ଦିଗପହଣ୍ଡିରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା: ଭାଗନେଲେ ୨୫୦ ପ୍ରତିଯୋଗୀ

ଦିଗପହଣ୍ଡି,୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ପଦ୍ମନାଭପୁର ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବର ଉଦ୍‌ଘାଟନୀ ସମାରୋହରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥି , କାର୍ଯ୍ୟର୍ନିବାହୀ ଅଧିକାରୀ ଅବିନାଶ ମିଶ୍ର ସମ୍ମାନିତ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ , ୨ ନଂ ୱାର୍ଡ କାଉନସିଲର ସୁଶାନ୍ତ କୁମାର ପାତ୍ର , ପଦ୍ମନାଭପୁର ସ୍ଥିତ ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ବେହେରା, ବଡଖେମୁଣ୍ଡି ହାଇସ୍କୁଲ ପ୍ରଧାନଶିକ୍ଷକ ସତ୍ୟନାରାୟଣ ଦାସ, ଦିଗପହଣ୍ଡି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନୀଲ କୁମାର ଦାସ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସିନ ଥିଲେ। ପଦ୍ମନାଭପୁର ଜୋନର ଆଙ୍କୋରଡା , ପଦ୍ମନାଭପୁର ଏବଂ ଦିଗପହଣ୍ଡି କ୍ଲଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୭ ବର୍ଷରୁ କମ ବୟସର ୨୫୦ ପ୍ରତିଯୋଗୀ ଛାତ୍ରୀ ଛାତ୍ର ମାନଙ୍କୁ କ୍ରୀଡ଼ା ପ୍ରଦର୍ଶନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ପ୍ରତ୍ୟେକ ଖେଳାଳି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ଆଗକୁ ବଢିବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ ।ପ୍ରତିଯୋଗିତା ର ପ୍ରଥମ ଦିବସରେ ଛାତ୍ରୀ ଛାତ୍ରଙ୍କ ମଧ୍ୟରେ କବାଡି ଓ ଖୋ – ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ ସଭାକାର୍ଯ୍ୟରେ ସଂଯୋଜନା କରିଥିବା ବେଳେ ହାଇସ୍କୁଲ କ୍ରୀଡା ଶିକ୍ଷକ ତଥା କ୍ରୀଡ଼ା ପ୍ରତିଯୋଗିତାର ଜୋନାଲ ସମ୍ପାଦକ ଏମ ଷ୍‌ଗୌରାଙ୍ଗ ଖେଳ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସୁଜତା ପାଢୀ , ସଙ୍ଗୀତା ସାହୁ , କ୍ରୀଡା ଶିକ୍ଷକ ଏମ. ଶୁକ୍ରୁ ରେଡ୍ଡୀ, କୈଳାସ ରେଡ୍ଡୀ, ସିମାଞ୍ଚଳ ରେଡ୍ଡୀ, ବପୁନ ରେଡ୍ଡୀଙ୍କ ସମେତ ସମସ୍ତ ବିଦ୍ୟାଳୟର ବହୁ ସଂଖ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ, ଆଗକୁ ଓଡ଼ିଶା ରାଜନୀତିରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଗକୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ନକ୍‌ଆଉଟ ଟୁର୍ନାମେଣ୍ଟ: ବାରାବାଂସ ଦଳ ବିଜୟୀ

ବନ୍ଧମୁଣ୍ଡା,୧୬ା୩(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଞ୍ଚାୟତଠାରେ ଲାୟନ୍ସ ହାର୍ଟ କ୍ଲବ ପକ୍ଷରୁ ଆୟୋଜିତ ୨ ଦିନିଆ ଷଷ୍ଠ ଇଣ୍ଟର ପଞ୍ଚାୟତ କ୍ରିକେଟ ନକ୍‌ଆଉଟ…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri