ଅଧିକାରୀଙ୍କ ଅଫିସ୍‌ ଆସିବା ନିୟମ ବଦଳିଲା

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସ୍‌ କାର୍ଯ୍ୟ। ଏଥିପାଇଁ କ୍ରିଟିକାଲ ବିଭାଗର ସମସ୍ତ ଗ୍ରୁପ୍‌-ଏ ଅଧିକାରୀ ଓ ୫୦% କର୍ମଚାରୀ ଏବଂ ଆଂଶିକ କ୍ରିଟିକାଲ ବିଭାଗର ୩୩% କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ରାଜସ୍ବ ବିଭାଗ ପକ୍ଷରୁ ଗତ ୧୭ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସୋମବାର ଉକ୍ତ ନିର୍ଦ୍ଦେଶନାମାକୁ ବଦଳାଇ ଦିଆଯାଇଛି। ଏହାସହିତ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ୧୧ଟି କ୍ରିଟିକାଲ ବିଭାଗର ୩୦% ଏବଂ ଆଂଶିକ କ୍ରିଟିକାଲ ବିଭାଗର ୧୦% ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ସେମାନଙ୍କ ମଧ୍ୟରୁ କେତେଜଣ ଅଧିକାରୀ ଓ କେତେଜଣ କର୍ମଚାରୀ ତାହା ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ସେମାନେ ମଙ୍ଗଳବାରଠାରୁ ପାଳିରେ ଅଫିସ୍‌ ଆସି କାର୍ଯ୍ୟ କରିବେ। କେଉଁ ପାଳିରେ କିଏ ଆସିବେ ସେନେଇ ବିଭାଗ ଅନୁଯାୟୀ ନିଷ୍ପତ୍ତି ନିଆଯିବ। ସେହିପରି ଯେଉଁ କର୍ମଚାରୀମାନେ ଅଫିସ ନ ଆସିବେ ସେମାନେ ଘରୁ କାମ କରିବେ।
କ୍ରିଟିକାଲ ବିଭାଗ ତାଲିକାରେ ରହିଛି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସମବାୟ, ମତ୍ସ୍ୟ ଓ ପଶୁ ପାଳନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ। ଅନ୍ୟ ସବୁ ବିଭାଗକୁ ଆଂଶିକ କ୍ରିଟିକାଲ ବର୍ଗରେ ରଖାଯାଇଛି। କେଉଁ ଜରୁରୀ ସେବା କାର୍ଯ୍ୟ କରାଯିବ ଏବଂ କ୍ଷେତ୍ର ସ୍ତରରେ କ’ଣ କରାଯିବ, ତାହା ବିଭାଗ ଅନୁଯାୟୀ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯିବ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ସମେତ ସବୁ ବିଭାଗର ମନ୍ତ୍ରୀ, ସଚିବ, ଅତିରିକ୍ତ ଶାସନ ସଚିବ ମାନଙ୍କୁ ଚିଠି ପଠାଯାଇଛି। ସେହିପରି ଯେଉଁ ଅଧିକାରୀମାନେ ଅଫିସ୍‌ କାର୍ଯ୍ୟରେ ଯୋଗଦେବେ ସେମାନେ ନିଜ ପରିଚୟପତ୍ର ଏବଂ ଉକ୍ତ ଚିଠିର ଏକ ନକଲ ଧରି ଆସିବାକୁ କୁହାଯାଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇବା ପରେ ସରକାରୀ କାର୍ଯ୍ୟାଳୟରେ ଅଧିକ ଭିଡ଼ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
ସୂଚନାଥାଉ କି, ଲକ୍‌ଡାଉନ ଆରମ୍ଭବେଳେ ଅଧିକାଂଶ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟିରେ ରହିବାକୁ କୁହାଯାଇଥିବାବେଳେ ସେମାନଙ୍କୁ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି କୌଣସି କର୍ମଚାରୀଙ୍କ ଆବଶ୍ୟକତା ପଡ଼େ ତେବେ ସେମାନଙ୍କୁ ଡକାଯିବାର ଗୋଟିଏ ଘଣ୍ଟା ମଧ୍ୟରେ ଅଫିସରେ ପହଞ୍ଚିବାକୁ କୁହାଯାଇଥିଲା। ହେଲେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ କର୍ମଚାରୀ ନିଜ ଗାଁକୁ ଚାଲିଯାଇଥିଲେ। ଲୋକସେବା ଭବନରେ ଚାକିରି କରିଥିବା ଆଖପାଖ ଜିଲାର ବହୁ କର୍ମଚାରୀ ଦୈନିକ ଟ୍ରେନ୍‌ ଏବଂ ବସ୍‌ ଯୋଗେ ଅଫିସ ଯା’ଆସ କରନ୍ତି। ସୋମବାରଠାରୁ ଅଫିସ୍‌ କାର୍ଯ୍ୟ ଆରମ୍ଭ ହେଉଥିବା ଜାଣିବା ପରେ ସେମାନେ ଚିନ୍ତାରେ ପଡ଼ିଯାଇଥିଲେ। ଯାତାୟାତ ନିମନ୍ତେ ପାସ୍‌ ପାଇବା ପାଇଁ ସେମାନେ ଏସ୍‌ପି ଅଫିସ୍‌ଗୁଡ଼ିକରେ ପହଞ୍ଚତ୍ଥିଲେ। କିନ୍ତୁ ଏସ୍‌ପି ଅଫିସ୍‌ଗୁଡ଼ିକ ପକ୍ଷରୁ ପାସ୍‌ ଦେବାକୁ ମନା କରିଦିଆଯାଉଥିବାରୁ ସେମାନେ ଅଡ଼ୁଆରେ ପଡ଼ିଯାଇଥିଲେ। କିନ୍ତୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନୂଆ ନିର୍ଦ୍ଦେଶନାମା ସେମାନଙ୍କୁ ଆଶ୍ୱସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri