କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ ନାହିଁ । ଗତ ଗୋଟିଏ ଦଶନ୍ଧି ହେଲା ହଳଦୀ ଦର କିଲୋ ପିଛା ଆଉ ୧୩୫ଛୁଇଁ ପାରିନାହିଁ  । ଗତ କିଛି ବର୍ଷ ହେଲା କିଲୋ ପିଛା ୯୦ ରୁ ୧୦୦ଶହ ଟଙ୍କା ମଧ୍ୟରେ ରହୁଥିବା ବେଳେ ଚଳିତ ସପ୍ତାହରେ ବୃଦ୍ଧି ପାଇ ୧୨୫ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ତେବେ ଦର ବାରମ୍ବାର ଖସିବା କାରଣରୁ ଜଣାପଡିଛି ଯେ କନ୍ଧମାଳ ହଳଦୀର ଯେଉଁ ଔଷଧୀୟ ଗୁଣ ରହିଛି ତଥା କନ୍ଧମାଳ ହଳଦୀରେ ଭରପୁର କରକ୍ୟୁମିନ୍ ରହିଥାଏ । ଯାହାକି ଏବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ହଳଦୀରେ କରକ୍ୟୁମିନ୍ କମିଯାଇଛି ଫଳରେ ଏହାର ଜାତୀୟ ସ୍ତରରେ ଚାହିଦା କମିବା କାରଣରୁ ଏହା ଆହୁରି ଦର ଖସିବାରେ ଲାଗିଛି ବୋଲି କୁହାଯାଉଛି ।

ପ୍ରକାଶ ଯେ ହଳଦୀରେ କରକ୍ୟୁମିନ୍ ସର୍ବାଧିକ ୩ ପଏଣ୍ଟ ୮ ପର୍ଯ୍ୟନ୍ତ ରହିଥାଏ ଯାହାକି ହ୍ରାସ ପାଇ ଗତ ବର୍ଷ ଏହା ୨ ପଏଣ୍ଟ ୫ ରହିଥିଲା କିନ୍ତୁ ଚଳିତ ବର୍ଷ ଏହାର ହାର ଆହୁରି ହ୍ରାସ ପାଇ ୧ ପଏଣ୍ଟ ୪୭ ରହିଥିବା ଏକ ବିଶ୍ଳେଷଣାତ୍ମକ ରିପୋର୍ଟରୁ ଜଣାପଡିଛି । ଏହାକୁ ପରୀକ୍ଷା କରିବା ପାଇଁ ମୋଟ ୫ ଶହ ୫୨ କେଜି ଆଙ୍ଗୁଠି ସାଇଜ ହଳଦିଆ ରଙ୍ଗର ହଳଦୀ କୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିଲା । ହଳଦୀର ସମସ୍ତ ପାରମିଟରକୁ ତନ ତନ ଯାଞ୍ଚ କରାଯାଇ ଏହାର ରିପୋର୍ଟ ଆସିଥିବା ହଳଦୀ ବ୍ୟବସାୟୀ ମାନସ କୁମାର ସାହୁ କହିଛନ୍ତି । ସେ ଜଣେ ପ୍ରତିଷ୍ଠିତ ହଳଦୀ ବ୍ୟବସାୟୀ ହୋଇଥିବା ବେଳେ ହଳଦୀରେ କରକ୍ୟୁମିନ୍ ହ୍ରାସ ପାଉଥିବା ଜାତୀୟ ସ୍ତରର ବ୍ୟବସାୟିଙ୍କ ଠାରୁ ଶୁଣିବା ପରେ ସେ ଏହାକୁ ପରୀକ୍ଷା କେନ୍ଦ୍ରକୁ ପଠାଇ ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ ।

ଏହାର ସମାଧାନ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ । କନ୍ଧମାଳ ଜିଲାପାଳ ଉଦ୍ୟାନ କୃଷି ବିଭାଗ ଓ ଏହାର କୃଷି ବୈଜ୍ଞାନିକ ମାନଙ୍କୁ ନେଇ କନ୍ଧମାଳ ହଳଦୀରେ ପୁନଃ କିଭଳି କରକ୍ୟୁମିନ୍ ହାର ବୃଦ୍ଧି ପାଇବ ଓ ସେଥିପାଇଁ ଚାଷୀଙ୍କୁ ଉପଯୁକ୍ତ ବିହନ ଯୋଗାଣ ଓ ଚାଷ ପଦ୍ଧତିରେ ପରିବର୍ତ୍ତନ ଓ ଜ୍ଞାନ କୌଶଳ ଶିଖାଇ ଚାଷ କରାଗଲେ ନିଶ୍ଚିତ ପୁଣି କରକ୍ୟୁମିନ୍ ହାର ପୂର୍ବଭଳି ବୃଦ୍ଧି ପାଇବ ବୋଲି କୁହାଯାଉଛି । ସୂଚନା ଯୋଗ୍ୟ ଯେ କନ୍ଧମାଳ ହଳଦୀ ଚାଷକୁ ପାରମ୍ପରିକ ଜୈବିକ ପଦ୍ଧତିରେ ଚାଷ କରାଯାଉଛି କୌଣସି ରାସାୟନିକ ସାରର ପ୍ରୟୋଗ କରାଯାଉନଥିବା ବେଳେ ହଳଦୀର କରକ୍ୟୁମିନ୍ ହାର ହ୍ରାସ ଚିନ୍ତା ବଢ଼ାଇଛି ।

କନ୍ଧମାଳ ହଳଦୀ ୧ ଏପ୍ରିଲ୍ ୨୦୧୯ରେ ଏହାର ସରକାରୀ ଭୌଗୋଳିକ ସୂଚକ (ଜିଆଇ ) ଟ୍ୟାଗ୍ ପାଇଲା। ଓଡ଼ିଶାର କନ୍ଧମାଳ ଜିଲାର ଜନଜାତି ଚାଷୀମାନଙ୍କ ଦ୍ୱାରା ଜୈବିକ ଭାବରେ ଚାଷ କରାଯାଉଥିବା, ଏହାର ଗଭୀର ସ୍ୱର୍ଣ୍ଣିମ-ହଳଦିଆ ରଙ୍ଗ, ତୀବ୍ର ମାଟିର ସୁଗନ୍ଧ ଏବଂ ଅଧିକ କରକ୍ୟୁମିନ୍ ପାଇଁ ଏହାକୁ ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ନାମରେ ବିକ୍ରିବଟା କରାଯାଉଛି । କରକ୍ୟୁମିନ୍ ଉପାଦାନ ମଣିଷ ଶରୀରରେ ଆଣ୍ଟି ଅକ୍ସିଡେଣ୍ଟ, କ୍ୟାନ୍ସର ପ୍ରତିରୋଧ ସହ ବିଭିନ୍ନ ରୋଗର ପ୍ରତିଷେଧକ ଭାବେ କାର୍ଯ୍ୟ କରିଥାଏ ବୋଲି କୁହାଯାଉଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri