Posted inରାଜ୍ୟ

ଅଚଳ ହୋଇପଡ଼ିଛି ବର୍ଷାମାପକ ଓ ପାଗ ନିର୍ଣ୍ଣୟ ଯନ୍ତ୍ର

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ପରିସରସ୍ଥ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ସ୍ଥାପିତ ବର୍ଷାମାପକ ଯନ୍ତ୍ର ଓ ପାଣିପାଗ ନିର୍ଣ୍ଣୟ ଯନ୍ତ୍ର ଦୀର୍ଘବର୍ଷ ଧରି ଅଚଳ ତଥା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛିି ା ସୂଚନାଯୋଗ୍ୟ, ବର୍ଷାର ପରିମାଣ ମାପ ଅଞ୍ଚଳବାସୀଙ୍କୁ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ବିଭାଗ ପକ୍ଷରୁ ଉକ୍ତ ସ୍ବୟଂଚାଳିତ ଯନ୍ତ୍ରଟି ୮ ବର୍ଷ ପୂର୍ବରୁ ସ୍ଥାପନ କରାଯାଇଛି ା ବିଶେଷତଃ ଚାଷୀମାନଙ୍କ ପାଇଁ ଏହାର ଆବଶ୍ୟକ ଥିବାବେଳେ ବର୍ତ୍ତମାନ କୌଣସି କାମରେ ଆସୁ ନ ଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ପଚାରିବାକୁ ଚାହିଁଥିବାବେଳେ ଖଣ୍ଡପଡ଼ାର ବର୍ତ୍ତମାନ ବିଡିଓଙ୍କ ସହ ଫୋନ୍‌ରେ ଯୋଗାଯୋଗ ହୋଇପାରି ନ ଥିଲା। ପୂର୍ବତନ ବିଡିଓ କୈଳାସ ଚନ୍ଦ୍ର ଶିଅଳ କହିଥିଲେ, ଏହି ବର୍ଷା ମାପକ ଓ ପାଣିପାଗ ଯନ୍ତ୍ର ପରିଚାଳନା ଦାୟିତ୍ୱରେ କିଏ ରହିଛନ୍ତି ସେ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ା ଚତୁଃପାର୍ଶ୍ୱରେ ତାରଜାଲିର ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅନାବନା ଗଛ ଉଠି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଯନ୍ତ୍ରଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ା ସୂଚନା ଫଳକ ଅନୁସାରେ, ମହାରାଷ୍ଟ୍ର ରାଜ୍ୟ ପୁନେ ସହରର ଶିବାଜୀ ନଗରସ୍ଥିତ ଭାରତୀୟ ପାଣିପାଗ ବିଭାଗ ଡେପୁଟି ଡାଇରେକ୍ଟର ଜେନେରାଲଙ୍କ ଠିକଣା ଉଲ୍ଲେଖ ରହିଛି। ତେବେ ପାଣିପାଗ ବିଭାଗ କିମ୍ବା ବ୍ଲକ କର୍ତ୍ତୃପକ୍ଷ ଏହାର ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

ଭୁବନେଶ୍ୱର,୧୯ା୪ (ଅନୁରାଧା ମହାରଣା): ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ର ୬୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି…

ଚଢ଼ାଉ ବେଳେ ଟ୍ରାକ୍ଟର ଚଢ଼ାଇ ଦେଲେ: ତହସିଲଦାର ଗୁରୁତର

ଯାଜପୁର/ବ୍ୟାସନଗର (ହର୍ଷବର୍ଦ୍ଧନ ବେହେରା/ ପବିତ୍ର ରଞ୍ଜନ ମହାନ୍ତି), ୧୯ା୪ : ମାଟି ଚୋରାଚାଲାଣ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଯାଜପୁର ଜିଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri