ଅଧିକାରୀଙ୍କ ଅଫିସ୍‌ ଆସିବା ନିୟମ ବଦଳିଲା

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସ୍‌ କାର୍ଯ୍ୟ। ଏଥିପାଇଁ କ୍ରିଟିକାଲ ବିଭାଗର ସମସ୍ତ ଗ୍ରୁପ୍‌-ଏ ଅଧିକାରୀ ଓ ୫୦% କର୍ମଚାରୀ ଏବଂ ଆଂଶିକ କ୍ରିଟିକାଲ ବିଭାଗର ୩୩% କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ରାଜସ୍ବ ବିଭାଗ ପକ୍ଷରୁ ଗତ ୧୭ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସୋମବାର ଉକ୍ତ ନିର୍ଦ୍ଦେଶନାମାକୁ ବଦଳାଇ ଦିଆଯାଇଛି। ଏହାସହିତ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ୧୧ଟି କ୍ରିଟିକାଲ ବିଭାଗର ୩୦% ଏବଂ ଆଂଶିକ କ୍ରିଟିକାଲ ବିଭାଗର ୧୦% ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ସେମାନଙ୍କ ମଧ୍ୟରୁ କେତେଜଣ ଅଧିକାରୀ ଓ କେତେଜଣ କର୍ମଚାରୀ ତାହା ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ସେମାନେ ମଙ୍ଗଳବାରଠାରୁ ପାଳିରେ ଅଫିସ୍‌ ଆସି କାର୍ଯ୍ୟ କରିବେ। କେଉଁ ପାଳିରେ କିଏ ଆସିବେ ସେନେଇ ବିଭାଗ ଅନୁଯାୟୀ ନିଷ୍ପତ୍ତି ନିଆଯିବ। ସେହିପରି ଯେଉଁ କର୍ମଚାରୀମାନେ ଅଫିସ ନ ଆସିବେ ସେମାନେ ଘରୁ କାମ କରିବେ।
କ୍ରିଟିକାଲ ବିଭାଗ ତାଲିକାରେ ରହିଛି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସମବାୟ, ମତ୍ସ୍ୟ ଓ ପଶୁ ପାଳନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ। ଅନ୍ୟ ସବୁ ବିଭାଗକୁ ଆଂଶିକ କ୍ରିଟିକାଲ ବର୍ଗରେ ରଖାଯାଇଛି। କେଉଁ ଜରୁରୀ ସେବା କାର୍ଯ୍ୟ କରାଯିବ ଏବଂ କ୍ଷେତ୍ର ସ୍ତରରେ କ’ଣ କରାଯିବ, ତାହା ବିଭାଗ ଅନୁଯାୟୀ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯିବ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ସମେତ ସବୁ ବିଭାଗର ମନ୍ତ୍ରୀ, ସଚିବ, ଅତିରିକ୍ତ ଶାସନ ସଚିବ ମାନଙ୍କୁ ଚିଠି ପଠାଯାଇଛି। ସେହିପରି ଯେଉଁ ଅଧିକାରୀମାନେ ଅଫିସ୍‌ କାର୍ଯ୍ୟରେ ଯୋଗଦେବେ ସେମାନେ ନିଜ ପରିଚୟପତ୍ର ଏବଂ ଉକ୍ତ ଚିଠିର ଏକ ନକଲ ଧରି ଆସିବାକୁ କୁହାଯାଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇବା ପରେ ସରକାରୀ କାର୍ଯ୍ୟାଳୟରେ ଅଧିକ ଭିଡ଼ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
ସୂଚନାଥାଉ କି, ଲକ୍‌ଡାଉନ ଆରମ୍ଭବେଳେ ଅଧିକାଂଶ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟିରେ ରହିବାକୁ କୁହାଯାଇଥିବାବେଳେ ସେମାନଙ୍କୁ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି କୌଣସି କର୍ମଚାରୀଙ୍କ ଆବଶ୍ୟକତା ପଡ଼େ ତେବେ ସେମାନଙ୍କୁ ଡକାଯିବାର ଗୋଟିଏ ଘଣ୍ଟା ମଧ୍ୟରେ ଅଫିସରେ ପହଞ୍ଚିବାକୁ କୁହାଯାଇଥିଲା। ହେଲେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ କର୍ମଚାରୀ ନିଜ ଗାଁକୁ ଚାଲିଯାଇଥିଲେ। ଲୋକସେବା ଭବନରେ ଚାକିରି କରିଥିବା ଆଖପାଖ ଜିଲାର ବହୁ କର୍ମଚାରୀ ଦୈନିକ ଟ୍ରେନ୍‌ ଏବଂ ବସ୍‌ ଯୋଗେ ଅଫିସ ଯା’ଆସ କରନ୍ତି। ସୋମବାରଠାରୁ ଅଫିସ୍‌ କାର୍ଯ୍ୟ ଆରମ୍ଭ ହେଉଥିବା ଜାଣିବା ପରେ ସେମାନେ ଚିନ୍ତାରେ ପଡ଼ିଯାଇଥିଲେ। ଯାତାୟାତ ନିମନ୍ତେ ପାସ୍‌ ପାଇବା ପାଇଁ ସେମାନେ ଏସ୍‌ପି ଅଫିସ୍‌ଗୁଡ଼ିକରେ ପହଞ୍ଚତ୍ଥିଲେ। କିନ୍ତୁ ଏସ୍‌ପି ଅଫିସ୍‌ଗୁଡ଼ିକ ପକ୍ଷରୁ ପାସ୍‌ ଦେବାକୁ ମନା କରିଦିଆଯାଉଥିବାରୁ ସେମାନେ ଅଡ଼ୁଆରେ ପଡ଼ିଯାଇଥିଲେ। କିନ୍ତୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନୂଆ ନିର୍ଦ୍ଦେଶନାମା ସେମାନଙ୍କୁ ଆଶ୍ୱସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri