Posted inଫୁରସତ

ଅଧଘଣ୍ଟାରେ ଭାଙ୍ଗିଲା ବିବାହ: ସାତଫେରା ସରିଥିଲା, କନ୍ୟା ବିଦାୟୀ ସମୟରେ ଘଟିଲା ଏମିତି କିଛି….

ଲକ୍ଷ୍ନୌ,୨୬।୫: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଏକ ଝିଅର ବିବାହ ବହୁତ ଧୂମଧାମରେ ଅନୁଷ୍ଠିତ ହୋଇଥିଲା। ବରଣମାଳା ପଡିଥିଲା। ସାତଫେରା ମଧ୍ୟ ହୋଇଥିଲା। କିନ୍ତୁ କନ୍ୟା ବିଦାୟ ସମୟରେ ଏମିତି କିଛି ଘଟିଥିଲା, ଯାହା ଫଳରେ ବର ଘର ପକ୍ଷରୁ ବିବାହ ଭାଙ୍ଗି ଦିଆଯାଇଥିଲା। ୂ ଏହି ଘଟଣାଟି ପ୍ରୟାଗରାଜର ମୌଇମାରେ ଘଟିଛି। ସୂଚନା ଅନୁଯାୟୀ, ମୌଆଇମାର ଏକ ଗାଁରେ ରହୁଥିବା ଜଣେ ଝିଅର ବିବାହ କୌଶାମ୍ବୀ ଜିଲାରେ ରହୁଥିବା ଜଣେ ଯୁବକଙ୍କ ସହିତ ସ୍ଥିର ହୋଇଥିଲା। ଏହି ବିବାହକୁ ନେଇ ଉଭୟ ପରିବାରରେ ଏକ ଉତ୍ସବର ପରିବେଶ ଥିଲା। ବର ବଡ଼ ଧୁମଧାମରେ ବରଯାତ୍ରୀ ଧରି ବିବାହ ମଣ୍ଡପରେ ପହଞ୍ଚିଥିଲେ। ଏହା ପରେ ବରଣମାଳା ଏବଂ ସାତଫେରା ସହିତ ଅନୁଷ୍ଠିତ ହୋଇଥିଲା। ବିଦାୟୀ ସମୟରେ କନ୍ୟା ଜୋରରେ କାନ୍ଦିବାକୁ ଲାଗିଥିଲେ। ସେହି ସମୟରେ, ବର ଏବଂ ତାଙ୍କ ପରିବାର ଜାଣିବାକୁ ପାଇଲେ ଯେ କନ୍ୟା ଜଣକ ଖନି। କଥା କହିବା ବେଳେ ତାଙ୍କ ପାଟି ଲାଗେ। ତାଙ୍କ ସ୍ବର ଶୁଣି ବର ଏବଂ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଗଲେ। ବରପକ୍ଷ ଏହି ବିବାହକୁ ଗ୍ରହଣ କରି ନ ଥିଲେ। ଏହା ପରେ ଦୁଇ ପକ୍ଷ ମଧ୍ୟରେ ବିବାଦ ବଢ଼ିଲା ଏବଂ ମାମଲା ପଞ୍ଚାୟତ ପର୍ଯ୍ୟନ୍ତ ପହଞ୍ଚିଲା।

ଉଭୟ ପକ୍ଷର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏକାଠି ବସି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପଞ୍ଚାୟତରେ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା ଏବଂ ଶେଷରେ ନିଷ୍ପତ୍ତି ନିଆଯାଇଥିଲା ଯେ ଏହି ବିବାହ ପରେ ମଧ୍ୟ କନ୍ୟା ତାଙ୍କ ଶ୍ୱଶୁର ଘରେ ଖୁସିରେ ରହିପାରିବେ ନାହିଁ। ଏହି ବିବାହ ଏଠାରେ ଶେଷ ହେବା ଉଚିତ। ତା’ପରେ ଉଭୟ ପକ୍ଷ ପରସ୍ପରର ସମ୍ମତିରେ ପରସ୍ପରର ଜିନିଷପତ୍ର ଫେରାଇ ଦେଲେ। ବର ନିଜ ଘରକୁ ଫେରିଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜୀବ ଗାନ୍ଧୀଙ୍କ ସହ ଏମିତି ଆରମ୍ଭ ହୋଇଥିଲା ପ୍ରେମ, ବଡ଼ ଖୁଲାସା କଲେ ସୋନିଆ

ନୂଆଦିଲ୍ଲୀ,୧୧ା୧୧: କଂଗ୍ରେସ ସଂସଦୀୟ ଦଳ (CPP) ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ଜୀବନର କିଛି ବିଶେଷ ସ୍ମୃତିକୁ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ସେୟାର କରିଛନ୍ତି…

ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କଲା ଆସିକା ପୌରପରିଷଦ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରି…

ଛତ୍ରପୁର,୧୧ା୧୧(ଦିଲ୍ଲୀପ ସାମଲ): ସ୍ବଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ଗଞ୍ଜାମ ଜିଲାର ଗୌରବ ବୃଦ୍ଧି କରିଛି ଆସିକା ପୌରପରିଷଦ। ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର…

ଚାଲିଥିଲା ଡକାୟତି ଯୋଜନା: ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଧରି…

ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ,…

ଇସ୍ରାଏଲ୍‌ ସଂସଦରେ ମୁହାଁମୁହିଁ ନେତନ୍ୟାହୁଙ୍କ ପତ୍ନୀ-ପୂର୍ବତନ PM, ଭିଡିଓ ଭାଇରାଲ୍

ଜେରୁଜେଲମ୍,୧୧।୧୧: ଇସ୍ରାଏଲ୍‌ ସଂସଦ (ନେସେଟ୍‌)ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଭାଷଣ ସମୟରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ନେତନ୍ୟାହୁଙ୍କ ପତ୍ନୀ ସାରା ନେତନ୍ୟାହୁ ଓ ତାଙ୍କର…

ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ମେଟ୍ରୋ ପ୍ରକଳ୍ପରୁ ନେଇ ଭାରତର ସଂଗ୍ରହାଳୟ ପର୍ଯ୍ୟନ୍ତ, ଜାଣନ୍ତୁ କ୍ୟାବିନେଟର ୫ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର (ନଭେମ୍ୱର ୧୧, ୨୦୨୬) ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାତ୍ୟା ଅର୍ଣ୍ଣବ: ଗଞ୍ଜାମ-ଗଜପତି-କନ୍ଧମାଳ ପାଇଁ ଘୋଷଣା ହେଲା ରିଲିଫ, ୫୦ କେଜି ଚାଉଳ ସାଙ୍ଗକୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର,୧୧ା୧୧: ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ପାଇଁ ରିଲିଫ ଘୋଷଣା କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବରୁ ସହାୟତା ଘୋଷଣା କରିଥିବା ବେଳେ…

ମଙ୍ଗଳଙ୍କ ସିଂହ ରାଶିରେ ଗୋଚର: ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ବଡ଼ ଚାକିରି ଅଫର୍‌ରେ ବଦଳିବ ଭାଗ୍ୟ!

ଗୁରୁବାର, ନଭେମ୍ୱର ୧୨, ୨୦୨୬ ରେ ମଙ୍ଗଳ ଗ୍ରହ ତାଙ୍କର ମିତ୍ର ସୂର୍ଯ୍ୟଙ୍କ ରାଶି ସିଂହରେ ଗୋଚର କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କର ସେନାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?