ଅନୁଭବୀ ଲୋକ ସଫଳ ନେତୃତ୍ୱ ନେଇପାରିବେ

ସୋନପୁର, ୮।୭(ନି.ପ୍ର) ପଶ୍ଚିମ ଓଡିଶା ବରିଷ୍ଠ ନାଗରିକଙ୍କ ସମାବେଶ ସୁବର୍ଣ୍ଣପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୋଜିତ ଏହି ସମାବେଶରେ ସମ୍ବଲପୁର, ବରଗଡ, ବୀରମହାରାଜପୁର, ପଦ୍ମପୁର, ବୌଦ୍ଧ ଓ ବଲାଙ୍ଗୀରର ବହୁ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ। ସୁବର୍ଣ୍ଣପୁର ସଂଘର ସଭାପତି ଡାକ୍ତର ରାଜେନ୍ଦ୍ର କୁମାର ମିଶ୍ର ସଭାରେ ପୌରୋହିତ୍ୟ କରିଥିଲେ। ସମ୍ପାଦକ ଡ. ନାରାୟଣ ପ୍ରସାଦ ରାୟଗୁରୁ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରି ପ୍ରତ୍ୟେକ ବରିଷ୍ଠ ନାଗରିକ ସେବା କାର୍ଯ୍ୟରେ ସମର୍ପିତ ହେବାକୁ ଆହ୍ବାନ ଦେଇଥିଲେ। ସହସମ୍ପାଦକ ଡ. ଜ୍ୟୋତିରଞ୍ଜନ ବହିଦାର ଅତିଥି ପରିଚୟ ପ୍ରଦାନ କରି ସମାଜ ପ୍ରତି ବରିଷ୍ଠ ନାଗରିକମାନଙ୍କ ଗୁରୁଦାୟିତ୍ୱ ଥିବାରୁ ସମସ୍ତେ ଏ ଦିଗରେ କାର୍ଯ୍ୟକ୍ରମ ଜରି ରଖିବାକୁ ଆହ୍ବାନ ଦେଇଥିଲେ। ପଶ୍ଚିମ ଓଡିଶାର ୧୧ଟି ଜିଲାକୁ ନେଇ ଗଠିତ ବରିଷ୍ଠ ନାଗରିକ ମହାସଂଘର ସଭାପତି ପ୍ରଫେସର ଟୁହୁଲୁ ସାହୁ ଯୋଗଦାନ କରି ବରିଷ୍ଠ ନାଗରିକ ହିଁ ସମାଜର ଅନୁଭବୀ ଲୋକ। ସେମାନେ ନେତୃତ୍ୱ ନେଲେ ସ୍ଥାନୀୟ ଅଞ୍ଚଳର ବହୁବିଧ ସମସ୍ୟା ସମାଧାନ ହୋଇପାରିବ ବୋଲି କହିଥିଲେ। ସମ୍ପ୍ରତି ବରିଷ୍ଠ ନାଗରିକମାନଙ୍କ ସକାଶେ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ଏହା ଯେପରି ସମସ୍ତ ବରିଷ୍ଠଙ୍କ ନିକଟରେ ପହଞ୍ଚତ୍ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ସାହୁ ପରାମର୍ଶ ଦେଇଥିଲେ। ମହାସଂଘ ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର କାର୍ଯ୍ୟକାରୀ ସମ୍ପାଦକ ଅମୂଲ୍ୟ କୁମାର ପତି, କୋଷାଧ୍ୟକ୍ଷ କେଦାରନାଥ ମିଶ୍ର୍ର, ଜୋନାଲ ସଭାପତି ସଦାନନ୍ଦ ସାନବର୍ଷା, ଜୋନାଲ ସମ୍ପାଦକ ନାରାୟଣ ନାଏକ, ଉପଦେଷ୍ଟା ଭାଗବତ ପ୍ରସାଦ ନନ୍ଦ, ଗୌରିଶ୍ୟାମ ପଣ୍ଡା, ଭଗବାନ ମିଶ୍ର, ଅଖିଳ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ଆଚାର୍ଯ୍ୟ ଓ ଶରତ କୁମାର ମହାନ୍ତି ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠ ଦଳ ଶାସନରେ ରହିଛି। ବିରୋଧିଙ୍କୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି। ଏଭଳି ସ୍ଥିତିରେ ଅନ୍ୟାୟର ସ୍ବର ଉତ୍ତୋଳନ କରିବା ଓ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ବରିଷ୍ଠ ନାଗରିକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ତେଣୁ ଅଞ୍ଚଳର ହିତ ଉଦ୍ଦେଶ୍ୟରେ ବରିଷ୍ଠମାନେ ସମୟ ବାହାର କରି ସେବାମୂଳକ କାର୍ଯ୍ୟରେ ସଂଗଠିତ ଭାବରେ ମନୋନିବେଶ କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିରେ ସୁବର୍ଣ୍ଣପୁର ଜିଲାର ବରିଷ୍ଠ ନାଗରିକ ଇନ୍ଦ୍ରମଣି ଦାଶ, ବେଦବ୍ୟାସ ତ୍ରିପାଠୀ, ବ୍ୟୋମକେଶ ଦାଶ, ଡ. ପ୍ରଫଲ୍ଲ କୁମାର ରଥ, ଡ. ସନ୍ତୋଷ କୁମାର ପାଢୀ, କୃପାସିନ୍ଧୁ ପାଣିଗ୍ରାହୀ, ଶିବ ନାରାୟଣ ମିଶ୍ର, ଶମ୍ଭୁ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ମହାସଂଘର ପରବର୍ତ୍ତୀ ସମାବେଶ ସୁନ୍ଦରଗଡ ଜିଲାରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

ସମ୍ବଲପୁରରେ ବିଗ୍‌ ଫାଇଟ୍‌

ସମ୍ବଲପୁର,୨୮ା୩ (ଭବାନୀ ଶଙ୍କର ଭୋଇ)ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା...

ରଙ୍ଗଖେଳରୁ ଯୁବକଙ୍କୁ ହତ୍ୟା: ୨ ବିଜେଡି ନେତା ଗିରଫ

କୁଚିଣ୍ଡା,୨୮ା୩(ବିରଞ୍ଚତ୍ ଦର୍କା)ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି(ହରିଜନପଡ଼ା)ଠାରେ ମଙ୍ଗଳବାର ହୋଲି ଅବସରରେ ରଙ୍ଗଖେଳରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସେ ହେଲେ କେଛୁପାଣିର...

ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା

ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍‌) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ...

ହୋଲି ପାଇଁ ସମ୍ବଲପୁର ଆସୁଥିଲା ବହୁ ପରିମାଣର କଫ ସିରପ: ଜବତ କଲା ପୋଲିସ

ସମ୍ବଲପୁର,୨୫।୩(ପ୍ରମୋଦ ବହିଦାର): ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫ ସିରପ ର଼୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦର ଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି...

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri