କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ: ଆଜି ଭବାନୀପାଟଣାରେ ବସିଲା ସ୍ବତନ୍ତ୍ର ନୂଆଁଖାଇ ବଜାର

ଭବାନୀପାଟଣା,୧ା୯ (ଉତ୍ତମ କୁମାର ଦାଶ)- ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ କଳାହାଣ୍ଡିରେ ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ମଙ୍ଗଳବାର ଜିଲାର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ମଙ୍ଗଳବାର ସକାଳେ ନବାନ୍ନ ଲାଗି ନେଇ ଲଗ୍ନ ସ୍ଥିର ହୋଇଛି। ମା’ଙ୍କ ନିକଟରେ ନବାନ୍ନ ଲାଗିବା ପରେ ଗଡ଼ଜାତ ଅଞ୍ଚଳର ଭବାନୀପାଟଣା ସମେତ ଲାଞ୍ଜିଗଡ଼, ଜୟପାଟଣା, ମଦନପୁର ରାମପୁର, ମହୁଲପାଟଣା, କର୍ଲାପାଟ ଓ ମାଣିକେଶ୍ୱରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ନୂଆଖାଇ ପାଳନ ହେବ। ଏଥିପାଇଁ ଗଡ଼ଜାତ ଅଞ୍ଚଳର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି।
ସାଧାରଣତଃ ଗଣେଶ ପୂଜା ପରଦିନ ଅର୍ଥତ୍‌ ପଞ୍ଚମୀକୁ ନୂଆଁଖାଇ ରୂପେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଏ। କିନ୍ତୁ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଏ। ମଙ୍ଗଳବାର ସକାଳ ୮ଟା ୪୫ରୁ ୯ଟା ୦୫ ମଧ୍ୟରେ ବିଧି ଅନୁଯାୟୀ ମା’ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ୯ଟା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲା ରହିବ। ସକାଳ ୧୦ଟା ୫୫ରୁ ଅପରାହ୍ନ ୧ଟା ମଧ୍ୟରେ ନୂଆଁ ଖାଇବେ ଗଡ଼ଜାତ ଅଞ୍ଚଳବାସୀ। ଶୁକ୍ଳପକ୍ଷ ଦଶମୀ ତିଥିରେ ମା’ଙ୍କ ପାଖରେ ଏହି ନବାନ୍ନ ଲାଗି ହୋଇଥାଏ। ଏଥିଲାଗି ସୋମବାର ଗଡ଼ଜାତ ଅଞ୍ଚଳରେ ଲୋକେ ପ୍ରସ୍ତୁତିରେ ଲାଗିପଡିଛନ୍ତି। ନୂଆ ସାମଗ୍ରୀ ବ୍ୟବହାର ହେବା ପରମ୍ପରା ରହିଥିବାରୁ ଭବାନୀପାଟଣାରେ ବସିଛି ସ୍ବତନ୍ତ୍ର ନୂଆଁଖାଇ ବଜାର। ନୂଆଁଧାନ, ଚୂଡା, ବିଭିନ୍ନ ପତ୍ର ସମେତ ସାମଗ୍ରୀ କିଣିବାରେ ସଭିଏଁ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ନୂଆଁଖାଇକୁ ନେଇ ଚାରିଆଡେ ଉତ୍ସାହର ମାହୋଲ ଥିବାବେଳେ ବ୍ୟବସାୟୀ ମଧ୍ୟ ବ୍ୟବସାୟକୁ ନେଇ ବେଶ ଖୁସି ଅଛନ୍ତି। ଏ ନେଇ ଭବାନୀପାଟଣା ବାସିନ୍ଦା ରାମ ଲିଙ୍ଗା ଆଚାରି କହନ୍ତି, ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ ହୋଇଥିବା ବେଳେ ଦଶମୀ ତିଥିରେ ଭବାନୀପାଟଣାରେ ନୂଆଁଖାଇ ପାଲନ ହେବ। ଏଥିପାଇଁ ଆମେ ନୂଆଁଧାନ, ଚୂଡା ସହ ବିଭିନ୍ନ ପନିପରିବା ନେଉଛୁ। ମା’ ମାଣିକେଶ୍ୱରୀଙ୍କ ନୀତିନିୟମ ଅନୁଯାୟୀ ଆମେ ନୂଆଁ ଖାଇବୁ। ସମସ୍ତେ ଏକାଠି ବସି ନୂଆଁ ଖାଇବାର ମଜା ନେବୁ ବୋଲି କହିଛନ୍ତି। ଭବାନୀପାଟଣାର ଅନ୍ୟଜଣେ ବାସିନ୍ଦା ନରେନ୍ଦ୍ର ଦାସ କହିଛନ୍ତି ଯେ, ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ। ଆମେ ଦଶମୀ ତିଥିରେ ନୂଆଁଖାଇ ପାଳନ କରୁଛୁ। ଆମର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସମସ୍ତ ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେବାକୁ ଥିବାରୁ ସୋମବାର ଆମେ ବଜାରରୁ ସମସ୍ତ ସାମଗ୍ରୀ କିଣାକିଣି କରୁଛୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାଇଡ୍ରାମା: ରଜତ ପାଟିଦାରଙ୍କ ଆଉଟ୍‌କୁ ନେଇ ଅମ୍ପାୟାରଙ୍କ ସହ କୋହଲିଙ୍କ ଝଗଡ଼ା

ଅହମ୍ମଦାବାଦ,୩୦।୪: ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଅଧିନାୟକ ରଜତ ପାଟିଦାରଙ୍କ…

ଭୀଷଣ ବର୍ଷା, ବେଙ୍ଗାଲୁରୁ ସହର ଜଳାର୍ଣ୍ଣବ

ବେଙ୍ଗାଲୁରୁ,୩୦ା୪: ବେଙ୍ଗାଲୁରୁରେ ଅଚାନକ ଭାବେ ଆରମ୍ଭ ହୋଇଥିବା ବର୍ଷା ପରବର୍ତ୍ତୀ ସମୟରେ ଭୀଷଣ ରୂପ ନେବାରୁ ସାରା ସହର ଜଳାର୍ଣ୍ଣବ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ…

ପୁଅକୁ ଦୋକାନରେ ବସାଇ ଜଳଖିଆ ଖାଇବାକୁ ଯାଇଥିଲେ ବାପା, ଆସିଲା ବେଳକୁ…

ଅତାବିରା,୩୦।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ମୁଖ୍ୟ ବଜାର ସମ୍ମୁଖ ଏକ ପାନ ଦେକାନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟାରେ…

‘କର୍ମ  ହିଁ ମାନବ ଜୀବନର ମାନଦଣ୍ଡ’: ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ…

ଦିଗପହଣ୍ଡି,୩୦|୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମ ସ୍ଥିତ ପିଏମଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗୁରୁବାର ସାନଖେମୁଣ୍ଡି…

ବରଗଡ଼ରେ ଜିଲା ନୋଡାଲ ଅଧିକାରୀ: ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ମାଇନିଂ କର୍ପୋରେସନ ଏବଂ ଇସ୍ପାତ ଓ ଖଣି ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ବରଗଡ଼ ଜିଲା ନୋଡାଲ ଅଧିକାରୀ ସୁଧାଂଶୁ ମୋହନ ସାମଲ…

କାଳବୈଶାଖୀ ମାଡ଼ରେ ଯାତ୍ରା ଫିକା, ବିଧାୟକଙ୍କ ଦ୍ୱାରା ‘କବି ସମ୍ରାଟ ରଙ୍ଗମଞ୍ଚ’ ଉଦଘାଟିତ

ଭଞ୍ଜନଗର,୩୦/୪(ବାବୁଲା ପ୍ରଧାନ)-ପୂର୍ବ ଯାତ୍ରା ଅପେକ୍ଷା ଚଳିତ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି।…

ଅବସର ନେଲେ କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀଙ୍କୁ…

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଗୁରୁବାର ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଏହାପୂର୍ବରୁ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଏହାର…

ମହଙ୍ଗା ପଡିଲା ନିଜ ପିଅନଙ୍କଠାରୁ ଲାଞ୍ଚ ନେବା, ତହସିଲର ବରିଷ୍ଠ କିରାଣୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଏମ .ରାମପୁର ତହସିଲର ପୂର୍ବତନ ବରିଷ୍ଠ କିରାଣୀ ହିମାଦ୍ରୀ କୁମାର ପଣ୍ଡା ଗତ ୨୦୧୪ ମସିହାରେ ନିଜ ପିଅନଠୁ ଲାଞ୍ଚ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri