ଅଙ୍ଗଦାନ କରି ୬ ଜୀବନ ବଞ୍ଚାଇଥିଲେ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସୁରଜଙ୍କ ପରିବାର

ଭଞ୍ଜନଗର,୧୦।୧୧(ଡି.ଏନ.ଏ)- ଭଞ୍ଜନଗର ସହରତଳି ଲଣ୍ଡେଇସାହି ଚ୍ଛେଦାଭୁମି ରୋଡ଼ର ବାବୁଲି ସେଠୀଙ୍କ ପୁଅ ସୁରଜ ଗୁଜରାଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କ ବ୍ରେନ କୋମାକୁ ଚାଲିଯାଇଥିଲା। ସେଠାରେ ଚିକିତ୍ସା ପାଇଁ ଅର୍ଥ ଅଭାବ ଓ ସେ ସମୟରେ କେତେଜଣ ଲୋକଙ୍କ ପରାମର୍ଶକ୍ରମେ ସୁରଜଙ୍କ ବିଭିନ୍ନ ଅଙ୍ଗକୁ ଦାନ କରିବା ପାଇଁ ତାଙ୍କ ବାପା ହୋଇଥିଲେ। ମୃତ୍ୟୁ ପୂର୍ବରୁ ସୁରଜଙ୍କ ବିଭିନ୍ନ ଅଙ୍ଗକୁ ୬ ଜଣଙ୍କ ଶରୀରରେ ଗତ ୨ ତାରିଖରେ ରୋପଣ କରାଯାଇଥିଲା। ସେମାନେ ନୂଆ ଜୀବନ ପାଇଛନ୍ତି। ପରେ ସୁରଜଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ସେଠାରେ ସତ୍କାର ହୋଇଥିଲା। ବିଭିନ୍ନ ଗଣମାଧ୍ୟମରେ ଏଭଳି ମହାନ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଭଳି ମହାନତା ପାଇଁ ସୁରଜଙ୍କ ପରିବାରକୁ ଟୁଇଟରରେ ଧନ୍ୟବାଦ ଜଣାଇଥିଲେ। ଏଭଳି ସ୍ଥିତିରେ ସୋମବାର ସୁରଜଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଯୋଜନା ଅଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପକ୍ଷରୁ ସୁରଜଙ୍କ ପରିବାର ସହ ଯୋଗାଯୋଗ ହୋଇଛି। ସୁରଜଙ୍କ ଦାଦା କୋକ ସେଠୀ ଶନିବାର ଏହି ସୂଚନା ଦେଇଛନ୍ତି। ସୋମବାର ମନ୍ତ୍ରୀ ଆରୁଖଙ୍କ ଉପସ୍ଥିତିରେ ସୁରଜଙ୍କ ବାପା ବାବୁଲି ଓ ପରିବାରର ଅନ୍ୟ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ଅଛି। ସୂଚନାଯୋଗ୍ୟ, ବାବୁଲି ପ୍ରାୟ ୨୫ ବର୍ଷ ହେବ ସୁରଟରେ ସୁତାକଳରେ କାମ କରୁଛନ୍ତି। ଦୀର୍ଘଦିନ ସୁରଟରେ ରହିଥିଲେ ମଧ୍ୟ ସେଠାରେ ସେ ରାଶନ କାର୍ଡ଼ ପାଇପାରି ନ ଥିଲେ। ଦୁର୍ଘଟଣାରେ ଆହତ ପୁଅର ଚିକିତ୍ସା ପାଇଁ ପାଖରେ କୌଣସି ସ୍ବାସ୍ଥ୍ୟବୀମା କାର୍ଡ଼ ନଥିବାରୁ ମେଡ଼ିକାଲ ଖର୍ଚ୍ଚ ଧାରଉଧାର କରି ଭରିଥିଲେ। ପୁଅ ଅଙ୍ଗଦାନ କରି ମହାନତା ଦେଖାଇଥିତ୍ବା ବାବୁଲିଙ୍କ ପରିବାରକୁ ଗୁଜରାଟ, ଓଡ଼ିଶା କିମ୍ବା କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସାମାନ୍ୟ ସହାୟତା ଯୋଗାଇନାହାନ୍ତି। କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ସୁରଜଙ୍କ ପରିବାରକୁ ଏ ଯାଏ ଭେଟିନାହାନ୍ତି। କେବଳ ବିଭିନ୍ନ ଗଣମାଧ୍ୟମରେ ପରିବାର ଚର୍ଚ୍ଚାରେ ରହିଛନ୍ତି। ଭଞ୍ଜନଗର କିମ୍ବା ସୁରାଟରେ ବାବୁଲିଙ୍କ ଘର ଖଣ୍ଡେ ନାହିଁ। ଭଞ୍ଜନଗରରେ ପୈତୃକ ଏକ ଛୋଟିଆ ଘରେ ଅନ୍ୟଭାଇମାନେ ରହୁଛନ୍ତି। ପରିବାର ଆର୍ଥିକ ସ୍ଥିତି ବହୁତ ଖରାପ। ହେଲେ ବାବୁଲିଙ୍କ ମହାନତାକୁ ଚାରିଆଡ଼େ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଧାନସଭା ଗୃହ କମିଟି: ବିକାଶ କାର୍ଯ୍ୟର…

ପୁରୁଷୋତ୍ତମପୁର,୨୦ା୮(ସବିତା ମିଶ୍ର): ଓଡ଼ିଶା ବିଧାନସଭା ଗୃହ କମିଟି (ସବମିସନ୍) ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ଗୁରୁବାର ସନ୍ଧ୍ୟାରେ ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। କମିଟି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ବ୍ରହ୍ମପୁରର ସୁନା ପୁଅ: ମହାକାଶ ବିଜ୍ଞାନରେ ଗବେଷଣା କରି ସୁନାମ ଆଣିଛନ୍ତି ବିଶ୍ୱଜିତ

ବ୍ରହ୍ମପୁର,୨୦।୮(ସୁବାସ ଚନ୍ଦ୍ର ପାଢ଼ୀ): ମହାକାଶ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଗବେଷଣା କରି ବ୍ରହ୍ମପୁର ସହର ପାଇଁ ସୁନାମ ଆଣିଛନ୍ତି ହିଲପାଟଣା ନିବାସୀ ହୃଷିକେଶ ଦାଶ ଓ ସଂଯୁକ୍ତା…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ ରାଜୀବଙ୍କ ଅବଦାନ ଅତୁଳନୀୟ

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri