ଅକ୍ଟୋବର ୧୨ରୁ ଓଜେଇଇ

ଭୁବନେଶ୍ୱର, ୧୯। ୯(ବ୍ୟୁରୋ):  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅକ୍ଟୋବର ୧୨ରୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ଓଜେଇଇ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ୍‌ରେ ହେବ। ପ୍ରତ୍ୟେକ ଦିନ ତିନୋଟି ସିଫ୍ଟରେ କରାଯିବ। ପରୀକ୍ଷାର କେଉଁ ସିଫ୍ଟରେ କ’ଣ ଅଛି ତା’ର ସମ୍ପୂର୍ଣ୍ଣ ସୂଚନା ସହିତ ରୋଲ୍‌ ନମ୍ବର, ସିଫ୍ଟ ଏବଂ ପରୀକ୍ଷା କେନ୍ଦ୍ର, ଆଡମିଟ୍‌ କାର୍ଡ ଓଜେଇଇ ଅଫିସିଆଲ ଓ୍ବେବ୍‌ସାଇଟ୍‌ www.ojee.nic.in ବା www.o।ishajee.comରେ ଚଳିତମାସ ଶେଷ ସୁଦ୍ଧା ଉପଲବ୍ଧ ହେବ। ଛାତ୍ରୀଛାତ୍ର ଉପରୋକ୍ତ ୱେବ୍‌ସାଇଟ ଖୋଲି ପରୀକ୍ଷା ସମ୍ବନ୍ଧୀୟ ଆବଶ୍ୟକ ସୂଚନା ପାଇପାରିବେ।
ଏଥର ମୋଟ ୫୩ଟି ସେଣ୍ଟରରେ ଓଜେଇଇ ଅନୁଷ୍ଠିତ ହେବ। ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି କେନ୍ଦ୍ର କରାଯାଇଛି। ସେଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି(ଗଜପତି), ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡ଼ା, ଫୁଲବାଣୀ(କନ୍ଧମାଳ), କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ରାଉରକେଲା ଓ ସମ୍ବଲପୁର। ସେହିପରି ରାଜ୍ୟ ବାହାରେ ଝାଡ଼ଖଣ୍ଡର ରାଞ୍ଚତ୍, ପଶ୍ଚିମବଙ୍ଗର କୋଲକାତା ଓ ବିହାରର ପାଟଣାଠାରେ ମଧ୍ୟ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏହି ପରୀକ୍ଷା ଚଳିତବର୍ଷ ମେ’ ପ୍ରଥମ ସପ୍ତାହରେ ହେବାର ଥିଲା। କିନ୍ତୁ କୋଭିଡ୍‌-୧୯ ମହାମାରୀ ପାଇଁ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ପାଇଁ ଓଜେଇଇ ପରୀକ୍ଷାକୁ ସ୍ଥଗିତ କରିଥିଲା। ତେବେ ଏହି ପରୀକ୍ଷାକୁ ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ କରାଯିବ ବୋଲି ଶୁକ୍ରବାର ସୂଚନା ଦିଆଯାଇଛି। ସେହିପରି ପରୀକ୍ଷା ଦେବାରେ ଛାତ୍ରୀଛାତ୍ରମାନେ ଯେପରି ଅସୁବିଧା ସମ୍ମୁଖୀନ ନ କରନ୍ତି, ସେଥିପାଇଁ ଚଳିତବର୍ଷ ରାଜ୍ୟରେ ଆଉ ୬ଟି ସହର ଓ ରାଜ୍ୟ ବାହାରେ ୩ଟି ସହରରେ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri