେ ତିତ୍‌ଲି ଯାଇ ବାତ୍ୟା ଫନୀ ଚାଷୀର ମେରୁଦଣ୍ଡ ଭାଙ୍ଗି ସାରିଲାଣି। ତଥାପି ବୀମା କମ୍ପାନୀର ଚାଷୀଙ୍କ କ୍ଷତିପୂରଣ ଦେବାକୁ ମନେପଡୁନାହିଁ।
ଖୋର୍ଦ୍ଧା ଜିଲାର ୧୦ଟି ବ୍ଲକ ଅଞ୍ଚଳରେ ୬୮,୮୫୬ ଋଣୀ ଚାଷୀ ଓ ୬, ୭୨୦ ଅଣଋଣୀ ଚାଷୀ ଏପରି ମୋଟରେ ୭୫,୫୭୬ ଚାଷୀ ୨୦୧୮ ଖରିଫରେ ଶସ୍ୟ ବୀମା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏଠାକାର ଚାଷୀଙ୍କର ୫୦, ୬୬୬ ହେକ୍ଟର ଜମି ପାଇଁ ୫ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କା ବୀମା କମ୍ପାନୀ ପ୍ରିମିୟମ ନେଇଥିଲେ। ହେଲେ ଜିଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାରାଶି ଦେଲେ ନାହିଁ। ତିତ୍‌ଲି ଯୋଗୁ ୨୦୧୮ର ଖରିଫ ଚାଷ ଉଜୁଡି ଯାଇଥିଲା। ବେଗୁନିଆ, ବୋଲଗଡ ଓ ଜଟଣୀ ବ୍ଲକର ୯୮୨.୬ ହେକ୍ଟର ଜମିର ଚାଷୀ ବୀମା କ୍ଷତିପୂରଣ ପାଇବାକୁ ସରକାରୀ ରିପୋର୍ଟରେ ସ୍ଥିରୀକୃତ ହୋଇଥିଲା। ଏଥିରେ ବେଗୁନିଆ ବ୍ଳକର ୫ଟି ପଞ୍ଚାୟତ ୧୫ଟି ଗଁାର ୩୯୭ ହେକ୍ଟର, ବୋଲଗଡ ବ୍ଲ୍ଳକ ୨ ପଞ୍ଚାୟତର ୯ଟି ଗଁାର ୪୪୫. ୫୪ ହେକ୍ଟର ଓ ଜଟଣୀ ବ୍ଲ୍ଳକ ୩ ପଞ୍ଚାୟତର ୧୪୦ ହେକ୍ଟର ଜମି ରହିଛି। ସେହିପରି ମହାନଦୀରେ ବନ୍ୟା ଯୋଗୁ ରାଜୁଆ ଓ ଦୟାନଦୀ ଉପକୂଳରେ ଥିବା ଖୋର୍ଦ୍ଧା ବ୍ଲକର ୪ଟି ପଞ୍ଚାୟତ ୨୦ଟି ଗଁାର ୬୨୫ ହେକ୍ଟର ଜମିର କ୍ଷତିଗ୍ରସ୍ତ ଚାଷୀ ବୀମାରାଶି ପାଇବାକୁ ଦରକାର ବୋଲି କୃଷି ବିଭାଗର ତଥ୍ୟ କହୁଛି। ତେବେ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ପାଇବା ଶୀତଳଭଣ୍ଡାରରେ ରହି ଯାଇଛି। ଦେଖାଯାଉ ସରକାର ଓ ପ୍ରଶାସନ କେତେଦୂର ଚାଷୀଙ୍କୁ ଗୁରୁତ୍ୱ ଦେଉଛନ୍ତି ତାହା ଜଣାପଡିବ। ଏ ନେଇ ଉପକୃଷିନିର୍ଦ୍ଦେଶକ ଭାସ୍କର ବାରିକ କୁହନ୍ତି, ତିତ୍‌ଲି ଯାଇ ଫନୀ ଗଲାଣି। ତେବେ ଚାଷୀ ୨୦୧୮ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ଅର୍ଥ ପାଇ ପାରିଲେନି। ଇନ୍ସୁରାନ୍ସ ପାଇବାକୁ କୃଷି ବିଭାଗ ପକ୍ଷରୁ ଜିଲାପାଳଙ୍କ ଆପ୍ରୁଭ କରାଯାଇ ଆବଶ୍ୟକ କାଗଜାତ ସରକାରଙ୍କୁ ଦିଆଯାଇଥିଲା। ହେଲେ ଏଯାବତ୍‌ କିଛି ଜଣାପଡୁନି। ଇତି ମଧ୍ୟରେ ପ୍ରିମିୟମ ଟଙ୍କା ନେଇଥିବା କମ୍ପାନୀ ବଦଳରେ ଏବେ ରିଲିୟାନ୍ସ କମ୍ପାନୀ ବୀମା ଦାୟିତ୍ୱ ନେଇଛି ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri