ଅଗ୍ନିକାଣ୍ଡ ଘଟି ୮ ଆଦିବାସୀ ପରିବାରଙ୍କ ୧୬ ବଖରା ଭସ୍ମୀଭୂତ

ଚିକିଟି,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଆଦିବାସୀ ପରିବାରଙ୍କ ୧୬ ବଖରା ଗୃହ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଗ୍ରାମର ରୁଷିଆ ନାୟକ, ଗଣପତି ନାୟକ, ନାଥ ନାୟକ, ପାତ୍ର ଦଳାଇ, ଶଶୀ ଦଳାଇ, ମଙ୍ଗଳା ଦଳାଇ, ଗଣେଶ ପାଇକ, ଗୋପୀ ପାଇକଙ୍କ ୨ଟି ଲେଖାଏ ମୋଟ୍‌ ୧୬ ବଖରା ପୋଡି ପାଉଁଶ ହେବା ସହିତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।
ଏ ନେଇ ବୁଧବାର ସକାଳେ ଚାନ୍ଦପୁର ପଞ୍ଚାୟତ ସରପଞ୍ଚ ମନୋଜ କୁମାର ସାହୁ, ନୂଆପଡା ରାଜସ୍ବ ନିରୀକ୍ଷକ ଏମ୍‌. ରଞ୍ଜନ, ଅଞ୍ଚଳର ଯୁବ ସଂଗଠନକାରୀ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ପହଞ୍ଚତ୍ କ୍ଷତିଗ୍ରସ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ପ୍ରଶାସନିକସ୍ତରରେ ଏହାର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସରପଞ୍ଚ ସାହୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୫ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri