ଅଟୋ, ଟ୍ରକ୍‌ ଚାଳକଙ୍କ ପରିବାରରେ ଭାଳେଣି

ଭୁବନେଶ୍ୱର,୨।୪ (ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ବିଶେଷକରି ନିମ୍ନ ଓ ମଧ୍ୟବିତ୍ତଙ୍କ ପାଇଁ କାଳ ହୋଇଛି। ଗାଡିମୋଟର ଚଳାଚଳ ବନ୍ଦ ଯୋଗୁ ଅଟୋ ଚାଳକମାନେ ଘରେ ହାତବାନ୍ଧି ବସିଛନ୍ତି। ପ୍ରତିଦିନ ଅଟୋରୁ ହେଉଥିବା ରୋଜଗାରରେ ସେମାନଙ୍କ ପରିବାର ଚଳୁଥିଲା। ଯାହା କିଛି ଅର୍ଥ ରଖିଥିଲେ ୮ଦିନର ଲକ୍‌ଡାଉନ୍‌ ଭିତରେ ତାହା ଡାଲି, ଚାଉଳ, ପରିବା, ମସଲାରେ ସରିଗଲାଣି। ଫଳରେ ଏବେ ଅଧିକାଂଶ ଅଟୋ ଚାଳକଙ୍କ ପରିବାରରେ ଭାଳେଣି ପଡିଲାଣି। ଅର୍ଥାଭାବ ଯୋଗୁ ତେଲ ଲୁଣର ସଂସାରରେ ସଂକଟ ଦେଖାଦେଇଛି। ଠିକ୍‌ ଭାବେ ରୋଷେଇ ହେଉ ନ ଥିବାବେଳେ ପିଲାଛୁଆଙ୍କ ଦୈନନ୍ଦିନ ଖର୍ଚ୍ଚ ମଧ୍ୟ କରିପାରୁ ନାହାନ୍ତି ଅଟୋ ଚାଳକ। ଅନ୍ୟପକ୍ଷରେ ଗାଁକୁ ଯିବା ସମ୍ଭବ ହେଉ ନ ଥିବାରୁ କିଭଳି ଆଉ ୧୪ ଦିନ ଏଠାରେ ରହିବେ ତାହାକୁ ନେଇ ଚିନ୍ତା ବଢ଼ିଛି। କିଛି ଅଟୋ ଚାଳକ ଚୁକ୍ତି କରି ଗାଡ଼ି ଭଡ଼ାରେ ରଖିଥିବାରୁ ମାଲିକମାନେ ଲୋନ୍‌ କରିଥିବା କହି ଟଙ୍କା ମାଗୁଛନ୍ତି।
ଏନେଇ ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି, ଲକ୍‌ଡାଉନ୍‌ ଫଳରେ ସାରା ଓଡ଼ିଶାରେ ୧୦ଲକ୍ଷ ଅଟୋ, ଟ୍ୟାକ୍ସି ଚାଳକମାନେ ହାତବାନ୍ଧି ବସିଛନ୍ତି। ଅନେକ ଅଟୋ ଚାଳକ ଖାଇବାକୁ ନ ପାଇ ଆମକୁ ଫୋନ୍‌ କରି ଜଣାଉଛନ୍ତି। ସଂଘ ପକ୍ଷରୁ ଯାହା ସମ୍ଭବ ଦିଆଯାଉଛି। ଅଟୋ ଚାଳକଙ୍କ ସମସ୍ୟା ସଂକ୍ରାନ୍ତରେ ରାଜ୍ୟ ସଭା ସଦସ୍ୟ ସୁବାସ ସିଂଙ୍କ ଘରେ ଏକ ବୈଠକ ବସିଥିଲା। ସରକାରଙ୍କୁ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେଣୁ ଅଟୋ ଚାଳକଙ୍କ ପାଇଁ ସରକାର ଆର୍ଥିକ ସହାୟତାର ବ୍ୟବସ୍ଥା କରନ୍ତୁ ବୋଲି ସେ ସରକାରଙ୍କୁ ନିବେଦନ କରିଛନ୍ତି। ସେହିପରି ଟ୍ରକ୍‌ ଚାଳକମାନେ ମଧ୍ୟ ରୋଜଗାର ହରାଇଥିବାରୁ ସେମାନଙ୍କ ପରିବାରରେ ଠିକ୍‌ ଭାବେ ଚୁଲି ଜଳୁନି। ହଜାର ହଜାର ପରିବାର ଭୋକ ଉପାସରେ କାଳାତିପାତ କରୁଛନ୍ତି।

ଗାଡ଼ି ଇଏମ୍‌ଆଇ ଛାଡ଼ କରୁନାହାନ୍ତି ବ୍ୟାଙ୍କ୍‌

ଲକ୍‌ଡାଉନ ପାଇଁ ଟ୍ରକ୍‌ ମାଲିକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି। ମିନିଟ୍ରକ ମହାସଂଘ ସଭାପତି ଗଣେଶ ମାହାରି କହିଛନ୍ତି, ଲକ୍‌ ଡାଉନ ଫଳରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଗାଡି ଲୋନ୍‌ କରି ଆଣିଥିବାରୁ କିଭଳି ଇଏମ୍‌ଆଇ ଭରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି। ସରକାର ୯୦ ଦିନ ପର୍ଯ୍ୟନ୍ତ ଇଏମ୍‌ଆଇ ଛାଡ଼ କରିଥିଲେ ମଧ୍ୟ ବ୍ୟାଙ୍କ୍‌ରେ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଆମ ଆକାଉଣ୍ଟରୁ ଟଙ୍କା କଟୁଛି। ତେଣୁ ଇଏମ୍‌ଆଇ ଓ ରୋଡ଼ ଟ୍ୟାକ୍ସ ଛାଡ କଲେ ମିନିଟ୍ରକ ମାଲିକମାନେ ସାମାନ୍ୟ ଆଶ୍ୱସ୍ତ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?