କମେଡିଆନରୁ ଡେଲିଭରି ବୟ

ମୁମ୍ବାଇ: କପିଲ ଶର୍ମା କହିଲେ ବୁଝାଏ କମେଡି । କମେଡିଆନ କପିଲ ଶର୍ମା ଦେଶର ପ୍ରତି ଘରେ ବେଶ ପରିଚିତ । ଏବେବି ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ‘ଦ କପିଲ ଶର୍ମା କମେଡି ଶୋ’ ବେଶ ଆଦୃତ । ଏବେ କିନ୍ତୁ କପିଲଙ୍କୁ ଦେଖିବାକୁ ମିଳିବ ଏକ ଭିନ୍ନ ରୂପରେ । ଖୁବଶୀଘ୍ର ରିଲଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ ‘ଜ୍ୱିଗାଟୋ’ । ଏଥିରେ ସେ କିନ୍ତୁ ସମ୍ପୂର୍ଣ୍ଣ ଭାବେ ତାଙ୍କ ଟ୍ରାକ୍‌ରୁ ବାହାରି ଯାଇଛନ୍ତି । ଅର୍ଥାତ୍ ଏହି ମୁଭିରେ କପିଲ ଜଣେ ଡେଲିଭରି ବୟ ଭୂମିକାରେ ନଜର ଆସିବେ । ଆସନ୍ତା ମାସରେ ହେବାକୁ ଥିବା ୪୭ତମ ଟରଂଣ୍ଟୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ଏକ କ୍ଲିପ ପ୍ରଦର୍ଶିତ ହେବ ।
କମେଡଇ କିଙ୍ଗ ଭାବେ ଜଣାଶୁଣା କପିଲ ଏଥିରେ ସମ୍ପୂର୍ଣ୍ଣ ଭାବେ ବିପରିତ ରୋଲରେ ନଜର ଆସିଛନ୍ତି । ଏଥିରେ ସେ ତାଙ୍କ ଆବଶ୍ୟକତାକୁ ପୁରଣ କରିବାକୁ ସଂଘର୍ଷ କରୁଛନ୍ତି । ମୁଭିରେ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ଶହାନା ଗୋସ୍ୱାମୀ । ଘରର ଆବଶ୍ୟକତାକୁ ପୂରଣ କରିବାକୁ କପିଲଙ୍କ ପତ୍ନୀ କାମ କରିବାକୁ ଚାହୁଁଥିବା ବେଳେ କପିଳ କିନ୍ତୁ ଏହାକୁ ବାରଣ କରିଛନ୍ତି । ପୁରୁଣା ମାନସିକତା ଦୃଷ୍ଟିରୁ ସେ ଏଭଳି କଥା କହୁଛନ୍ତି । ଏହି ଫିଲ୍ମର ଏକ ପୋଷ୍ଟର କପିଲ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ଗୁରୁବାର ଏହାର ଏକ ଭିଡିଓ ବି ସାମ୍ନାକୁ ଆସିଛି । ଏଥିରେ କପିଲ ଏକ ଇଲକ୍ଟ୍ରୋନିକ ଇନଷ୍ଟ୍ରୁମେଣ୍ଟ ସଜାଡୁଥିବା ଦେଖାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନନ୍ଦିତା ଦାସ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?