Posted inଫୁରସତ

ଅନ୍ତର୍ଜାତୀୟ ନର୍ସ ଦିବସ: କର୍ମକ୍ଷେତ୍ରରେ ଉତ୍ସାହ, ସମ୍ମାନ ଜରୁରୀ

ପ୍ରତିବର୍ଷ ମେ ୧୨ ତାରିଖକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଏ। ସମାଜରେ ଲୋକମାନଙ୍କୁ ନୀରୋଗ ରଖିବା ଓ ସେମାନଙ୍କ ସେବାକରିବାରେ ନର୍ସମାନଙ୍କ ଭୂମିକା ଅତୁଳନୀୟ। ସେମାନଙ୍କ ଅବଦାନ ଓ ଉତ୍ସର୍ଗୀକୃତ ସେବାକୁ ମନେପକାଇବା ଲାଗି ଏହି ଦିବସର ମହତ୍ତ୍ୱ ରହିଛି। ଫ୍ଲୋରେନ୍ସ ନାଇଟାଏଙ୍ଗେଲଙ୍କ ଜନ୍ମବାର୍ଷିକୀକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଇଆସୁଛି। ଇଣ୍ଟରନ୍ୟାଶନାଲ କାଉନ୍‌ସିଲ ଅଫ୍‌ ନର୍ସେସ୍‌ (ଆଇସିଏନ୍‌) ପକ୍ଷରୁ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳନ କରାଯାଇଥାଏ। ଚଳିତବର୍ଷ ନାଇଟଏଙ୍ଗେଲଙ୍କ ୨୦୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ଯେତେବେଳେ ସେକୌଣସି ସ୍ଥାନରେ ନିରବଚ୍ଛିନ୍ନ ସେବା ଓ ସହଯୋଗ ଯୋଗାଇ ଆସୁଛନ୍ତି ଏହି ନର୍ସମାନେ। ପ୍ରାକୃତିକ ବିପତ୍ତିଠାରୁ ଆରମ୍ଭ କରି ଯୁଦ୍ଧ, ମହାମାରୀ କିମ୍ବା ଯେକୌଣସି ଜରୁରିକାଳୀନ ସମୟରେ ଏମାନଙ୍କ ସେବା ଓ ଉତ୍ସର୍ଗୀକୃତ ମନୋଭାବର ପଟାନ୍ତର ନାହିଁ। ବିଶ୍ୱରେ ଲୋକଙ୍କ ଯତ୍ନନେବା, ସେମାନଙ୍କ ସେବାକରି ସୁସ୍ଥକରିବା କ୍ଷେତ୍ରରେ ନର୍ସଙ୍କ ଅବଦାନ ଅତୁଳନୀୟ। ୧୯୬୫ ମସିହାରୁ ଆଇସିଏନ୍‌ ପକ୍ଷରୁ ଏହି ଦିବସକୁ ଗୁରୁତ୍ୱ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳନ କରାଯାଇଆସୁଛି। ଏବେ ବିଶ୍ୱକୁ କରୋନା ମହାମାରୀ ଆତଙ୍କିତ କରି ରଖିଥିବା ବେଳେ ଲକ୍ଷ ଲକ୍ଷ ଲୋକ ମୃତାକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରର ଗୁରୁଦାୟିତ୍ୱ ବଢ଼ିଯାଇଥିବା ବେଳେ ନର୍ସମାନେ ସବୁବେଳେ କର୍ମକ୍ଷେତ୍ରରେ ରହୁଛନ୍ତି। ଏହି ଦିବସରେ ସେମାନଙ୍କୁ ଉତ୍ସାହିତ କରିବା ନିହାତି ଜରୁରୀ। ସେମାନଙ୍କୁୁ ଶୁଭକାମନା ଜଣାଇ ମନୋବଳ ଦୃଢ଼କରିବାର ଆବଶ୍ୟକତା ରହିଛି। ବିଶ୍ୱରେ ସ୍ବାସ୍ଥ୍ୟକ୍ଷେତ୍ରରେ ଯେତିକି ଲୋକ କାମ କରୁଛନ୍ତି, ସେମାନଙ୍କ ମଧ୍ୟରେ ପ୍ରାୟ ୫୦ ଭାଗ ହେଉଛନ୍ତିି ନର୍ସ। ତଥାପି ଦକ୍ଷିଣ ଏସିଆ ଓ ଆଫ୍ରିକାରେ ଏମାନଙ୍କ ସଂଖ୍ୟା ବହୁତ କମ୍‌। ବିଭିନ୍ନ ଜରୁରୀ କାର୍ଯ୍ୟ ଲାଗି ତଥାପି ଏମାନେ ଆଗେଇ ଆସିଥାନ୍ତି। ସେମାନଙ୍କ ନିଃସ୍ବାର୍ଥପର ସେବାର ତୁଳନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri