ଅଧୁରା ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ରେ ରହିଛି ଅନେକ ପ୍ରେମ କାହାଣୀ। ଅର୍ଥାତ୍‌ ଏଠାରେ ପରଦାରେ ନାୟକ ନାୟିକାର ଭୂମିକାରେ ଆସିଥିବା କେତେଜଣ କଳାକାର ରିୟଲ ଲାଇଫରେ ପତ୍ନୀପତିଭାବେ ଗଢିଛନ୍ତି ନିଜ ନିଜର ସୁନ୍ଦର ସଂସାର। ହେମାମାଳିନୀ-ଧର୍ମେନ୍ଦ୍ର କୁହନ୍ତୁ ଅବା ଜୟା-ଅମିତାଭ। ହେଲେ ଏଠି ଏମିତିବି କେତେଜଣ କଳାକାର ଅଛନ୍ତି ଯେଉଁମାନଙ୍କ ପ୍ରେମ କାହାଣୀ ଅଧୁରା ହୋଇ ରହିଯାଇଛି। ଆଉ ଆଜିବି ଏହା ଆଲୋଚନା ହେଉଛି।

ସୁରୈୟା-ଦେବ ଆନନ୍ଦ
ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ଦିନରୁ ହିଁ ସୁରୈୟାଙ୍କୁ ଦେବ ଆନନ୍ଦଙ୍କ ଦିଲ୍‌ ଦେଇ ଦେଇଥିଲେ। ହେଲେ ଏହାକୁ ଗ୍ରହଣ କରି ନ ଥିଲେ ସୁରୈୟାଙ୍କ ଜେଜେମା। ଶେଷରେ ଘର ଲୋକଙ୍କ କଥାମାନି ନିଜ ପ୍ରେମକୁ ବଳି ପକାଇଥିଲେ ସୁରୈୟା। ଅବଶ୍ୟ ଏହାକୁ ଖୋଲାଖୋଲି ଭାବେ ଦେବ ସାହେବ ଏକ ସାକ୍ଷାତ୍‌କାରରେ କହିବା ସହ ବାୟୋଗ୍ରାଫିରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ମଧୁବାଳା-ଦିଲ୍ଲୀପ କୁମାର
ପରଦାରେ ଅଭିନୟ କରୁ କରୁ ଏମାନେ ପଡିଥିଲେ ପ୍ରେମରେ। ହେଲେ ସଂସାର ଗଢିବାର ସ୍ବପ୍ନ ଏମାନଙ୍କର ପୂରଣ ହୋଇ ନ ଥିଲା। କାରଣ ମଧୁବାଳା-ଦିଲ୍ଲୀପ କୁମାରଙ୍କ ସମ୍ପର୍କକୁ ଗ୍ରହଣ କରି ନ ଥିଲେ ମଧୁବାଳାଙ୍କ ବାପା। ଅବଶ୍ୟ ଏକଥା ଦିଲ୍ଲୀପ କୁମାର ତାଙ୍କ ବାୟୋଗ୍ରାଫିରେ ଭଲ ଭାବେ ବର୍ଣ୍ଣନା କରିଛନ୍ତି।
ହେମାମାଳିନୀ-ସଞ୍ଜିବ କୁମାର
ଡ୍ରିମ୍‌ ଗର୍ଲଙ୍କ ପ୍ରେମରେ ପଡିଥିଲେ ୭୦ ଦଶକର ହ୍ୟାଣ୍ଡସମ୍‌ ନାୟକ ସଞ୍ଜିବ କୁମାର। ହେଲେ ସେତେବେଳକୁ ହେମା ପଡିଥିଲେ ହିମ୍ୟାନ୍‌ ଅର୍ଥାତ୍‌ ଧର୍ମେନ୍ଦ୍ରଙ୍କ ପ୍ରେମରେ। ତେଣୁ ସେ ଧର୍ମେନ୍ଦ୍ରଙ୍କୁ ହିଁ ବିବାହ କରିଥିଲେ। ଏପଟେ କିନ୍ତୁ ସାରା ଜୀବନ ଅବିବାହିତ ରହି ଯାଇଥିଲେ ସଞ୍ଜିବ କୁମାର।
ରେଖା-ଅମିତାଭ
ଏମାନଙ୍କ ପ୍ରେମ କାହାଣୀ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚିତ। ଏମିତିକି ଏମାନଙ୍କ ପ୍ରେମ କାହାଣୀକୁ ନେଇ ୟଶରାଜ ବ୍ୟାନରେ ମଧ୍ୟ ନିର୍ମାଣ ହୋଇଛି ଏକ ଫିଲ୍ମ। ଯାହାର ଗୀତ ଗୁଡିକ ଆଜିବି ସୁପର ହିଟ୍‌। ତେବେ ଅମିତାଭ ବି ଘର ଲୋକଙ୍କ କଥାକୁ ନ ଭାଙ୍ଗିପାରି କୁଆଡେ ରେଖାଙ୍କ ପ୍ରେମକୁ ଭୁଲି ଯାଇଥିଲେ ବୋଲି କୁହାଯାଏ। ଆଉ ତାଙ୍କ ଜୀବନରେ ଆସିଥିଲେ ଜୟା। ଯାହାଙ୍କୁ ନେଇ ସେ ଏବେ ଗଢିଛନ୍ତି ତାଙ୍କ ସୁନ୍ଦର ସଂସାର।
ଐଶ୍ୱର୍ଯ୍ୟା-ସଲମାନ
ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡିଥିଲେ ବଲିଉଡ୍‌ ଭାଇଜାନ୍‌ ସଲମାନ। ଦୀର୍ଘ ୩ ବର୍ଷ ଧରି ଏମାନେ ପରସ୍ପରକୁ ଭଲପାଇ ବସିଥିଲେ। ହେଲେ ଶେଷରେ ସଲମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଐଶ୍ୱର୍ଯ୍ୟା ତାଙ୍କଠାରୁ ଦୂରେଇ ଯାଇଥିଲେ। ଏମାନଙ୍କ ପ୍ରେମ କାହାଣୀ ମଧ୍ୟ ରହି ଯାଇଥିଲା ଅଧୁରା। ପରେ ଐଶ୍ୱର୍ଯ୍ୟା ସିନା ଗଢିଲେ ତାଙ୍କର ସଂସାର ହେଲେ ଭାଇଜାନ୍‌ ଆଜି ପର୍ଯ୍ୟନ୍ତ ଏକା ଏକା ହୋଇ ରହିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri