Posted inଫୁରସତ

ଅଜବ ଗାଁ : ଘର ରଙ୍ଗ କରାଯାଏନି କି ବିବାହ ଉତ୍ସବରେ ସାଜସଜା ହୁଏନି

ରଙ୍ଗ ହେଉ କି ସାଜସଜା ପ୍ରାୟ ସମସ୍ତଙ୍କୁ ଆକର୍ଷଣ କରିଥାଏ। ଏଥିପାଇଁ ଲୋକେ କେତେ ଟଙ୍କା ଖର୍ଚ୍ଚ ମଧ୍ୟ କରିଥାନ୍ତି। ବିଶେଷକରି ଘର ତିଆରି କରିବା ସହ ଏଥିରେ ରଙ୍ଗ ଏବଂ ବିବାହ ଉତ୍ସବରେ ସାଜସଜା ପାଇଁ ବହୁ ଅର୍ଥ ବ୍ୟୟ କରିଥାନ୍ତି। କିନ୍ତୁ ଏମିତି ଏକ ଗାଁ ରହିଛି, ଯେଉଁଠି ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଘର ତିଆରି କରିଥିଲେ ମଧ୍ୟ ରଙ୍ଗ କରି ନ ଥାନ୍ତି କିମ୍ବା କୌଣସି ଡେକୋରେସନ ବା ସାଜସଜା କରି ନ ଥାନ୍ତି। କେବଳ ସରକାରୀ କୋଠା ଏବଂ ମନ୍ଦିରକୁ ଛାଡ଼ି ଦେଲେ କାହାର ଘର ରଙ୍ଗ ହୋଇ ନ ଥାଏ। ଏମିତି ଏକ ଗାଁ ହେଉଛି ମଧ୍ୟପ୍ରଦେଶର ଭୋପାଳସ୍ଥିତ କଚ୍ଛାଲିଆ। କାହିଁ କେଉଁ କାଳରୁ ଗାଁରେ ଏହି ପରମ୍ପରା ଚଳିଆସୁଛି। ଏହାକୁ ଛୋଟଠୁ ବଡ଼ ଯାଏ ସମସ୍ତେ ମାନିଥାନ୍ତି। ଗାଁର ଲୋକସଂଖ୍ୟା ୧୪୦୦ ହୋଇଥିବାବେଳେ ଏଠାରେ ୨୦୦ଟି କୋଠାଘର ରହିଛି। କେବଳ ଘରର କବାଟରେ ପ୍ରାଇମର ଦିଆଯାଇଥାଏ। ପରମ୍ପରାକୁ ଭାଙ୍ଗି ଯଦି କେହି ଘର ରଙ୍ଗ କରେ ତେବେ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିଥାଏ ଗ୍ରାମବାସୀଙ୍କ ନିକଟରେ। ଏକ ମନ୍ଦିରର ପୂଜାରୀ ରତନପୁରୀ ଗୋସ୍ବାମୀ କୁହନ୍ତି, ଗାଁରେ ଏକ ମନ୍ଦିର ରହିଛି। ଯାହାର ନାଁ କାଲେଶ୍ୱରୀ। କେବଳ ଏହି ମନ୍ଦିରକୁ ଛାଡ଼ିଦେଲେ ଆଉ କାହାର ଘର ରଙ୍ଗ କରାଯାଇନାହିଁ। ପୂଜାରୀ କୁହନ୍ତି, ସେ ତାଙ୍କ ନିଜ ଘର ମଧ୍ୟ ରଙ୍ଗ କରିନାହାନ୍ତି। ଏହି ପରମ୍ପରା ପିଢ଼ି ଅନୁଯାୟୀ ଚାଲିଆସୁଛି। କିନ୍ତୁ ଏହା ପଛରେ କାରଣ କ’ଣ ରହିଛି ତାହା କାହାକୁ ଜଣାନାହିଁ। ଆଉ ଏକ ଆଶ୍ଚର୍ଯ୍ୟ କଥା ହେଲା ଗାଁ ଲୋକଙ୍କୁ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ମଧ୍ୟ ରଙ୍ଗ ହୋଇ ନ ଥାଏ। ନିର୍ମାଣ ସମୟରେ ଆବାସ ରଙ୍ଗ କରିବା ସରକାରୀ ନିୟମ ଥିବାବେଳେ ରଙ୍ଗ ହୋଇ ନଥିବାରୁ ହିତାଧିକାରୀଙ୍କ କିସ୍ତିକୁ ପ୍ରଶାସନ ପକ୍ଷରୁ ଅଟକାଇ ଦିଆଯାଇଥିଲା। ହିତାଧିକାରୀ ଘରେ ରଙ୍ଗ ଦେବେନି ବୋଲି ସଫା ମନା କରିଦେଲେ। ଜିଲାପାଳଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଅବଶିଷ୍ଟ ରାଶି ମିଳିଥିଲା। ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଗାଁକୁ ଆଉ ଗୃହ ଯୋଗାଇ ଦିଆଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ, ସମସ୍ତ କୁଳପତିଙ୍କୁ ଚିଠି ଲେଖି…

ଭୁବନେଶ୍ୱର,୨୧ା୫: ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ସଚିବ। ଏନେଇ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ବେଆଇନ ନିଯୁକ୍ତି ଓ…

ବଡ଼ ଖବର: ସନ୍ନ୍ୟାସ ନେଇଗଲେ ଧୋନୀ! ଆଇପିଏଲ ଅଧାରୁ ସିଏସକେ ଛାଡ଼ି ପଳାଇବା ପରେ…

ନୂଆଦିଲ୍ଲୀ,୨୧।୫: ଚେନ୍ନାଇ ସୁପର କିଙ୍ଗ୍ସ ଆଜି (୨୧ ମେ) ଦିନ ଆଇପିଏଲ ୨୦୨୬ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି।…

Melody Toffee ପରେ ମେଲୋନିଙ୍କୁ ଆଉ ଏକ ବିଶେଷ ଉପହାର ଦେଲେ ମୋଦି

ରୋମ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଗସ୍ତ କରି ଫେରିଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେ ଯେଉଁ ଦେଶ ଗସ୍ତ କରିଥିଲେ ସେହି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୬୦% କୁ ବୃଦ୍ଧି

ଲକ୍ଷ୍ନୌ,୨୧ା୫: ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ, ଯୋଗୀ ସରକାର ରାଜ୍ୟ କର୍ମଚାରୀମାନଙ୍କୁ ଏକ…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

୩୨ ବର୍ଷରେ ବି ଭର୍ଜିନ’ ଅଛନ୍ତି ସନା ମକବୁଲ! ବ୍ରେକଅପ ପରେ ଫ୍ୟୁଚର ପାର୍ଟନରକୁ ନେଇ ଏମିତି କହିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସନା ମକବୁଲ ବର୍ତ୍ତମାନ ଏକ ସାକ୍ଷାତକାର ପାଇଁ ଖବରରେ ଅଛନ୍ତି। ବିଗ ବସ ଓଟିଟି ୩ ଜିତିବା ପରେ, ସନା ଲଗାତାର ଭାବରେ ଶିରୋନାମାରେ…

ଅଭିଷେକଙ୍କୁ ବଡ଼ ଆଶ୍ୱସ୍ତି, ହେଲେ କରିପାରିବେନି ବିଦେଶ ଯାତ୍ରା

କୋଲକାତା,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ତୃଣମୂଳ କଂଗ୍ରେସ ନେତା ଏବଂ ଏମପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି।…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri