ଅନ୍ଧବିଶ୍ୱାସ ବିରୋଧରେ ଅଣ୍ଟା ଭିଡ଼ିଲେ କଳାକାର : ଫିଲ୍ମ ମାଧ୍ୟମରେ ଲୋକଙ୍କୁ କରିବେ ସଚେତନ

ନୟାଗଡ଼ ଅଫିସ,୨୮ା୭- ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଏବେ ବି ଅନ୍ଧବିଶ୍ୱାସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି କରିଥିଲେ ସୁଦ୍ଧା ଲୋକମାନେ ଏହା କବଳରେ କବଳିତ ହେଉଛନ୍ତି। ଚୋରି ହେଉ କି ସେଭଳି କିଛି ଘଟଣା ଗ୍ରାମରେ କଙ୍ଗାରୁକୋର୍ଟ କରାଯାଇ ଦଣ୍ଡବିଧାନ କରାଯାଉଛି। ଖଟ ବୁଲାଇ ଚୋର ଧରିବାକୁ ପ୍ରୟାସ କରାଯାଉଛି। ଚୋରି ହେଲେ ଗାଁ ଲୋକେ ପୋଲିସ ବଦଳରେ ଗୁଣିଆ ଖୋଜୁଛନ୍ତି। ଦୁଇମାସ ତଳେ ରଣପୁର ବ୍ଲ୍ଳକର କୋଟଗଡ଼ ଓ ନୟାଗଡ଼ ବ୍ଲକର ଉଦୟପୁର ଗ୍ରାମରେ ଖଟ ବୁଲାଇବା ଘଟଣା ଜିଲା ଓ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପୋଲିସ ଏ ଦୁଇ ଘଟଣାରେ ଦୁଇଜଣ ଗୁଣିଆଙ୍କୁ ଗିରଫ କରିଥିଲା। ଲୋକମାନଙ୍କୁ ଏଥିରୁ ଦୂରେଇରଖିବା ପାଇଁ ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ କୋଟଗଡ଼ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।
ବର୍ତ୍ତମାନ ଜିଲାର କେତେଜଣ କଳାକାର ଦୁଇପାଦ ଆଗକୁ ଆସି ସଚେତନତା ସୃଷ୍ଟି କରିବାକୁ ଅଣ୍ଟା ଭିଡିଛନ୍ତି। ଖଟବୁଲା ଉପରେ ଡକୁମେଣ୍ଟାରୀ ଫିଲ୍ମ କରି ସେମାନେ ଲୋକମାନଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଦିବାସୀ ବହୁଳ ନୂଆଗାଁ ବ୍ଲକ ମସ୍କାବାରୀ ଗ୍ରାମରେ ଏହି ଫିଲ୍ମ ଶୁଟିଂ ଚାଲିଛି। ଖଟ ବୁଲାଇ କିପରି ନିରୀହ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ସେହି ପ୍ରସଙ୍ଗ ଆଧାରରେ ଫିଲ୍ମ ନିର୍ମାଣ କରାଯାଉଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହେବା ପାଇଁ ମଧ୍ୟ ଏଥିରେ ବାର୍ତ୍ତା ରହିଛି। ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ନୟାଗଡ଼ର ଜଣାଶୁଣା କଳାକାର ଶ୍ରୀଧର ପ୍ରଧାନ। ତାଙ୍କ ନେତୃତ୍ୱରେ ନୟାଗଡ଼ର ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିବା ୧୦ଜଣ କଳାକାର ଏଥିରେ ସାମିଲ ହୋଇ ତିଆରି କରୁଛନ୍ତି ଏହି ଡକୁମେଣ୍ଟାରୀ ଫିଲ୍ମ। କଙ୍ଗାରୁ କୋର୍ଟ ନାମରେ ନାମିତ ହୋଇଥିବା ଏହି ଫିଲ୍ମ ଲୋକଙ୍କୁ ଅନ୍ଧବିଶ୍ୱାସରୁ ମୁକୁଳାଇବା ପାଇଁ ସଚେତନତା ସୃଷ୍ଟି କରିବ ବୋଲି ଟିମ୍‌ ସଦସ୍ୟ ଆଶାବାଦୀ ଅଛନ୍ତି। ନୟାଗଡ଼ର ୧୦ କଳାକାରଙ୍କ ବାଦ୍‌ ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ ଅଭିନେତ୍ରୀ ଲେସ୍‌ଲୀ ତ୍ରିପାଠୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଆଉ ଗୋଟିଏ ଦିନର ଶୁଟିଂ ପରେ ଅନ୍ୟାନ୍ୟ କାମ କରାଯାଇ ଖୁବ୍‌ ଶୀଘ୍ର ଫିଲ୍ମଟି ରିଲିଜ୍‌ କରାଯିବ ବୋଲି ଶ୍ରୀଧର ପ୍ରଧାନ କହିଛନ୍ତି। ସେ ନିଜେ ଅର୍ଥ ବିନିଯୋଗ କରିବା ସହ କଳାକାରଙ୍କ ଦାନରେ ଏହି ଫିଲ୍ମଟି ନିର୍ମାଣ କରାଯାଉଛି। ଲୋକମାନେ ସଚେତନ ହେବା ଫିଲ୍ମର ମୁଖ୍ୟ ଲକ୍ଷ୍ୟ ବୋଲି ଟିମ୍‌ ସଦସ୍ୟ ପ୍ରକାଶ କରିଛନ୍ତି। କଳାକାରମାନଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri