ଅଟୋ, ଟ୍ରକ୍‌ ଚାଳକଙ୍କ ପରିବାରରେ ଭାଳେଣି

ଭୁବନେଶ୍ୱର,୨।୪ (ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ବିଶେଷକରି ନିମ୍ନ ଓ ମଧ୍ୟବିତ୍ତଙ୍କ ପାଇଁ କାଳ ହୋଇଛି। ଗାଡିମୋଟର ଚଳାଚଳ ବନ୍ଦ ଯୋଗୁ ଅଟୋ ଚାଳକମାନେ ଘରେ ହାତବାନ୍ଧି ବସିଛନ୍ତି। ପ୍ରତିଦିନ ଅଟୋରୁ ହେଉଥିବା ରୋଜଗାରରେ ସେମାନଙ୍କ ପରିବାର ଚଳୁଥିଲା। ଯାହା କିଛି ଅର୍ଥ ରଖିଥିଲେ ୮ଦିନର ଲକ୍‌ଡାଉନ୍‌ ଭିତରେ ତାହା ଡାଲି, ଚାଉଳ, ପରିବା, ମସଲାରେ ସରିଗଲାଣି। ଫଳରେ ଏବେ ଅଧିକାଂଶ ଅଟୋ ଚାଳକଙ୍କ ପରିବାରରେ ଭାଳେଣି ପଡିଲାଣି। ଅର୍ଥାଭାବ ଯୋଗୁ ତେଲ ଲୁଣର ସଂସାରରେ ସଂକଟ ଦେଖାଦେଇଛି। ଠିକ୍‌ ଭାବେ ରୋଷେଇ ହେଉ ନ ଥିବାବେଳେ ପିଲାଛୁଆଙ୍କ ଦୈନନ୍ଦିନ ଖର୍ଚ୍ଚ ମଧ୍ୟ କରିପାରୁ ନାହାନ୍ତି ଅଟୋ ଚାଳକ। ଅନ୍ୟପକ୍ଷରେ ଗାଁକୁ ଯିବା ସମ୍ଭବ ହେଉ ନ ଥିବାରୁ କିଭଳି ଆଉ ୧୪ ଦିନ ଏଠାରେ ରହିବେ ତାହାକୁ ନେଇ ଚିନ୍ତା ବଢ଼ିଛି। କିଛି ଅଟୋ ଚାଳକ ଚୁକ୍ତି କରି ଗାଡ଼ି ଭଡ଼ାରେ ରଖିଥିବାରୁ ମାଲିକମାନେ ଲୋନ୍‌ କରିଥିବା କହି ଟଙ୍କା ମାଗୁଛନ୍ତି।
ଏନେଇ ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି, ଲକ୍‌ଡାଉନ୍‌ ଫଳରେ ସାରା ଓଡ଼ିଶାରେ ୧୦ଲକ୍ଷ ଅଟୋ, ଟ୍ୟାକ୍ସି ଚାଳକମାନେ ହାତବାନ୍ଧି ବସିଛନ୍ତି। ଅନେକ ଅଟୋ ଚାଳକ ଖାଇବାକୁ ନ ପାଇ ଆମକୁ ଫୋନ୍‌ କରି ଜଣାଉଛନ୍ତି। ସଂଘ ପକ୍ଷରୁ ଯାହା ସମ୍ଭବ ଦିଆଯାଉଛି। ଅଟୋ ଚାଳକଙ୍କ ସମସ୍ୟା ସଂକ୍ରାନ୍ତରେ ରାଜ୍ୟ ସଭା ସଦସ୍ୟ ସୁବାସ ସିଂଙ୍କ ଘରେ ଏକ ବୈଠକ ବସିଥିଲା। ସରକାରଙ୍କୁ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେଣୁ ଅଟୋ ଚାଳକଙ୍କ ପାଇଁ ସରକାର ଆର୍ଥିକ ସହାୟତାର ବ୍ୟବସ୍ଥା କରନ୍ତୁ ବୋଲି ସେ ସରକାରଙ୍କୁ ନିବେଦନ କରିଛନ୍ତି। ସେହିପରି ଟ୍ରକ୍‌ ଚାଳକମାନେ ମଧ୍ୟ ରୋଜଗାର ହରାଇଥିବାରୁ ସେମାନଙ୍କ ପରିବାରରେ ଠିକ୍‌ ଭାବେ ଚୁଲି ଜଳୁନି। ହଜାର ହଜାର ପରିବାର ଭୋକ ଉପାସରେ କାଳାତିପାତ କରୁଛନ୍ତି।

ଗାଡ଼ି ଇଏମ୍‌ଆଇ ଛାଡ଼ କରୁନାହାନ୍ତି ବ୍ୟାଙ୍କ୍‌

ଲକ୍‌ଡାଉନ ପାଇଁ ଟ୍ରକ୍‌ ମାଲିକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି। ମିନିଟ୍ରକ ମହାସଂଘ ସଭାପତି ଗଣେଶ ମାହାରି କହିଛନ୍ତି, ଲକ୍‌ ଡାଉନ ଫଳରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଗାଡି ଲୋନ୍‌ କରି ଆଣିଥିବାରୁ କିଭଳି ଇଏମ୍‌ଆଇ ଭରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି। ସରକାର ୯୦ ଦିନ ପର୍ଯ୍ୟନ୍ତ ଇଏମ୍‌ଆଇ ଛାଡ଼ କରିଥିଲେ ମଧ୍ୟ ବ୍ୟାଙ୍କ୍‌ରେ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଆମ ଆକାଉଣ୍ଟରୁ ଟଙ୍କା କଟୁଛି। ତେଣୁ ଇଏମ୍‌ଆଇ ଓ ରୋଡ଼ ଟ୍ୟାକ୍ସ ଛାଡ କଲେ ମିନିଟ୍ରକ ମାଲିକମାନେ ସାମାନ୍ୟ ଆଶ୍ୱସ୍ତ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲରେ ପଶି ଭଙ୍ଗାରୁଜା, ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବରୁ ରହିଛି ଏସବୁ କେସ୍‌…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବଡ଼ ବଜାରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଅସାମାଜିକ ଯୁବକ ମେଡିକାଲ ଭିତରେ ପଶି ମେଡିକାଲ ଅଫିସର ଏବଂ ଆୟୁଷ ଡାକ୍ତରଙ୍କ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନା ନାହିଁ? ଜାଣନ୍ତୁ ସୋନମ ଓ୍ବାଙ୍ଗଚୁକଙ୍କୁ କ’ଣ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ ବିରୋଧରେ ଅନଶନରେ ବସିଥିବା କର୍ମୀ ସୋନମ ୱାଙ୍ଗଚୁକ ଗୁରୁବାର ରାତିରେ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା…

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ହଠାତ୍‌ ସକ୍ରିୟ ହେଲେ ରାଘବ ଚଢ଼ା, ଶେୟାର କଲେ ଖାସ୍‌ ସନ୍ଦେଶ…ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୪।୭: ଛଅ ଜଣ ରାଜ୍ୟ ସଭା ସାଂସଦଙ୍କ ସହିତ ଆମ ଆଦମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗଦେବା ପରେ ରାଘବ ଚଢ଼ାଙ୍କୁ ନେଇ ଗଣମାଧ୍ୟମଠାରୁ ଦୂରେଇ…

ରାତି ଅଧରେ ଭିଡିଓ ଛାଡ଼ିବା ପରେ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ମୋଦି ସରକାର, ଜନ୍ତରମନ୍ତରରେ…

ନୂଆଦିଲ୍ଲୀ,୨୪।୭: ଗତ କିଛି ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରମାନେ ପ୍ରତିବାଦ କରୁଛନ୍ତି। ଏହା ମଧ୍ୟରେ, ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର…

ଅମିତ ଶାହାଙ୍କ ବୈଠକ, ନଡ୍ଡାଙ୍କ ଚିଠି, ସୋନମଙ୍କ ପତ୍ନୀଙ୍କୁ ଫୋନ…, ଜାଣନ୍ତୁ ୱାଙ୍ଗଚୁକଙ୍କ ଅନଶନ ଶେଷ ପଛର ଇନସାଇଡ଼ ଷ୍ଟୋରୀ

ନୂଆଦିଲ୍ଲୀ,୨୪।୭: NEET ପେପର୍‌ ଲିକ ମାମଲାକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଙ୍କ ପ୍ରତିବାଦ ଏବଂ ୨୬ ଦିନ ଧରି ଅନଶନରେ ଥିବା ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ…

ପ୍ରଥମଥର ପୁରୁଷୋତ୍ତମପୁର ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନ୍‌କାଉଣ୍ଟର

ପୁରୁଷୋତ୍ତମପୁର,୨୪।୭(ସବିତା ମିଶ୍ର): ଗଞ୍ଜାମ ଜିଲାରେ ପୁଣି ଏନକାଉଣ୍ଟର । ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ପ୍ରଥମଥର ଏନକାଉଣ୍ଟର କରାଯାଇଥିଲା । ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ…

୫ ଦିନରେ ଏତେ କୋଟି କ୍ଷତି, CJP ଧାରଣା ଶେଷ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀରେ ଚାଲିଥିବା ବଡ଼ ଧରଣର ପ୍ରତିବାଦ ଏବଂ ପ୍ରଦର୍ଶନ ଯୋଗୁଁ ବାଣିଜ୍ୟ ଏବଂ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବା ସମ୍ପର୍କରେ ଚାମ୍ବର ଅଫ୍ ଟ୍ରେଡ୍…

ବତିଘର ପଞ୍ଚାୟତକୁ ମିଳିଲା ମୋବାଇଲ ଆମ୍ବୁଲାନ୍ସ: ଡୋର୍‌ ଟୁ ଡୋର୍‌ ସ୍କ୍ରିନ୍‌ ଟେଷ୍ଟ କରିବେ ସ୍ବାସ୍ଥ୍ୟ କର୍ମଚାରୀ

ମହାକାଳପଡ଼ା,୨୪ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଆଇଲାଣ୍ଡ ବତିଘର ପଞ୍ଚାୟତକୁ ନାହିଁ ଯାତାୟାତ ବ୍ୟବସ୍ଥା। ଫଳରେ ପଞ୍ଚାୟତ ଅଧୀନ ୧୦ଟି ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri