ଜିନ୍‌ କାଷ୍ଟେକ୍ସ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ,୪ା୭: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ଶୁକ୍ରବାର ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଫିଲିପ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଲକ୍‌ଡାଉନ ପରେ ଦେଶର ଅର୍ଥନୀତିକୁ ସଜାଡ଼ିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଉଥିବାରୁ କ୍ୟାବିନେଟରେ ପରିବର୍ତ୍ତନ କରିଛନ୍ତି। ୫୫ ବର୍ଷୀୟ କାଷ୍ଟେକ୍ସ ପେସାରେ ଜଣେ ପବ୍ଲିକ୍‌ ସର୍ଭ୍ୟାଣ୍ଟ। ସେ ବିଭିନ୍ନ ସରକାରରେ କାର୍ଯ୍ୟ କରିଆସିଛନ୍ତି। କରୋନା ମହାମାରୀ ପରେ ସେ ଦେଶର ଅନ୍‌ଲକ୍‌ ରଣନୀତି ପ୍ରସ୍ତୁତିରେ ସହଯୋଗ କରିଥିଲେ, ଯାହା ବେଶ୍‌ ସଫଳ ହୋଇଛି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଫିଲିପ୍‌ଙ୍କ ଗତ ୩ ବର୍ଷର କାର୍ଯ୍ୟକୁ ମଧ୍ୟ ରାଷ୍ଟ୍ରପତି ଇମାନୁଏଲ୍‌ ଉଚ୍ଚ ପ୍ରଶଂସା କରିଛନ୍ତି। କିଛିଦିନ ପୂର୍ବରୁ ଫ୍ରାନ୍ସରେ ହୋଇଥିବା ସ୍ଥାନୀୟ ନିର୍ବାଚନରେ ଇମାନୁଏଲ୍‌ଙ୍କ ଦଳ ଦେଶର ବୃହତ ସହର ସମେତ ବିଭିନ୍ନ ସ୍ଥାନରେ ପରାଜିତ ହୋଇଥିଲା। କରୋନା ସଙ୍କଟ ବେଳେ ସରକାର ସମାଲୋଚିତ ହେବା ସହ ବିରୋଧର ସମ୍ମୁଖୀନ ହୋଇଥିଲେ। ତେଣୁ ରବିବାର ଭୋଟ ପୂର୍ବରୁ ଇମାନୁଏଲ୍‌ କ୍ୟାବିନେଟରେ ପରିବର୍ତ୍ତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ

ବାଗଦାଦ, ୮ା୧୧: ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମିଙ୍କ ବାସଭବନକୁ ଟାର୍ଗେଟ କରି ରବିବାର ରକେଟ୍‌ ଓ ଡ୍ରୋନ ଯୋଗେ ବିସ୍ଫୋରଣ କରାଯାଇଛି। ତାଙ୍କୁ ହତ୍ୟା କରିବାକୁ...

ହିଜାବ ବିରୋଧ ପରେ ଇରାନରେ ଏବେ ଗୃହଯୁଦ୍ଧ ଆଶଙ୍କା, ଏବେ ପର୍ଯ୍ୟନ୍ତ ୫୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ

ତେହେରାନ,୨ ।୧: ଇରାନରେ ହିଜାବ ବିରୋଧି ପ୍ରଦର୍ଶନକୁ ୪ ମାସରୁ ଅଧିକ ସମୟ ହେଲାଣି । ଏହି ସମୟରେ ୧୮ ହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ...

୩୫ ଲକ୍ଷ ପିଲାଙ୍କ ଶିକ୍ଷା ପ୍ରଭାବିତ

ଇସଲାମାବାଦ,୧୧ା୯: ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ସବୁକିଛି ଉଜୁଡ଼ି ଯାଇଛି। ବନ୍ୟା ପ୍ରଭାବିତ ପାକିସ୍ତାନକୁ ବିଶ୍ୱର କିଛି ଦେଶ ସହାୟତାର ହାତ ବଢ଼ାଇଛନ୍ତି। ଏହି...

କରୋନା ମହାମାରୀ ଯୋଗୁ ଆମେରିକାରେ ୨୨ ଲକ୍ଷ, ବ୍ରିଟେନ୍‌ରେ ୫ ଲକ୍ଷଙ୍କ ହୋଇପାରେ ମୃତ୍ୟୁ : ଗବେଷଣା ରିପୋର୍ଟ !

ଲଣ୍ଡନ,୧୮।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ପୃଥିବୀର ୧୬୫ ଦେଶରେ ପହଞ୍ଚିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ...

ଘରେ ସୁରକ୍ଷିତ ରହୁଥିଲେ ବି ହେବ କରୋନା! ଜାଣନ୍ତୁ କେମିତି

ଘରେ ବସି ମଧ୍ୟ ଜଣେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏହା ପ୍ରକାଶ କରିଛନ୍ତି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ...

ଆକାଶରେ ୧୫ କି.ମି. ବ୍ୟାପିଲା ପାଉଁଶ

ଜାକର୍ତ୍ତା,୫ା୧୨: ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି ମାଉଣ୍ଟ ସେମେରୁରୁ ରବିବାର ଲାଭା ଉଦ୍‌ଗିରଣ ହୋଇଛି। ଏହାର ପ୍ରଭାବରେ ୧୫ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ଆକାଶ ପାଉଁଶ ଓ...

‘ଉତ୍ତେଜନା ହ୍ରାସ ପାଇଁ ବହୁତ କିଛି କରାଯାଇଛି’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୁବ୍‌ଶୀଘ୍ର ସାକ୍ଷାତ୍‌ ହେବ। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଅନେକ କିଛି କରାଯାଇଛି ବୋଲି ମଙ୍ଗଳବାର...

ଦୁଇ ବିମାନ ଧକ୍କା: ୪ ମୃତ

ମାଡ୍ରିଡ୍‌,୧ା୫: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍‌ ବିମାନ ଧକ୍କା ହେବାରୁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି...

Advertisement
Archives

Model This Week