ଅଙ୍ଗନୱାଡ଼ି ଶିଶୁଙ୍କୁ ଦିଆଯାଇନି ଖାଦ୍ୟ, ଲାଦାମାଲାରେ ଅଶାନ୍ତି

ଦାରିଙ୍ଗବାଡ଼ି,୬।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଲାଦାମାଲା ଅଙ୍ଗନାୱାଡ଼ି କେନ୍ଦ୍ରର ଶିଶୁଙ୍କୁ ରନ୍ଧାଖାଦ୍ୟ ସାମଗ୍ରୀ ପହଞ୍ଚାଯାଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମାର୍ଚ୍ଚରେ କରୋନା ପାଇଁ ଜିଲାରେ ୧୪୪ ଧାରା ଜାରି ହୋଇଛି। ସେହିସମୟରୁ ସମସ୍ତ ବିଦ୍ୟାଳୟ ସହ ଅଙ୍ଗନାୱାଡ଼ିକେନ୍ଦ୍ର ବନ୍ଦ କାଯାଇଥିଲା। ମାତ୍ର ଏପ୍ରିଲ ଶେଷ ପର୍ଯ୍ୟନ୍ତ ଚାଉଳ, ପନିପରିବା, ଅଣ୍ଡା, ଡାଲି, ଗୁଡ଼, ଆଦି ଖାଦ୍ୟ ସାମଗ୍ରୀ ସମସ୍ତ ଶିଶୁଙ୍କ ନିଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଥିବାବେଳେ ଲାଦାମାଲାରେ ଏହା ବଣ୍ଟନ କରାଯାଇ ନ ଥିବା ଏବଂ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଏହି ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ଅଭିଭାବକ ଜିଦ୍‌ ଧରିବା ସହ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡିଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନାୱାଡ଼ି କର୍ମୀ ମାତ୍ର ୧କିଲୋ ଚାଉଳ ଦେଇ ଶିଶୁ ଏବଂ ଅଭିଭାବକ ମାନଙ୍କ ଫଟୋ ଉଠାଇ ନେଉଥିବା ଉଲ୍ଲେଖ କରିଛନ୍ତି। ଲକ୍‌ଡାଉନର ସୁଯୋଗ ନେଇ କର୍ମୀ ସମସ୍ତ ଶିଶୁ ଖାଦ୍ୟ ହଡ଼ପ କରିବା ଆଶଙ୍କା କରାଯାଉଥିବା ଗ୍ରାମର ସମିତା ଦିଗାଳ, ନମିତା ଦିଗାଳ, ରୋଜାଲିନ ଦିଗାଳ,ବେବି ପ୍ରଧାନ, ସଲମିନା ଦିଗାଳ, ମହିମା ପ୍ରଧାନ ପ୍ରମୁଖ କହିଛନ୍ତି। ପରେ ଦାୟୀତ୍ୱରେ ରହିଥିବା ସୁପରଭାଇଜର ଅନ୍ନପୂର୍ଣ୍ଣା ସ୍ବାଇଁ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ୩ ମାସର ଖାଦ୍ୟ ସାମଗ୍ରୀ ପାଇଁ ଜିଦ୍‌ କରିଥିଲେ। ଏନେଇ ଅଙ୍ଗନାୱାଡ଼ିକର୍ମୀ ମେନକା କହିଛନ୍ତି ଯେ ତାଙ୍କୁ କୌଣସି ଜିନିଷ କିମ୍ବା ଅର୍ଥ ଯୋଗାଇଦିଆଯାଇନାହିଁ। ତେଣୁ ସେ ଯାଞ୍ଚ କମିଟିଠାରୁ ଚାଉଳ ଧାରକରଜ କରି ଆଣି କିଲେ ଲେଖାଏଁ ଚାଉଳ ଦେଉଥିଲେ ହେଲେ ଅଭିଭାବକ ମାନେ ନେଉନାହାନ୍ତି। ଏନେଇ ଅଭିଭାବକ ଏବଂ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବାପରେ ସରପଞ୍ଚ ଅମିତା ପ୍ରଧାନ ସମାଧାନ କରିବାକୁ ପ୍ରୟାସ କରିଥିଲେ। ପରେ ଅଙ୍ଗନାୱାଡ଼ିକର୍ମୀ ଗତମାସ ଏବଂ ଏପ୍ରିଲ ମାସର ଶିଶୁଖାଦ୍ୟ ଯୋଗାଇଦେବେ ବୋଲି କହିଛନ୍ତି। ଗତ ମାସରେ କେନ୍ଦ୍ର ବନ୍ଦ ହେବା ଠାରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ସମାଗ୍ରୀ ଦିଆଯିବ ବୋଲି ସିଡିପିଓ ଶକୁନ୍ତଳା ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri