Posted inଜାତୀୟ

ଆଫଗାନିସ୍ତାନରୁ ଆସୁଥିଲା ୯ ହଜାର କୋଟି ଟଙ୍କାର ହେରୋଇନ୍‌

ଅହମଦାବାଦ,୧୯।୯: ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛି। ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆମଦାନି ହେଉଥିବା ଜଣାପଡ଼ିଛି। ଅଧିକ ତଦନ୍ତ ଲାଗି ଡିଆର୍‌ଆଇ ଅଫିସରମାନେ କଣ୍ଟେନରଗୁଡ଼ିକୁ ଅଟକାଇଥିଲେ। ସୁଗନ୍ଧିତ ପାଉଡର କଣ୍ଟେନର ଭିତରେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଲୁଚାଇ ଅଣାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡ଼ାର ଆଶି ଟ୍ରେଡିଂ କମ୍ପାନୀ ଆଫଗାନିସ୍ତାନରୁ ଏହି ନିଶାଦ୍ରବ୍ୟ ଆମଦାନି କରିଥିବା ଅଭିଯୋଗ ହୋଇଛି। ରପ୍ତାନିକାରୀ କମ୍ପାନୀ କାନ୍ଦାହାରର ହାସନ ହୁସେନ୍‌ ଲିମିଟେଡ୍‌ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଜି ମାରିନେଲେ ଦିଦି

କୋଲକତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏକ ବିଜୟ ଆଡକୁ ଗତି କରୁଛି। ୧୪୪ଟି ସିଟ ମଧ୍ୟରୁ...

ହର୍ନ ବଦଳରେ ଲଗାଇ ହେବ ମ୍ୟୁଜିକାଲ ଟ୍ୟୁନ

ନୂଆଦିଲ୍ଲୀ,୫।୧୦: ନିକଟ ଭବିଷ୍ୟତରେ ଟ୍ରାଫିକ୍‌ ଜାମରେ ଗାଡ଼ିର ହର୍ନ ବଦଳରେ ଶୁଣିବାକୁ ମିଳିପାରେ ସୁମଧୁର ଭାରତୀୟ ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟର ଟ୍ୟୁନ। ଏ ନେଇ ସଙ୍କେତ ଦେଇଛନ୍ତି...

ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଏକ ଉତ୍ସବରେ...

ଏଲ୍‌ଏସି: କିଏ ସତ କହୁଛନ୍ତି

ନୂଆଦିଲ୍ଲୀ,୨୨ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ସହ ସଂଘର୍ଷ ବେଳେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଚରମ...

ଅପରେଶନ୍‌ ସମୁଦ୍ର ସେତୁ: ଭାରତୀୟଙ୍କୁ ଆଣିବା ଲାଗି ମାଳଦ୍ୱୀପରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲଶ୍ୱା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ...

୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେଲେ ବିଦେଶୀ ପର୍ଯ୍ୟଟକ

ବାରାଣସୀ,୫।୨: ଉତ୍ତରପ୍ରଦେଶ ବାରାଣସୀରେ ଜଣେ ବିଦେଶୀ ପର୍ଯ୍ୟଟକ ୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେବା ପରେ ପାରାଚ୍ୟୁଟ୍‌ରେ ତଳକୁ ଡେଇଁଛନ୍ତି। ଏବେ...

୧୫ ମିନିଟ୍‌ରେ ଚାଇନା ସୈନ୍ୟଙ୍କୁ ହଟାଇଥାନ୍ତି

କୁରୁକ୍ଷେତ୍ର,୮।୧୦: କଂଗ୍ରେସ କ୍ଷମତାରେ ଥିଲେ ମାତ୍ର ୧୫ ମିନିଟ୍‌ରେ ଭାରତୀୟ ଅଞ୍ଚଳରୁ ଚାଇନା ସୈନ୍ୟ (ପିଏଲ୍‌ଏ)ଙ୍କୁ ହଟାଇଥାନ୍ତା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ହସିହସି କହୁଥିବା କଥା ଅପରାଧ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୨୬।୩ : ଦିଲ୍ଲୀ ହାଇକୋର୍ଟ ହେଟ୍‌ ସ୍ପିଚ୍‌ ମାମଲାର ବିଚାର କରି କହିଛନ୍ତି ଯେ, ହସିହସି କହୁଥିବା କଥା ଅପରାଧ ନୁହେଁ। ମାତ୍ର କିଛି...

Advertisement
Archives

Model This Week