Posted inଫୁରସତ

ଅନ୍ତର୍ଜାତୀୟ ନର୍ସ ଦିବସ: କର୍ମକ୍ଷେତ୍ରରେ ଉତ୍ସାହ, ସମ୍ମାନ ଜରୁରୀ

ପ୍ରତିବର୍ଷ ମେ ୧୨ ତାରିଖକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଏ। ସମାଜରେ ଲୋକମାନଙ୍କୁ ନୀରୋଗ ରଖିବା ଓ ସେମାନଙ୍କ ସେବାକରିବାରେ ନର୍ସମାନଙ୍କ ଭୂମିକା ଅତୁଳନୀୟ। ସେମାନଙ୍କ ଅବଦାନ ଓ ଉତ୍ସର୍ଗୀକୃତ ସେବାକୁ ମନେପକାଇବା ଲାଗି ଏହି ଦିବସର ମହତ୍ତ୍ୱ ରହିଛି। ଫ୍ଲୋରେନ୍ସ ନାଇଟାଏଙ୍ଗେଲଙ୍କ ଜନ୍ମବାର୍ଷିକୀକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଇଆସୁଛି। ଇଣ୍ଟରନ୍ୟାଶନାଲ କାଉନ୍‌ସିଲ ଅଫ୍‌ ନର୍ସେସ୍‌ (ଆଇସିଏନ୍‌) ପକ୍ଷରୁ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳନ କରାଯାଇଥାଏ। ଚଳିତବର୍ଷ ନାଇଟଏଙ୍ଗେଲଙ୍କ ୨୦୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ଯେତେବେଳେ ସେକୌଣସି ସ୍ଥାନରେ ନିରବଚ୍ଛିନ୍ନ ସେବା ଓ ସହଯୋଗ ଯୋଗାଇ ଆସୁଛନ୍ତି ଏହି ନର୍ସମାନେ। ପ୍ରାକୃତିକ ବିପତ୍ତିଠାରୁ ଆରମ୍ଭ କରି ଯୁଦ୍ଧ, ମହାମାରୀ କିମ୍ବା ଯେକୌଣସି ଜରୁରିକାଳୀନ ସମୟରେ ଏମାନଙ୍କ ସେବା ଓ ଉତ୍ସର୍ଗୀକୃତ ମନୋଭାବର ପଟାନ୍ତର ନାହିଁ। ବିଶ୍ୱରେ ଲୋକଙ୍କ ଯତ୍ନନେବା, ସେମାନଙ୍କ ସେବାକରି ସୁସ୍ଥକରିବା କ୍ଷେତ୍ରରେ ନର୍ସଙ୍କ ଅବଦାନ ଅତୁଳନୀୟ। ୧୯୬୫ ମସିହାରୁ ଆଇସିଏନ୍‌ ପକ୍ଷରୁ ଏହି ଦିବସକୁ ଗୁରୁତ୍ୱ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳନ କରାଯାଇଆସୁଛି। ଏବେ ବିଶ୍ୱକୁ କରୋନା ମହାମାରୀ ଆତଙ୍କିତ କରି ରଖିଥିବା ବେଳେ ଲକ୍ଷ ଲକ୍ଷ ଲୋକ ମୃତାକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରର ଗୁରୁଦାୟିତ୍ୱ ବଢ଼ିଯାଇଥିବା ବେଳେ ନର୍ସମାନେ ସବୁବେଳେ କର୍ମକ୍ଷେତ୍ରରେ ରହୁଛନ୍ତି। ଏହି ଦିବସରେ ସେମାନଙ୍କୁ ଉତ୍ସାହିତ କରିବା ନିହାତି ଜରୁରୀ। ସେମାନଙ୍କୁୁ ଶୁଭକାମନା ଜଣାଇ ମନୋବଳ ଦୃଢ଼କରିବାର ଆବଶ୍ୟକତା ରହିଛି। ବିଶ୍ୱରେ ସ୍ବାସ୍ଥ୍ୟକ୍ଷେତ୍ରରେ ଯେତିକି ଲୋକ କାମ କରୁଛନ୍ତି, ସେମାନଙ୍କ ମଧ୍ୟରେ ପ୍ରାୟ ୫୦ ଭାଗ ହେଉଛନ୍ତିି ନର୍ସ। ତଥାପି ଦକ୍ଷିଣ ଏସିଆ ଓ ଆଫ୍ରିକାରେ ଏମାନଙ୍କ ସଂଖ୍ୟା ବହୁତ କମ୍‌। ବିଭିନ୍ନ ଜରୁରୀ କାର୍ଯ୍ୟ ଲାଗି ତଥାପି ଏମାନେ ଆଗେଇ ଆସିଥାନ୍ତି। ସେମାନଙ୍କ ନିଃସ୍ବାର୍ଥପର ସେବାର ତୁଳନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri