ଅନୁମୋଦନରେ ବିଳମ୍ବ କରୁଛି ତାମଡ଼ା

ଅନୁଗୋଳ ଅଫିସ, ୨୯ା୮

ଜମି କିସମ ପରିବର୍ତ୍ତନ ପାଇଁ ଆସୁଥିବା ଫାଇଲ ପଡ଼ିରହୁଛି। ଏହାକୁ ମାସେ ମଧ୍ୟରେ ଅନୁମୋଦନ ଦେବାର ନିୟମ ରହିଥିଲେ ବି ତାହାକୁ ପାଳନ କରାଯାଉ ନାହିଁ। ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) କାର୍ଯ୍ୟାଳୟରେ ଜାଣିଶୁଣି ଏପରି କରାଯାଉଥିବା ଅଭିଯୋଗ ହେଉଛି। ଏହି କାର୍ଯ୍ୟ ପାଇଁ ଜଣେ ଆରକିଟେକ୍‌ ଆସିଷ୍ଟାଣ୍ଟ ଦାୟିତ୍ୱରେ ଥିବାରୁ ଏପରି ଅସୁବିଧା ହେଉଥିବା କୁହାଯାଉଥିଲେ ମଧ୍ୟ ସାଧାରଣରେ ଏହା ବିଶ୍ୱାସଯୋଗ୍ୟ ହୋଇପାରୁ ନାହିଁ। ଏ ନେଇ ପ୍ରଶାସନିକ ଅଧିକାରୀମାନେ ରାଜସ୍ବ ବୈଠକରେ ବାରମ୍ବାର ଜିଲାପାଳଙ୍କୁ ଅବଗତ କରୁଛନ୍ତି। ହେଲେ ସମସ୍ୟାର ସମାଧାନ ହୋଇପାରୁ ନାହିଁ।
ତାମଡା ଅଧୀନରେ ଅନୁଗୋଳ, ବଅଁରପାଳ, ଛେଣ୍ଡିପଦା, କଣିହଁା, ତାଳଚେର ଓ ଢେଙ୍କାନାଳ ଜିଲାର ଓଡାପଡା ବ୍ଲକ ରହିଛି। ଏସବୁ ବ୍ଲକ ଗୁଡ଼ିକରେ ଥିବା ଜମିର କିସମ ପରିବର୍ତ୍ତନ ପାଇଁ ତାମଡାର ଅନୁମୋଦନ ଆବଶ୍ୟକ। ଏଥିପାଇଁ ତହସିଲ ପକ୍ଷରୁ ଆବେଦନକାରୀଙ୍କ ଫାଇଲ ତାମଡାକୁ ପଠାଯାଇଥାଏ। ମାସେ ମଧ୍ୟରେ ଆବେଦନ ମଞ୍ଜୁର କରି ତାମଡା ତହସିଲକୁ ରିପୋର୍ଟ ପଠାଇବା କଥା। ଏହା ନ ହେଲେ ଫାଇଲ ଅନୁମୋଦନ ହୋଇଗଲା ବୋଲି ଧରିନିଆଯିବାର ନିୟମ ରହିଛି। କିନ୍ତୁ ଦୀର୍ଘ ଏକବର୍ଷ ହେଲା ଏପରି ହଜାର ହଜାର ଫାଇଲକୁ ମଞ୍ଜୁରୀ ଦେବାରେ ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଉକ୍ତ ୬ଟି ତହସିଲରୁ ମାସକୁ ପ୍ରାୟ ୬ ଶହରୁ ଊର୍ଦ୍ଧ୍ୱ ଫାଇଲ ତାମଡାକୁ ଆସୁଛି। କିନ୍ତୁ ଠିକ୍‌ ସମୟ ମଧ୍ୟରେ ତାହା ତହସିଲକୁ ଫେରୁ ନ ଥିବାରୁ ଆବେଦନକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ସଂଖ୍ୟକ ଫାଇଲ ଅନୁମୋଦନ ପାଇଁ ଜଣେ କର୍ମଚାରୀ ରହିଛନ୍ତି। ଏହାର ଗୁରୁତ୍ୱକୁ ଦେଖି ଜିଲାପାଳ ନିକଟରେ ଆଉ ଦୁଇ ଜଣ ଆରକିଟେକ୍‌ ଆସିଷ୍ଟାଣ୍ଟଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। କିନ୍ତୁ ଉକ୍ତ ନିର୍ଦ୍ଦେଶନାମା ଏଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ତାମଡା କର୍ତ୍ତୃପକ୍ଷଙ୍କ କାର୍ଯ୍ୟକାରିତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଅନୁମୋଦନ ଦିଆଯାଉଥିବା ଅଞ୍ଚଳରେ ସବୁଜ ବଳୟ କଥାକୁ ମଧ୍ୟ ତାମଡା କର୍ତ୍ତୃପକ୍ଷ ଭୁଲି ଯାଉଛନ୍ତି। କେଉଁ ଅଞ୍ଚଳରେ କେତେ ସବୁଜ ବଳୟ ରହିବ ସେ ନିୟମ ମଧ୍ୟ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। ବିଭିନ୍ନ ସ୍ଥାନରେ ଥିବା ଜମିରେ ଘର ନିର୍ମାଣ ଓ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଉଥିବାରୁ ବର୍ଷା ଜଳ ନିଷ୍କାସନ ପଥ ଅବରୋଧ ହୋଇଯାଉଥିବା କୁହାଯାଉଛି।
ସ୍ବାର୍ଥ ପାଇଁ ନିୟମ ବଦଳାଯାଉଛି
ହାତଗୁଞ୍ଜା ମିଳିଲେ ସରକାର ରଖିଥିବା ଗଳାବାଟ ଦେଇ ବାବୁମାନେ ନିୟମ ପରିବର୍ତ୍ତନ କରୁଛନ୍ତି। କିସମ ବଦଳାଇବା ବେଳେ ତାମଡା ପକ୍ଷରୁ ଠିକ୍‌ ଭାବେ ଅନୁଧ୍ୟାନ କରାଯାଉ ନ ଥିବାରୁ ଜଳଉତ୍ସଗୁଡ଼ିକ ପୋତାଯାଇ ଅଟ୍ଟାଳିକାମାନ ଗଢ଼ାଯାଉଛି। ଫଳରେ ସହରର ପାଣି ନିଷ୍କାସନରେ ସମସ୍ୟା ହେଉଛି।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌
ବହୁ ବିଳମ୍ବ ହେଉଛି
ତାମଡା କାର୍ଯ୍ୟାଳୟକୁ କନଭରସନ୍‌ ଫାଇଲ ପଠାଇଲେ ଏକ ମାସ ମଧ୍ୟରେ ତାହା ସେଠାରୁ ତହସିଲକୁ ଆସିବା କଥା। କିନ୍ତୁ ବାରମ୍ବାର ଫୋନ୍‌ ପରେ ମାତ୍ର ୨୫ଟି ଫାଇଲ ଆସିଛି। ଏଥିଯୋଗୁ ଆବେଦନକାରୀମାନେ ସମସ୍ୟାରେ ପଡ଼ୁଛନ୍ତି।
-ପତିତବାବନ ଦେବତା, ତହସିଲଦାର, କଣିହଁା
ବାରମ୍ବାର ଅବଗତ କରିବାକୁ ପଡ଼ୁଛି
ତାମଡା କାର୍ଯ୍ୟାଳୟଠାରୁ ଅନୁଗୋଳ ତହସିଲ ଅଫିସ ଦୂରତା ମାତ୍ର କେଇ ହାତ। କିନ୍ତୁ ପଠାଯାଉଥିବା ଫାଇଲ ମାସ ମାସ ଧରି ପଡ଼ି ରହୁଛି। ରାଜସ୍ବ ବୈଠକରେ ଆଲୋଚନା ପରେ ବି ଅସୁବିଧା ଦୂର ହେଉନାହିଁ। ଫଳରେ ତହସିଲଦାରଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି।
-ନେହେରୁ ମାଝି, ତହସିଲଦାର, ଅନୁଗୋଳ
ଅନୁଧ୍ୟାନ କରାଯିବ
ତାମଡାରେ ଜମି କିସମ ପରବର୍ତ୍ତନ ବିଳମ୍ବ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି କାର୍ଯ୍ୟ ପାଇଁ ଜଣେ ଡିଲିଂ ଆସିଷ୍ଟାଣ୍ଟ ରହିଛନ୍ତି। ଯଦି ଦୁର୍ନୀତି ହେଉଥିବ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ମନୋଜ କୁମାର ମହାନ୍ତି, ଜିଲାପାଳ ଓ ତାମଡା ଉପାଧ୍ୟକ୍ଷ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri