ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା

ବୋରିଗୁମ୍ମା,୩୧ା୧(ଡି.ଏନ୍‌.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ କରିବା ଯୋଜନା କରାଗଲା। ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟ ହେବ, ସେଠାରେ ନୂଆ ଶ୍ରେଣୀଗୃହ ନିର୍ମାଣ ହେବା କଥା। କିନ୍ତୁ ପ୍ରଶାସନିକ ଅବହେଳା ପାଇଁ ଅଧିକାଂଶ ବିଦ୍ୟାଳୟରେ ନୂଆଗୃହ ଅଧାପନ୍ତରିଆ ପଡ଼ିଛି। ଏହାର ଏକ ଦୃଷ୍ଟାନ୍ତ ହେଉଛି ବୋରିଗୁମ୍ମା ବ୍ଳକ ବଡ଼ମାଝୀଗୁଡ଼ା ଉଚ୍ଚ ବିଦ୍ୟାଳୟ। ୨୦୦୯ରେ ବଡ଼ମାଝୀଗୁଡ଼ା ଉଚ୍ଚ ବିଦ୍ୟାଳୟ ମାନ୍ୟତା ପାଇବା ପରେ ୨୦୧୧ରେ ନୂତନ ଶ୍ରେଣୀଗୃହ ପାଇଁ ଅନୁଦାନ ମିଳିଥିଲା। ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ସରକାର ଅନୁମତି ଦେଇଥିଲେ। ବିଡ଼ମ୍ବନା, ନଅ ବର୍ଷ ଧରି ନୂତନ ଶ୍ରେଣୀଗୃହ ନିର୍ମାଣ କାମ ଅଧାରେ ଅଟକିଛି। ୪୫ ଲକ୍ଷ ବଜେଟ୍‌ରେ ହେବାକୁ ଥିବା ଦୁଇମହଲା କୋଠାରେ ୮ଟି ଶ୍ରେଣୀଗୃହ ରହିଛି। ଏବେ ବି କବାଟ, ଝରକା ଲାଗି ନ ଥିବା ବେଳେ ପାଣି ସୁବିଧା କି ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ। ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀର ପିଲା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। ନବମରେ ୫୭ ଓ ଦଶମରେ ୧୭ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ପ୍ରଥମରୁ ଅଷ୍ଟମ ଭିତରେ ୧୦୫ ଜଣ ପିଲା ରହିଛନ୍ତି। ବର୍ତ୍ତମାନ ମାତ୍ର ୪ଟି ଶ୍ରେଣୀଗୃହ ଥିବାରୁ ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ବାରଣ୍ଡାରେ ପାଠ ପଢୁଛନ୍ତି। ବଡ଼ମାଝୀଗୁଡ଼ା ବିଦ୍ୟାଳୟକୁ ପାଖାପାଖି ୧୦ଟି ଗାଁର ପିଲା ପଢ଼ିବାକୁ ଆସୁଛନ୍ତି। ତୁରନ୍ତ ଅଧାରେ ଅଟକିଥିବା ଶ୍ରେଣୀଗୃହ ଶେଷ କରିବାକୁ ଦାବି ହୋଇଛି। ବିଭାଗୀୟ ଏସ୍‌ଡିଓ କହିଛନ୍ତି, ଅଳ୍ପ ଦିନ ମଧ୍ୟରେ ନୂତନ ଶ୍ରେଣୀଗୃହ ନିର୍ମାଣ କାମ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri