ଅଙ୍ଗନଓ୍ବାଡିରୁ ମିଲୁଛେ ପ୍ଲାଷ୍ଟିକ୍‌ ଅଁଡା: ହିତାଧିକାରୀ ଆନ୍‌ଲେ ଅଭିଯୋଗ

ବିନିକା, ୯ା୧(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଅଧୀନ ବଲାରଙ୍ଗା ଗାଁ ନୂଆଁପଡ଼ାରେ ଥିବାର ଅଙ୍ଗନଓ୍ବାଡି ଉପକେନ୍ଦ୍ର ନଂ.୩ରେ ପ୍ଲାଷ୍ଟିକ୍‌ ଅଁଡା ବଁଟା ଯାଇଥିବାର କେତେ ହିତାଧିକାରୀ ମଙ୍ଗଲବାର କରମୀକୁଁ ଅଭିଯୋଗ କରିଛନ୍‌। ହେଲେ ଅଙ୍ଗନଓ୍ବାଡି କରମୀ ଆର ବିନିକା ସିଡିପିଓ ଶୋଭାଗିନୀ ହରିପାଲ ଇ ଅଭିଯୋଗଟା ଡାହା ମିଛ୍‌ ବଲି କହିଛନ୍‌। ଇଆଡ଼େ ଝନେ ହିତାଧିକାରୀ ଇ ବାବ୍‌ଦେ ବିନିକା ଥାନାରେ ଅଭିଯୋଗ କରିଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ନୂଆଁପଡ଼ା ଅଙ୍ଗନଓ୍ବାଡି ଉପକେନ୍ଦ୍ର ନଂ.୩ର କରମୀ ପୂର୍ଣ୍ଣିମା ବାଘ ଜାନୁୟାରୀ ୧ ତାରିଖ କେନ୍ଦ୍ର ଅଧୀନ ୪ ଝନ୍‌ ହିତାଧିକାରୀକୁଁ ୧୨ଟା ଲେଖେଁ ଅଁଡା ଦେଇଥିଲେ। ଅଁଡା ନେଇଥିବାର ହିତାଧିକାରୀମାନେ ହେଉଛନ୍‌ ୨ ନୂଆପଡ଼ାର ପ୍ରୀୟଙ୍କା(୨)କଁର ମା’ କବିତା ବାରିକ, ସଲୋନୀ(୨)କଁର ମା’ ଚଞ୍ଚଳା ବାଗ ଆର ପ୍ରସୂତୀ ମହିଲା ଅଶ୍ୱିନୀ ବାରିକ, ଜୟନ୍ତୀ ନାଗ। ହେଲେ ହିତାଧିକାରୀମାନେ କେନ୍ଦ୍ରରୁ ନେଇଥିବାର ଅଁଡା ଯାକ ପ୍ଲାଷ୍ଟିକ୍‌ର ବଲି ବଙ୍ଗଲବାର ଅଙ୍ଗନଓ୍ବାଡି କରମୀକୁଁ ଅଭିଯୋଗ କରିଛନ୍‌। ଏହେଦେ ଘଟନାଟା ଅଂଚଲରେ ଗୁଟେ ଚରଚାର ବିଷେ ହେଇଛେ। ଇ ବାବ୍‌ଦେ ବିନିକା ସିଡିପିଓ ଶୋଭାଗିନୀ ହରିପାଲ କହିଛନ୍‌ ଯେ, ଜାନୁୟାରୀ ୧ ତାରିଖ ଭିନେ ଭିନେ ଅଙ୍ଗନଓ୍ବାଡି କେନ୍ଦ୍ରରେ ହିତାଧିକାରୀମାନକୁ ଅଁଡା ବଁଟାଯାଇଛେ। ହେଲେ ନୂଆପଡ଼ାକେ ଛାଡ଼ିଦେଲେ ବାକି କେହେନ୍‌ସିଠାନୁ ଅଭିଯୋଗ ନାଇଁ ଆସି। ଯଦି ହିତାଧିକାରୀମାନେ କେନ୍ଦ୍ରରୁ ନେଇଥିବାର ଅଁଡା ପ୍ଲାଷ୍ଟିକ୍‌ ବଲି ଜାନ୍‌ଲେ ସେଟା ଆମ୍‌କୁ ଆନି ଦେଖେଇ ଅଭିଯୋଗ କରବାର କଥା ବଲି ସେ କହିଥିଲେ। ସେନ୍‌ତା ଥାନୀଅ ନୂଆପଡ଼ା ଅଙ୍ଗନଓ୍ବାଡି କରମୀ ପୂର୍ଣ୍ଣିମା ବାଗକୁଁ ପଚ୍‌ରାଲାରୁ ଜାନୁୟାରୀ ୧ ତାରିଖ ୪ ଝନ୍‌ ହିତାଧିକାରୀକୁଁ ୧୨ଟା ଲେଖେଁ ମୋଟ ୪୮ଟା ଅଁଡା ଦେଇଥିଲି। ହେଲେ ସେମାନେ ୧ରୁ ୬ ତାରିଖ ତକ୍‌ ଅଭିଯୋଗ ନାଇଁ କରି। ପଛେ ପ୍ଲଷ୍ଟିକ୍‌ ଅଁଡା ଦିଆଯାଇଥିବାର ଅଭିଯୋଗ କଲାରୁ ମୁଇଁ ସେ ଅଁଡା ଆନି ଦେଖାବାକେ ସେମାନକୁ କହିଥିଲି। ହେଲେ ସେମାନେ ସବୁ ଫିକି ଦେଇଛୁଁ, ଖାଲି ଗୁଟେ ନ ଅଁଟା ତେଲେ ଛାନ୍‌ଲାଟା ଅଛେ ବଲି କହିଥିଲେ। ସେ ଛାନ୍‌ଲା ଅଁଡା ମୋତେ ଦେଖେଇ ଦେଖୁନ୍‌ ଇଟା କେନ୍‌ତା ରବର ଲେଖେଁ ଲମୁଛେ ଆର ପ୍ଲଷ୍ଟିକ୍‌ ଲେଖେଁ ଟାନ୍‌ ଲାଗୁଛେ ବଲି କହିଥିଲେ ବଲି ସେ କହିଛନ୍‌। ଇ ବାବ୍‌ଦେ ହିତାଧିକାରୀ ଚଞ୍ଚଳା ବାଗ ବିନିକା ଥାନାରେ ଅଭିଯୋଗ କରିଥିବାର କହିଛନ୍‌। ଇ ବାବ୍‌ଦେ ବିନିକା ଥାନା ଆଇଆଇସି କୁଶ ପାଣିଗ୍ରାହୀକୁଁ ପଚ୍‌ରାଲାରୁ ଘଟନା ବାବ୍‌ଦେ ଅଭିଯୋଗ ହେଇଛେ ଆର ଆମେ ତଦଁତ୍‌ କରୁଛୁଁ ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ, ସବୁ ଜିଲାପାଳଙ୍କୁ ରାଜସ୍ବ ସଚିବଙ୍କ ଚିଠି

ଭୁବନେଶ୍ୱର,୨୧।୭(ସୁନିତ୍‌ ମିଶ୍ର): ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ଗୁଡ଼ିକ ନାମର ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା…

ବାହୁଡ଼ା ଯାତ୍ରା ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏହି ଜିଲାକୁ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୧।୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ…

ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ, ଦାରୁ ଶଗଡ଼ି ଶୋଭାଯାତ୍ରାରେ ସାମିଲ ବହୁ ସଂଖ୍ୟକ ଶ୍ରଦ୍ଧାଳୁ  

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକଠାରେ ନିର୍ମାଣଧୀନ ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ସହ ଶ୍ରୀ…

ରାଜ୍ୟରେ ପିଭିଟିଜିଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ, ୮୧ପ୍ରତିଶତ ମହିଳା ବ୍ୟବହାର କରୁନାହାନ୍ତି…

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ଓଡ଼ିଶାର ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ(ପିଭିଟିଜି)ଙ୍କ ମଧ୍ୟରେ କୁପୋଷଣ, ରକ୍ତହୀନତା, ମାତୃ ସ୍ବାସ୍ଥ୍ୟ ଓ ମୌଳିକ ସ୍ବାସ୍ଥ୍ୟସେବାର ଅଭାବ ଚିନ୍ତାର ବିଷୟ ପାଲଟିଛି।…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ସରକାରୀ କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତାକୁ ପ୍ରତ୍ୟାହାର କରାଯାଇଥିବାବେଳେ ଏହି ଦାୟିତ୍ୱରେ…

ଘୂର୍ଣ୍ଣିବଳୟ ସକ୍ରିୟ: ୨୪ ଯାଏ ଲାଗିରହିବ ଘଡ଼ିଘଡ଼ି ସହ ବର୍ଷା, ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୨୧।୭- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri