ଅନନ୍ତ ବାସୁଦେବ ମନ୍ଦିର ପରିସରରେ ବେଆଇନ ନିର୍ମାଣ : ବିରୋଧ କରିବାରୁ ଏଏସ୍‌ଆଇ କର୍ମଚାରୀଙ୍କୁ ନାଲିଆଖି

ପୁରୁଣା ଭୁବନେଶ୍ୱର,୧୯।୭(ଡି.ଏନ.ଏ.) : ଏକାମ୍ର କ୍ଷେତ୍ରର ବିଭିନ୍ନ ମଠ ମନ୍ଦିର ନିକଟରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଅନନ୍ତବାସୁଦେବ ମନ୍ଦିର ମଧ୍ୟ ବେଆଇନ ନିର୍ମାଣ ଓ ଜବରଦଖଲରୁ ବର୍ତ୍ତି ନାହିଁ। ଏଠାରେ ପ୍ରସାଦ ପ୍ରସ୍ତୁତ ହେବା ସହ ମହିଳାମାନଙ୍କର ସୁଦଶା ବ୍ରତରେ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଏବେ ଏହି ମନ୍ଦିରର ପୁନରୁଦ୍ଧାର ଏବଂ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ କୋଟି କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ କରିଥିଲେ। ମାତ୍ର କେତେଜଣ ସେବାୟତଙ୍କ ମନମୁଖି ଏବଂ ଲାଭଖୋର ମନବୃତ୍ତ ପାଇଁ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ଗାଇଡ଼ ଲାଇନ ବିରୋଧରେ କାମ କରୁଛନ୍ତି। ଏଥିପାଇଁ ଅନେକ ସମୟରେ ବିଶୃଙ୍ଖଳା ଦେଖାଦେଉଛି। ଗୁରୁବାର ମନ୍ଦିର ପରିସରରେ ଏକ ପିଣ୍ଡି ନିର୍ମାଣ କରାଯାଉଥିଲା। ବାଲି ସିମେଣ୍ଟରେ ଏହି ପିଣ୍ଡିକୁ ନିର୍ମାଣ କରିବା ସମୟରେ ଏଏସଆଇଖବର ପାଇ ବିରୋଧ କରିଥିଲା। ଘଟଣାସ୍ଥଳରେ କର୍ମଚାରୀମାନେ ପହଞ୍ଚତ୍ବାରୁ ନିର୍ମାଣ କରୁଥିବା କେତେଜଣ ବ୍ୟକ୍ତି ଓଲଟା ଗାଳିଗୁଲଜ କରିବା ସହ ନାଲି ଆଖି ଦେଖାଇଥିଲେ। ଭୟରେ କର୍ମଚାରୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଏହାର ସୁଯୋଗ ହାତଛଡ଼ା ନ କରି ସେମାନେ ନିର୍ମାଣକାର୍ଯ୍ୟକୁ ତ୍ୱରାନିତ୍ୱ କରିଥିଲେ। ବିଭାଗୀୟ ଅଧିକାରୀ ନାଚାର ହୋଇ କେବଳ ତରବରିଆ ଭାବେ ବିଭିନ୍ନ ବିଭାଗକୁ ଘଟଣା ସମ୍ବନ୍ଧରେ ପତ୍ର ଲେଖି ହାତ ଟେକି ବସିଛନ୍ତି ।
ବେଆଇନ ସମ୍ବନ୍ଧରେ ଖୋର୍ଦ୍ଧା ଜିଲାପାଳ, କମିଶନରେଟ୍‌ ପୋଲିସର ଡ଼ିସିପି, ଏଏସଆଇର ସୁପରିଣ୍ଟେଣ୍ଡେଣ୍ଟ, ଆଇଆଇସି ଲିଙ୍ଗରାଜ ଥାନା ପ୍ରମୁଖକୁ ପତ୍ର ଲେଖା ଯାଇଥିବା ଏଏସ୍‌ଆଇର ସଂରକ୍ଷଣ ଅଧୀକ୍ଷକ ତୈଲୋକ୍ୟ ନାଥ କହିଛନ୍ତି। ପ୍ରଶାସନ ଏଭଳି ଘଟଣାରେ ନୀରବ ରହିବା ନେଇ ଅତୀତରେ ଐତିହ୍ୟ ଶିଶୁପାଳଗଡ଼ ପ୍ରାୟତଃ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଯାଇଛି। ଏ ନେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କୁହନ୍ତି, ଅନନ୍ତ ବାସୁଦେବ ମନ୍ଦିରରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ହେବା ନେଇ ମୋ ପାଖରେ ଖବର ନାହିଁ। ସେହିଭଳି ସାମାଜିକ କର୍ମୀ ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଏଭଳି ଆଇନ ବିରୋଧ ଘଟଣା ନିନ୍ଦନୀୟ। ଏଥିପ୍ରତି ପ୍ରଶାସନ ସଚେତନ ହେବା ଉଚିତ୍‌। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ। ବିରଷ୍ଠ ଆଇନଜୀବୀ ଅରୁଣ ମହାପାତ୍ର କୁହନ୍ତି, ଏଏସଆଇର ଗାଇଡ଼ ଲାଇନ ଅନୁଯାୟୀ, କୀର୍ତ୍ତରାଜ ଥିବା ସ୍ଥାନର ୨୦୦ମିଟର ଦୂରରେ ନିସିଦ୍ଧାଞ୍ଚଳରେ କୌଣସି ନିର୍ମାଣ ଆଇନତଃ ଦଣ୍ଡନୀୟ। ଏହା ପୁଣି ମନ୍ଦିର ପରିସରରେ ନିର୍ମାଣ ହେବା ସମସ୍ତଙ୍କୁ ଚକିତ କରିଛି। ଏଥିରେ ପ୍ରଶାସନର ହାତ ରହିଛି। ଯଦି ଏହା କେହି କରୁଥାଏ ଏଏସଆଇ ତା’ର ଗାଇଡ଼ଲାଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri