ଅନୁଭବୀ ଲୋକ ସଫଳ ନେତୃତ୍ୱ ନେଇପାରିବେ

ସୋନପୁର, ୮।୭(ନି.ପ୍ର) ପଶ୍ଚିମ ଓଡିଶା ବରିଷ୍ଠ ନାଗରିକଙ୍କ ସମାବେଶ ସୁବର୍ଣ୍ଣପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୋଜିତ ଏହି ସମାବେଶରେ ସମ୍ବଲପୁର, ବରଗଡ, ବୀରମହାରାଜପୁର, ପଦ୍ମପୁର, ବୌଦ୍ଧ ଓ ବଲାଙ୍ଗୀରର ବହୁ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ। ସୁବର୍ଣ୍ଣପୁର ସଂଘର ସଭାପତି ଡାକ୍ତର ରାଜେନ୍ଦ୍ର କୁମାର ମିଶ୍ର ସଭାରେ ପୌରୋହିତ୍ୟ କରିଥିଲେ। ସମ୍ପାଦକ ଡ. ନାରାୟଣ ପ୍ରସାଦ ରାୟଗୁରୁ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରି ପ୍ରତ୍ୟେକ ବରିଷ୍ଠ ନାଗରିକ ସେବା କାର୍ଯ୍ୟରେ ସମର୍ପିତ ହେବାକୁ ଆହ୍ବାନ ଦେଇଥିଲେ। ସହସମ୍ପାଦକ ଡ. ଜ୍ୟୋତିରଞ୍ଜନ ବହିଦାର ଅତିଥି ପରିଚୟ ପ୍ରଦାନ କରି ସମାଜ ପ୍ରତି ବରିଷ୍ଠ ନାଗରିକମାନଙ୍କ ଗୁରୁଦାୟିତ୍ୱ ଥିବାରୁ ସମସ୍ତେ ଏ ଦିଗରେ କାର୍ଯ୍ୟକ୍ରମ ଜରି ରଖିବାକୁ ଆହ୍ବାନ ଦେଇଥିଲେ। ପଶ୍ଚିମ ଓଡିଶାର ୧୧ଟି ଜିଲାକୁ ନେଇ ଗଠିତ ବରିଷ୍ଠ ନାଗରିକ ମହାସଂଘର ସଭାପତି ପ୍ରଫେସର ଟୁହୁଲୁ ସାହୁ ଯୋଗଦାନ କରି ବରିଷ୍ଠ ନାଗରିକ ହିଁ ସମାଜର ଅନୁଭବୀ ଲୋକ। ସେମାନେ ନେତୃତ୍ୱ ନେଲେ ସ୍ଥାନୀୟ ଅଞ୍ଚଳର ବହୁବିଧ ସମସ୍ୟା ସମାଧାନ ହୋଇପାରିବ ବୋଲି କହିଥିଲେ। ସମ୍ପ୍ରତି ବରିଷ୍ଠ ନାଗରିକମାନଙ୍କ ସକାଶେ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ଏହା ଯେପରି ସମସ୍ତ ବରିଷ୍ଠଙ୍କ ନିକଟରେ ପହଞ୍ଚତ୍ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ସାହୁ ପରାମର୍ଶ ଦେଇଥିଲେ। ମହାସଂଘ ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର କାର୍ଯ୍ୟକାରୀ ସମ୍ପାଦକ ଅମୂଲ୍ୟ କୁମାର ପତି, କୋଷାଧ୍ୟକ୍ଷ କେଦାରନାଥ ମିଶ୍ର୍ର, ଜୋନାଲ ସଭାପତି ସଦାନନ୍ଦ ସାନବର୍ଷା, ଜୋନାଲ ସମ୍ପାଦକ ନାରାୟଣ ନାଏକ, ଉପଦେଷ୍ଟା ଭାଗବତ ପ୍ରସାଦ ନନ୍ଦ, ଗୌରିଶ୍ୟାମ ପଣ୍ଡା, ଭଗବାନ ମିଶ୍ର, ଅଖିଳ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ଆଚାର୍ଯ୍ୟ ଓ ଶରତ କୁମାର ମହାନ୍ତି ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠ ଦଳ ଶାସନରେ ରହିଛି। ବିରୋଧିଙ୍କୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି। ଏଭଳି ସ୍ଥିତିରେ ଅନ୍ୟାୟର ସ୍ବର ଉତ୍ତୋଳନ କରିବା ଓ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ବରିଷ୍ଠ ନାଗରିକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ତେଣୁ ଅଞ୍ଚଳର ହିତ ଉଦ୍ଦେଶ୍ୟରେ ବରିଷ୍ଠମାନେ ସମୟ ବାହାର କରି ସେବାମୂଳକ କାର୍ଯ୍ୟରେ ସଂଗଠିତ ଭାବରେ ମନୋନିବେଶ କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିରେ ସୁବର୍ଣ୍ଣପୁର ଜିଲାର ବରିଷ୍ଠ ନାଗରିକ ଇନ୍ଦ୍ରମଣି ଦାଶ, ବେଦବ୍ୟାସ ତ୍ରିପାଠୀ, ବ୍ୟୋମକେଶ ଦାଶ, ଡ. ପ୍ରଫଲ୍ଲ କୁମାର ରଥ, ଡ. ସନ୍ତୋଷ କୁମାର ପାଢୀ, କୃପାସିନ୍ଧୁ ପାଣିଗ୍ରାହୀ, ଶିବ ନାରାୟଣ ମିଶ୍ର, ଶମ୍ଭୁ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ମହାସଂଘର ପରବର୍ତ୍ତୀ ସମାବେଶ ସୁନ୍ଦରଗଡ ଜିଲାରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?