ଅଣ୍ଟା ସଳଖି ପାରୁନାହାନ୍ତି ପାନଚାଷୀ

 

ଭୋଗରାଇ,୨୬।୫(ଡି.ଏନ.ଏ.)-କରୋନା ପାଇଁ ସାରାଦେଶ ୨ମାସ ଧରି ଲକ୍‌ଡାଉନ ରହିବା ଯୋଗୁୁ ଏହାର ସିଧାସଳଖ ପ୍ରଭାବ ପାନଚାଷୀ ଓ ବ୍ୟବସାୟୀଙ୍କ ଉପରେ ପଡ଼ିଛି। ବାଲେଶ୍ୱର ଜିଲା ସମେତ ଜଗତ୍‌ସିଂହପୁର, ପୁରୀ ଓ ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ହେଉଥିବା ପାନଚାଷ ଏବଂ ପାନ ବ୍ୟବସାୟୀଙ୍କ ଉପରେ କରୋନା ଚଡ଼କ ପଡ଼ିଛି। ଏବେ ବି ଚାଷୀ ଅଣ୍ଟା ସଳଖି ପାରୁନାହିଁ। ପାନ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀମାନେ ରୋଜଗାର ହରାଇ ଏବେ ହତାଶ ହୋଇପଡିଛନ୍ତି।
ବାଲେଶ୍ୱର ଜିଲା ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ଅନୂ୍ୟନ ୨୫ହଜାରରୁ ଊର୍ଦ୍ଧ୍ୱ ପାନଚାଷୀ ଥିବା ବେଳେ ହଜାର ହଜାର ବ୍ୟବସାୟୀ ଅଛନ୍ତି। ବାଲେଶ୍ୱର ସମେତ ଅନ୍ୟ ଜିଲାରୁ ଉତ୍ପାଦନ ହେଉଥିବା ପାନକୁ ପାଚିଲା କିମ୍ବା କଞ୍ଚାରେ ପାନ ଟୋକେଇ ବା ଝୁଡ଼ିରେ ବାନ୍ଧି ମୁମ୍ବାଇ, ଦିଲ୍ଲୀ, ଗୋଆ, ଆଗ୍ରା, ବନାରସ, ବାଲିଆ, ଅଜମଗଡ଼, ମହୁ, ଟାଟାନଗର, ବେଙ୍ଗାଲୁରୁ ଆଦି ସ୍ଥାନକୁ ଟ୍ରେନ୍‌ ଓ ଟ୍ରକ୍‌ ଯୋଗେ ପଠାଯାଇଥାଏ। ଲକ୍‌ଡାଉନ ପରେ ଏସବୁ ସ୍ଥାନକୁ ପାନ ପଠାଇବା ଠପ୍‌ ହୋଇଯାଇଛି। ଫଳରେ ବ୍ୟବସାୟୀମାନେ କୋଟି କୋଟି ଟଙ୍କାର କ୍ଷତି ସହିବା ସହ ମାନସିକ ସନ୍ତୁଳନ ହରାଇଛନ୍ତି। ବହୁ ପାନଚାଷୀ ଏବେ ମୂଲ୍ୟ ନ ପାଇ ବ୍ୟବସାୟୀଙ୍କ ଘରେ ପହଞ୍ଚତ୍ ଗଣ୍ଡଗୋଳ କରୁଥିବା ସୂଚନା ମିଳିଛି।
ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପାଚିଲା ପାନ ଭାଟି ବ୍ୟବସାୟୀ। ପାନ ବ୍ୟବସାୟୀମାନେ ଚାଷୀଙ୍କଠାରୁ ପାନ ଉଧାର ଆଣି ପାନଭାଟିରେ ପାଚିଲା ପାନ ପ୍ରସ୍ତୁତ କରିଥାନ୍ତି। ଲକ୍‌ଡାଉନ ଯୋଗୁ ପାଚିଲା ପାନ ଉଠାଇ ନ ପାରି ଘରେ ରଖିଥିବାରୁ ସେସବୁ ପଚିି ଦୁର୍ଗନ୍ଧ ହେଉଛି। ସମସ୍ତ ପଚିଯାଇଥିବା ପାନକୁ ଗଛମୂଳେ ଫୋପାଡ଼ି ଦେଉଛନ୍ତି। ପାନକୁ ଅଦ୍ୟାବଧି କୃଷିର ମାନ୍ୟତା ମିଳିନାହଁି। ପାନକୁ ସୁରକ୍ଷିତ ଏବଂ ସାଇତି ରଖିବା ନିମନ୍ତେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଓ ବ୍ୟବସାୟୀ ବହୁ କ୍ଷତି ସହୁଛନ୍ତି। ପାନ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ ବ୍ୟକ୍ତି ଏବେ ବେରୋଜଗାର ହୋଇ ପରିବାର ଉପରେ ବୋଝ ପାଲଟିଛନ୍ତି। ଲକ୍‌ଡାଉନ ପାନ ଚାଷରେ ବ୍ୟବହୃତ ଖଡ଼ି ଓ ଇକଡ଼ ଚାଷୀଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଛି। ପାନ ଟୋକେଇ, ଝୁଡ଼ି ବୁଣାକାର ସହିତ ବାସନା, ରଶି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରେତାମାନେ ଏବେ ହାତବାନ୍ଧି ବସିଛନ୍ତି।
ବିଶିଷ୍ଟ ପାନ ବ୍ୟବସାୟୀ ଭୋଗରାଇ ଚୌକିଗ୍ରାମର ରାଖାଲ ଚନ୍ଦ୍ର ମହାନ୍ତି କୁହନ୍ତି, ଏହି ଋତୁରେ ପାନଭାଟି ବ୍ୟବସାୟୀଙ୍କ ପୁଷମାସ ହୋଇଥିବା ବେଳେ କରୋନା ଓ ଲକ୍‌ଡାଉନ୍‌ ଆମକୁ ସର୍ବନାଶ କରିଛି। ୪୫ଲକ୍ଷ ଟଙ୍କାର ପାନ ପଚି ନଷ୍ଟ ହୋଇଛି। ଚାଷୀଙ୍କଠାରୁ ୪୨ଲକ୍ଷ ଟଙ୍କା ପାନ ଉଧାର ଆଣିଥିଲି। ଏଥିସହିତ ୧୦ରୁ ୧୫ଜଣ କର୍ମଚାରୀ ମାସକୁ ଲକ୍ଷାଧିକ ଟଙ୍କା ନେଉଥିବା ବେଳେ ମୁଁ କିପରି ଧାର ଶୁଝିବି ସେନେଇ ଦୁଃଖ ପ୍ରକାଶ କରିଛନ୍ତି। ଉକ୍ତ ଗ୍ରାମର ଚୈତନ୍ୟ ଆଧେକ, ଶ୍ରୀପତି ଆଧେକ, ଅନନ୍ତ ଆଧେକ, ହରିପୁର ଗ୍ରାମର ଶାନ୍ତନୁ କୁମାର ପାତ୍ରଙ୍କ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ପାନ ପଚି ନଷ୍ଟ ହୋଇଥିବା ପ୍ରକାଶ କରିଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତା ଘାରିଛି ବୋଲି କହିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ପାନ ଚାଷୀ ଓ ବ୍ୟବସାୟୀଙ୍କ ନିମନ୍ତେ ସରକାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ୧୦୮ ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

ରେଳମନ୍ତ୍ରୀଙ୍କୁ ଭେଟିଲେ MP ପ୍ରଦୀପ ପୁରୋହିତ: ବରଗଡ଼-ଝାରସୁଗୁଡ଼ା ପାଇଁ ୪ ନୂତନ ଟ୍ରେନ୍ ଚଳାଚଳ ପାଇଁ ଦେଲେ ପ୍ରସ୍ତାବ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲାରେ ରେଳସେବାର ବ୍ୟାପକ ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଏବଂ ନୂତନ ଟ୍ରେନ୍ ସେବା…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri