ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ: ମାଧବଙ୍କୁ ଶ୍ରେଷ୍ଠ ଜୁରୀ ସମ୍ମାନ

ବାଲେଶ୍ୱର ଅଫିସ, ୧୪।୨-ବାଲେଶ୍ୱର ସୁନହଟ ଅଞ୍ଚଳର ଲେଖକ, ଅଭିନେତା ଓ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡ଼ା ଗତ ୭, ୮ ଓ ୯ ତାରିଖ ୩ଦିନ ଧରି ବିହାରର ଔରଙ୍ଗାବାଦ ସହରର ଦାଉଦ ନଗରରେ ଅବସ୍ଥିତ ସଂସ୍କାର ବିଦ୍ୟା, ବିଦ୍ୟା ନିକେତନ ଗ୍ରୁପ ଅଫ ସ୍କୁଲ ପରିସରରେ ଚାଲିଥିବା ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ବିଚାରକ ଭାବେ ଯୋଗଦେଇ ଶ୍ରେଷ୍ଠ ଜୁରୀ ସମ୍ମାନ ପାଇଥିଲେ। ହିନ୍ଦୀ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଅଖିଳେନ୍ଦ୍ର ମିଶ୍ର ଏକ ମନୋରମ ପରିବେଶରେ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ କରି ଲେଖକ, ଅଭିନେତା ଓ ନିର୍ଦ୍ଦେଶକ ଭାବେ ପରିଡ଼ା ଯୋଗଦେଇ ଜିଲା ତଥା ରାଜ୍ୟର କଳାକାରମାନଙ୍କ ପାଇଁ ଆଦର୍ଶ ବନିବା ସହ ଗୌରବ ଆଣିଛନ୍ତି।
ଏହି ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ବିଶ୍ୱରୁ ୩୫ଟି ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସମଗ୍ର ଭାରତ ବର୍ଷର ବିଭିନ୍ନ କୋଣ ଅନୁକୋଣରୁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ପ୍ରଯୋଜକ, ନିର୍ଦ୍ଦେଶକ, କାହାଣୀ ଲେଖକ, ସଂଳାପ ଲେଖକ, କଳା ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ଶିଶୁ ଅଭିନେତା, ଅଭିନେତ୍ରୀମାନେ ଯୋଗଦେଇଥିଲେ। ସୁପର ୩୦ର ସ୍ରଷ୍ଟା ଆନନ୍ଦ କୁମାର, ହରିୟାଣା, ଝାନ୍‌ସୀର ୱଣ୍ଡରଫୁଲ ଗର୍ଲ ଜାନଭି, ବମ୍ବେ ଟେଲିଭିଜନ ଓ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୀଲ ଦୁବେ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ମହାନ ଅଭିନେତା ଅଖିଳେନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ୩ ଦିନ ଧରି ଯୋଗ ଦେଇଥିଲେ। ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ରଗୁଡିକର ମୂଲ୍ୟାଙ୍କନ କରିବା ପାଇଁ ଏକ ଜୁରୀ କମିଟି ଗଠନ କରାଯାଇଥିଲା। ସେହି ଜୁରୀ କମିଟିର ସଦସ୍ୟ ଭାବେ ଆରିଫ୍‌ ସେଡ଼ୋଲି, ଅଶୋକ ମେହେରା, ମାଧବ ଚନ୍ଦ୍ର ପରିଡ଼ା, ସମୀକ୍ଷକ କୃଷ୍ଣ କିଶୀଲୟା, ଭୋଜପୁରୀ ଫିଲ୍ମର ଅଭିନେତା ମନୋଜ ପଣ୍ଡିତ ଏବଂ କାଷ୍ଟିଙ୍ଗ ଡିରେକ୍ଟର ଅନୀତା ପଣ୍ଡିତ ମଧ୍ୟ ଯୋଗ ଦେଇଥିଲେ ା ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ରର ଶେଷ ଦିବସରେ ହ୍ରିତିକ୍‌ ରୋଶନ ଅଭିନୀତ ବାୟୋପିକ୍‌ ଚଳଚ୍ଚିତ୍ର ସୁପର ୩୦ ପ୍ରଦର୍ଶିତ ହେବା ସହ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ଫଳାଫଳ ଘୋଷଣା କରାଯାଇଥିଲା ା ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଭା ନିମନ୍ତେ ସମ୍ମାନ ଓ ସମ୍ବର୍ଦ୍ଧନା ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

କାର-ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri