ଜିଲା ପରିଷଦ, ସମିତି ସଭ୍ୟ ନିର୍ବାଚନ ଫଳାଫଳ ଘୋଷଣା କଲା ଆନ୍ଧ୍ର

ପଟ୍ଟାଙ୍ଗୀ,୧୯ା୯(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗତ ଏପ୍ରିଲରେ ହୋଇଥିବା ଜିଲା ପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନର ଫଳାଫଳ ରବିବାର ଘୋଷଣା କରାଯାଇଛି। ବିଜୟନଗରମ ଜିଲା ପ୍ରଶାସନ ପକ୍ଷରୁ ସାଲୁର ବ୍ଲକର ସରକାରୀ ଡିଗ୍ରୀ କଲେଜରେ ଭୋଟ ଗଣତି କରି ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଆନ୍ଧ୍ର।

ତଳ ଗଞ୍ଜେଇପଦର ଗ୍ରାମର ମାଝି ଆପାଲାମ ୧୨୪ ଖଣ୍ଡ ଭୋଟ ଏବଂ ଫଗୁଣସିନେରିର କୋନେଟି ଗିନ୍ଦୋ ୩୧୧ ଖଣ୍ଡ ଭୋଟ ପାଇ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ସେହିପରି ଜିଲା ପରିଷଦ ସଭ୍ୟ ଭାବେ ଆମ୍ବାଡି ଅନିଲ କୁମାର ୧୬,୩୦୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଏହି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦେଖି ସେତେବେଳେ ଭାଜପା, ଟିଡିପି ଓ ଜନସେନା ଦଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏପ୍ରିଲ ୬ରେ ଏକ ୩ଜଣିଆ ଖଣ୍ଡପୀଠ ଏହାର ବିଚାର କରି ନିର୍ବାଚନରେ ରୋକ ଲଗାଇବାକୁ ସ୍ଥଗିତାଦେଶ ଜାରି କରିଥିଲେ। ମାତ୍ର ଆନ୍ଧ୍ର କୋଟିଆରେ ଏପ୍ରିଲ ୮ରେ ଜିଲା ପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନ କରିଥିଲା। ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁ ଫଳାଫଳ ଘୋଷଣା କରିପାରି ନ ଥିଲା। ଆନ୍ଧ୍ର ହାଇକୋର୍ଟ ଗତ ସୋମବାର ଏହି ସ୍ଥଗିତାଦେଶ ଉଠାଇ ଦେବାରୁ ପ୍ରଶାସନ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ କରିଥିଲା। ଭୋଟ ଗଣତି ପରେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ନିର୍ବାଚିତ ଘୋଷଣା କରିଛି। ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ଫଗୁଣସିନେରି ଏବଂ ଫାଟୁ ସିନେରି ଆଦି ତିନି ଗ୍ରାମକୁ ଆନ୍ଧ୍ର ତିନୋଟି ପଞ୍ଚାୟତର ମାନ୍ୟତା ଦେଇ ପୂର୍ବରୁ ସରପଞ୍ଚ ନିର୍ବାଚନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟା ଗୋଦାମରେ ନିଆଁ ଲାଗିଲା

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ଗ୍ରାମର ଶଙ୍କର ପଣ୍ଡାଙ୍କ ଅଟା ଗୋଦାମରେ ଶୁକ୍ରବାର ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି।...

ଯାତ୍ରୀବାହୀ ଗାଡ଼ିରେ ଗଲେଣି ୩୫ ହଜାର ପ୍ରବାସୀ

ବରଗଡ଼ ଅଫିସ୍‌,୨୩।୫-କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଅନ୍ୟପଟେ ପ୍ରବାସୀ ଶ୍ରମିକମାନେ ଫେରୁଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଚାଲିଛି । ଏହି...

ଏସ୍‌ସିବି କାଜୁଆଲ୍‌ଟିରେ ନାହିଁ ପ୍ଲାଷ୍ଟର

କଟକ ଅଫିସ, ୧୧।୬: ଯେତେ ବ୍ୟବସ୍ଥା କଲେ ମଧ୍ୟ ଏସ୍‌ସିବି ମେଡ଼ିକାଲ କାଜୁଆଲ୍‌ଟି ଅବସ୍ଥା ସୁଧୁରୁନାହିଁ। ମେଡିକାଲର ମୁଖଶାଳା କୁହାଯାଉଥିବା କାଜୁଆଲ୍‌ଟିକୁ ନେଇ ଆଉ ଏକ...

ଫଟୋ ଅସଲି, ମାଲିକ ନକଲି

କଳିଙ୍ଗନଗର,୩୦ା୧୨(ଡି.ଏନ.ଏ.):ବ୍ୟାସନଗର ସବ୍‌ରେଜିଷ୍ଟର ଅଫିସ (ଉପନିବନ୍ଧକଙ୍କ କାର୍ଯ୍ୟାଳୟ)ରେ ଜମି କିଣାବିକାରେ ବ୍ୟାପକ ଦୁର୍ନୀତି ଚାଲିଛି ା ଜଣେ ବ୍ୟକ୍ତି ବିଦେଶରେ ରହୁଥିଲେ ମଧ୍ୟ ତାଙ୍କ ମୂଲ୍ୟବାନ୍‌ ଜମିକୁ...

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନବୀନଙ୍କ ସୁପାରିସ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ବରିଷ୍ଠ ଆଇଏଫଏସ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଜଳିଗଲା କାର୍‌, ୪ ଗୁରୁତର

ପୁରୀ ଅଫିସ,୪ା୩: ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ଯିବା ବେଳେ ବାଟରେ ଘଟିଛି ଅଘଟଣ। ଏକ କାର୍‌ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯିବାରୁ...

ଖବରକାଗଜ ବିତରକଙ୍କ ପାଇଁ ସାମାଜିକ ସୁରକ୍ଷା

ଭୁବନେଶ୍ୱର,୧ା୧୨(ବ୍ୟୁରୋ):ସୂଚନା ଓ ଖବର ପ୍ରସାରଣରେ ବିତରକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର କର୍ମମୟ...

ମହାସିଂହ ପଞ୍ଚାୟତରେ ୨୯ଲକ୍ଷ ଟଙ୍କା ଘୋଟାଲା

ଫୁଲବାଣୀ ଅଫିସ, ୫ା୩- କନ୍ଧମାଳ ଜିଲାକୁ ଦୁର୍ନୀତି ପିଛା ଛାଡୁନାହିଁ । ସବୁଠୁ ବଡକଥା ଦୁର୍ନୀତି ନେଇ ଅଭିଯୋଗ ଆସିଲାପରେ ତଦନ୍ତ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ...

Advertisement
Archives

Model This Week