Posted inଖେଳ

ଅତୁଟ ୩ ଭାରତୀୟ ରେକର୍ଡ

କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆଗାମୀ ଦେଢ଼ମାସ ଧରି ଗ୍ରେଟ୍‌ ବ୍ରିଟେନର ୧୧ଟି ଷ୍ଟାଡିୟମରେ ବିଶ୍ୱକପ୍‌ ଟ୍ରଫି ଲାଗି ୧୦ ଦଳ ମଧ୍ୟରେ ମୁକାବିଲା ହେବ। ଟୁର୍ନାମେଣ୍ଟ ଉପରେ ନଜର ପକାଇଲେ ଭାରତ ଅନ୍ୟତମ ସଫଳ ଦଳର ମାନ୍ୟତା ପାଇଛି। ୧୯୮୩ରେ କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ବିଶ୍ୱବିଜେତା ମୁକୁଟ ପିନ୍ଧିଥିଲା। ଏହାପରେ ୨୦୧୧ରେ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହୋଇଥିଲା। ତେବେ ଭାରତ ୨୦୦୩ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା। ତିନିଥର ଫାଇନାଲ ଖେଳିଥିବା ଭାରତୀୟ ଖେଳାଳିଙ୍କ ନାମରେ ଏମିତି କିଛି ବିଶ୍ୱକପ୍‌ ରେକର୍ଡ ରହିଛି ଯାହା ଆଜି ପର୍ଯ୍ୟନ୍ତ ବି ଅତୁଟ ରହିଛି। ସେହି ୩ଟି ରେକର୍ଡ ବିଷୟରେ ନିମ୍ନରେ ସଂକ୍ଷେପରେ…

ଗାଙ୍ଗୁଲିଙ୍କ ପାର୍ଟନରଶିପ :

‘ଗଡ୍‌ ଅଫ୍‌ ଦି ଅଫ୍‌ ସାଇଡ୍‌’ ବା ‘ଦାଦା’ ଭାବେ ପରିଚିତ ସୌରଭ ଗାଙ୍ଗୁଲିଙ୍ଗୁ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ସଫଳ ଅଧିନାୟକ ଭାବେ ବିବେଚନା କରାଯାଏ। ଭାରତର ସବୁଠାରୁ ସଫଳ ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ଗାଙ୍ଗୁଲିଙ୍କ ନାମ ସର୍ବାଗ୍ରେ ରହିବ। ୩୧୧ ଦିନିକିଆ ମ୍ୟାଚ୍‌ରୁ ସେ ୪୧ ଆଭରେଜରେ ରନ ସଂଗ୍ରହ କରିବା ସହ ୨୨ ଶତକ ହାସଲ କରିଛନ୍ତି। କ୍ରିକେଟ କ୍ୟାରିୟରରେ ସୌରଭ ମୋଟ୍‌ ଉପରେ ୩ଟି ବିଶ୍ୱକପ୍‌ (୧୯୯୯, ୨୦୦୩ ଓ ୨୦୦୭)ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ବିଶ୍ୱକପ୍‌ରେ ମଧ୍ୟ ଗାଙ୍ଗୁଲିଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ରହିଛି। ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ ୩ଟି ଦ୍ୱିଶତକୀୟ ପାର୍ଟନରଶିପ୍‌ କରିବାରେ ସେ ବିଶ୍ୱର ଏକମାତ୍ର କ୍ରିକେଟର। ୧୯୯୯ରେ ନିଜର ପଦାର୍ପଣ ବିଶ୍ୱକପ୍‌ରେ ରାହୁଲ ଡ୍ରାଭିଡ୍‌ଙ୍କ ସହ ମିଶି ଗାଙ୍ଗୁଲି ଡିଫେଣ୍ଡିଂ ଚାମ୍ପିୟନ ଶ୍ରୀଲଙ୍କା ବିପକ୍ଷରେ ୩୧୮ ରନର ପାର୍ଟନରଶିପ୍‌ କରିଥିଲେ। ଦିନିକିଆ କ୍ରିକେଟରେ ଏହା ମଧ୍ୟ ପ୍ରଥମ ତ୍ରିଶତକୀୟ ପାର୍ଟନରଶିପ୍‌ ଥିଲା। ଏହାପରେ ୨୦୦୩ ବିଶ୍ୱକପ୍‌ର ନାମ୍ବିଆ ବିପକ୍ଷ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କୁ ସାଥୀ କରି ଗାଙ୍ଗୁଲି ୨୪୪ ରନ ସଂଗ୍ରହ କରିଥିଲେ। ଅନ୍ତିମ ତଥା ୩ୟ ଦ୍ୱିଶତକୀୟ ପାର୍ଟନରଶିପ୍‌ ଗାଙ୍ଗୁଲି ୨୦୦୭ ବିଶ୍ୱକପ୍‌ରେ ହାସଲ କରିଥିଲେ। ବୀରେନ୍ଦ୍ର ସେହ୍ବାଗ ଓ ଗାଙ୍ଗୁଲି ଯୋଡ଼ି ୨୦୨ ରନର ଭାଗୀଦାରି କରିଥିଲେ। ଗାଙ୍ଗୁଲିଙ୍କ ଏହି ରେକର୍ଡ କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ କଷ୍ଟକର ବ୍ୟାପାର ହେବ।

ବିଶେନ ସିଂ ବେଦୀ :

ସାଥୀ ଖେଳାଳିଙ୍କ ଗହଣରେ ବିଶୁ ଭାବେ ପରିଚିତ ପଞ୍ଜାବର ବାମହାତୀ ସ୍ପିନର ବିଶେନ ସିଂ ବେଦୀ ୧୯୭୦ ଦଶକରେ ଭାରତର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଥିଲେ। ସେହି ସମୟରେ ୪ (ବେଦୀ, ଏରାପଲ୍ଲୀ ପ୍ରସନ୍ନା, ଭଗବତ୍‌ ଚନ୍ଦ୍ରଶେଖର ଓ ଶ୍ରୀନିବାସ ଭେଙ୍କଟରାଘବନ)ପ୍ରସିଦ୍ଧ ଭାରତୀୟ ସ୍ପିନରଙ୍କ ମଧ୍ୟରୁ ସେ ଅନ୍ୟତମ। ବୋଲିଂରେ ବିବିଧତା ପାଇଁ ଯୋଗୁ ବେଦୀ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇବାରେ ସଫଳ ହେଉଥିଲେ। ସେହି ସମୟରେ ଟେଷ୍ଟ କ୍ରିକେଟର ପ୍ରଧାନ୍ୟ ଯୋଗୁ ଅଧିକ ଦିନିକିଆ ଖେଳିବାର ସୁଯୋଗ ପାଇ ନ ଥିଲେ ମଧ୍ୟ ବେଦୀଙ୍କ ନାମରେ ଏକ ବିଶ୍ୱକପ୍‌ ରେକର୍ଡ ଆଜି ପର୍ଯ୍ୟନ୍ତ ଲିପିବଦ୍ଧ ହୋଇ ରହିଛି। ୧୯୭୫ରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଇଷ୍ଟ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ସେ ୨ଟି ଓଭର ମେଡେନ ପକାଇଥିଲେ। ବିଶ୍ୱକପ୍‌ର ୧୧ଟି ସଂସ୍କରଣ ଏହା ମଧ୍ୟରେ ଅତିବାହିତ ହୋଇଯାଇଥିଲେ ମଧ୍ୟ ଅନ୍ୟକୌଣସି ବୋଲର ଏହି ମେଗା ଇଭେଣ୍ଟର କୌଣସି ଗୋଟିଏ ମ୍ୟାଚ୍‌ରେ ଦୁଇ ଓଭର ମେଡେନ ବୋଲିଂ କରିବାରେ ସକ୍ଷମ ହୋଇନାହାନ୍ତି।

ସଚିନଙ୍କ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ରେକର୍ଡ :

ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଦିନିକିଆ କ୍ରିକେଟର ୫୦ ପ୍ରତିଶତ ରେକର୍ଡ ଲିପିବଦ୍ଧ ହୋଇ ରହିଛି। ବହୁତ କମ୍‌ ବୟସ ମାତ୍ର ୧୬ ବର୍ଷରେ ଭାରତୀୟ ଦଳ ପକ୍ଷରୁ ପଦାର୍ପଣ କରିଥିବା ସଚିନ ନିଜର ବ୍ୟାଟିଂ ଦକ୍ଷତା ଲାଗି ବୋଲରଙ୍କ ପାଇଁ ସର୍ବଦା ଦୁଃସ୍ବପ୍ନ ହୋଇ ରହିଥାନ୍ତି। ୨୨ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର ମଧ୍ୟରେ ତେନ୍ଦୁଲକର ୬ଥର ବିଶ୍ୱକପ୍‌ ଖେଳିଛନ୍ତି। ସର୍ବାଧିକ ବିଶ୍ୱକପ୍‌ ଖେଳିବାରେ ସେ ପାକିସ୍ତାନର ଜାଭେଦ ମିଆଁଦାଦ୍‌ (୬ଥର)ଙ୍କ ସହ ମିଳିତ ଭାବେ ଶୀର୍ଷରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଆମିରଙ୍କୁ ମିଳୁନି ଭିଜା: ସମସ୍ୟାରେ ପାକିସ୍ତାନ କ୍ରିକେଟ ବୋର୍ଡ

ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ...

ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଚାଲିଛି ଆଗ-ପଛ: ଜାଣନ୍ତୁ କିଏ ଅଛନ୍ତି ଶୀର୍ଷରେ

ନୂଆଦିଲ୍ଲୀ,୬।୫:ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛନ୍ତି। କେକେଆର ଟେବୁଲରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ...

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ...

ଧୋନୀଙ୍କୁ ବୋଲ୍ଡ କରି ଘୃଣାର ଶିକାର ହେଲେ ଏହି ବୋଲର

ଧର୍ମଶାଳା,୬।୫: ଆଇପିଏଲ ୨୦୨୪ର ୫୩ତମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଏବଂ ଚମତ୍କାର ଥିଲା। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।...

ସୁପରମ୍ୟାନ୍‌ ସାଜିଲେ ରମନଦୀପ: ଏମିତି କ୍ୟାଚ୍‌ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୋଲକାତା ଏକ ବଡ଼...

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ...

ଟି-୨୦ ବିଶ୍ୱକପ୍‌ବେଳେ ଆତଙ୍କବାଦୀ ଆକ୍ରମଣ ଧମକ: ବଢିଲା ଚିନ୍ତା

ନୂଆଦିଲ୍ଲୀ,୬।୫:ଆଇପିଏଲ ୨୦୨୪ ସିଜନ ପରେ ତୁରନ୍ତ ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ଅନେକ ଦଳ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri