ଅନୁମତି ପରେ ବି ସ୍ବାଭାବିକ ହୋଇପାରିଲାନି ଘରୋଇ ବସ୍‌ ଚଳାଚଳ: ୧୧ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଭୁବନେଶ୍ୱର ଗଲା ବସ୍‌

ବ୍ରହ୍ମପୁର ଅଫିସ, ୨୮ା୫: ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ମଧ୍ୟ ଗୁରୁବାର ବ୍ରହ୍ମପୁରରେ ସ୍ବାଭାବିକ ହୋଇପାରିଲା ନାହିଁ ଘରୋଇ ବସ୍‌ ଚଳଚଳ। ବସ ସେବା ସ୍ବାଭାବିକ କରିବା ନେଇ ସରକାରଙ୍କ ଅନୁମତି ପରେ ଗୁରୁବାର ସକାଳୁ କିଛି ବସ୍‌ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ପହଞ୍ଚିଥିଲା। ମାତ୍ର ଯାତ୍ରୀ ନ ଥିବାରୁ ବସ୍‌ଗୁଡିକ ବସଷ୍ଟାଣ୍ଡରୁ ନିଜ ଗନ୍ତବ୍ୟ ସ୍ଥଳକୁ ଗଡିପାରିିଲା ନାହିଁ। ମାତ୍ର ଗୋଟିଏ ଘରୋଇ ବସ୍‌ କମ ଯାତ୍ରୀ ସତ୍ତ୍ବେ ବ୍ରହ୍ମପୁରର ଭୁବନେଶ୍ୱର ଅଭିମୁଖେ ଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, କୋଭିଡ-୧୯ ସଂକ୍ରମଣର ପ୍ରତିରୋଧ କରିବା ନେଇ ସାମାଜିକ ଦୂରତା ରକ୍ଷା, ସାନିଟାଇଜର ଓ ମାସ୍କ ବ୍ୟବହାର ନିୟମ ପାଳନ ପୂର୍ବକ ରାଜ୍ୟରେ ଗୁରୁବାରଠାରୁ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ବୁଧବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ପରେ ଗୁରୁବାର ପୂର୍ବାହ୍ନରେ ଘରୋଇ ବସ୍‌ ନୂଆ ବସଷ୍ଟାଣ୍ଡରେ ପହଞ୍ଚିଥିଲା। କିନ୍ତୁ ଯାତ୍ରୀ ଆସି ନ ଥିବାରୁ ଗଞ୍ଜାମ ଜିଲା ତଥା ଜିଲାବାହାରକୁ କୌଣସି ବସ ଯାତାୟତ ଆରମ୍ଭ କରିପାରି ନାହିଁ। କେବଳ ୧୧ ଯାତ୍ରୀଙ୍କୁ ନେଇ ୪୧ ସିଟ ବିଶିଷ୍ଟ ଖମ୍ଭେଶ୍ୱରୀ ବସ୍‌ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଗତିକରିଛି। ଅନ୍ୟପକ୍ଷରେ କୋଭିଡ-୧୯ ସଂକ୍ରମଣ ଭୟ ତଥା ରାଜ୍ୟର ସମସ୍ତ ସ୍ଥାନରେ ସରକାରଙ୍କ ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା ସ୍ବାଭାବିକ ହୋଇପାରି ନ ଥିବାରୁ ଯାତ୍ରୀମାନେ ଅସୁ ନ ଥିବା କହିଛନ୍ତି ଗଞ୍ଜାମ ଜିଲା ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପଟ୍ଟନାୟକ। ବର୍ତ୍ତମାନ ବ୍ରହ୍ମପୁରରୁ ଗଞ୍ଜାମ ଜିଲା ତଥା ଜିଲା ବାହାରକୁ ବିଭିନ୍ନ ରୁଟ୍‌ରେ ଯାତାୟତ କରୁଥିବା ୫୦୦ରୁ ୬୦୦ ବସ୍‌ ଚଳାଚଳ କରିପାରି ନାହିଁ। ବସ୍‌ଚଳାଚଳକୁ ସ୍ବାଭାବିକ କରିବା ପାଇଁ ରାଜ୍ୟର ସମସ୍ତ ସ୍ଥାନରେ ଆନୁସଙ୍ଗିକ ବ୍ୟବସ୍ଥାଗୁଡିକୁ ସ୍ବାଭାବିକ କରିବା ସହ ବସ୍‌ଯାତ୍ରାରେ କୋଭିଡ-୧୯ ସଂକ୍ରମଣ ଭୟ ନ ଥିବା ନେଇ ସରକାର ଘୋଷଣା କରିବା ଆବଶ୍ୟକ। ଯାହାଦ୍ୱାରା ପୁନଃ ବସ୍‌ ଚଳାଚଳ ସ୍ବାଭାବିକ ହୋଇପାରିବ ବୋଲି ସଂଘର ସାଧାରଣ ସମ୍ପାଦକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri