ଡେଥଜୋନ ପାଲଟିଛି ବାମପଦା ଛକ

ରେମୁଣା,୨୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ବାମପଦା ଛକରେ ବାରମ୍ବାର ଦୁର୍ଘଟଣା ଘଟି ଏକ ଡେଥ ଜୋନ୍‌ରେ ପରିଣତ ହୋଇଛି। ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ଏଠାରେ ଏକ ପୋଲ ନିର୍ମାଣ ଲାଗି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିକଟରେ ଦାବି କରାଯାଇଛି। ଜାତୀୟ ରାଜପଥକୁ ଭାଗ କରୁଥିବା ଲେଭଲକ୍ରସିଂ ସ୍ଥାନରେ ପୋଲ ନିର୍ମାଣ କରାଗଲେ ସ୍ଥାନୀୟ ଲୋକ, ରେମୁଣାବାସୀ ତଥା ଯାତାୟାତ କରୁଥିବା ଲୋକେ ଉପକୃତ ହୁଅନ୍ତେ ବୋଲି ଦାବି କରାଯାଇଛି।
ଶେରଗଡରୁ ଶାଳବଣି ପର୍ଯ୍ୟନ୍ତ ଜାତୀୟ ରାଜପଥର ଦୁଇ ପାଶ୍ୱର୍ର୍ ରାସ୍ତା ଅସୁରକ୍ଷିତ ହୋଇପଡ଼ିଛି। ରାସ୍ତା ସାରା ଖାଲ ଖମା ହୋଇଯାଇଥିବାରୁ ତାହା ଉପରେ ଯାତାୟାତ ବିପଦ ଜନକ ହୋଇପଡ଼ିଛି ା ରାଜପଥ ସଂଲଗ୍ନ ଅଞ୍ଚଳରେ ୧୦ ଏକର ପରିମିତ ସ୍ଥାନରେ ଏକ ସୁନ୍ଦର ପାର୍କ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ା ରାଜପଥ ପ୍ରାଧିକରଣ ବିଭାଗର ଆଞ୍ଚଳିକ ଉନ୍ନୟନ କାର୍ଯ୍ୟକ୍ରମରେ ତାହା କରାଯିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଫଳରେ ରାଜସ୍ବ ବୃଦ୍ଧି ସାଙ୍ଗକୁ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଆନ୍ତା। ରେମୁଣା ଗୋଲେଇ ଅଞ୍ଚଳରେ ରାତ୍ରିକାଳୀନ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଜାତୀୟ ରାଜପଥ ଉପରକୁ ଉଠିବା ଲାଗି ବ୍ୟବସ୍ଥା କରାଯିବା ଓ ରେମୁଣା ଗୋଲେଇ ନିକଟରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଏକ ଶୌଚାଳୟ ନିର୍ମାଣ ପାଇଁ ମଧ୍ୟ ଦାବି ଉପସ୍ଥାପନ କରାଯାଇଛି। ଗୁରୁବାର ଓଡ଼ଶା ଭବନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଭେଟି ତାଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି ା ପୂର୍ବତନ ବିଧାୟକ ଦାସଙ୍କ ସହିତ ବାମପଦା ସୁରକ୍ଷା ମଞ୍ଚ ସଭାପତି ବିଶ୍ୱଜିତ୍‌ ଘୋଷ, ଭାଜପା ରାଜ୍ୟ ସମ୍ପାଦକ ଶୋଭନା ମହାନ୍ତି ଏବଂ ବରିଷ୍ଠ ନେତା ପର୍ଶୁରାମ ପରିଡ଼ା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri