ଜମିବ ଜିରୋ ନାଇଟ୍‌

ଅନୁଗୋଳ ଅଫିସ, ୩୧ା୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୦୨୨କୁ ଦିଆଯିବ ବିଦାୟ। ୨୦୨୩କୁ କରାଯିବ ଭବ୍ୟ ସ୍ବାଗତ। ଏଥିପାଇଁ ଅନୁଗୋଳରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଭୋଜି, ବାଣ, ବାଜା ପାଇଁ ବିଭିନ୍ନ କ୍ଲବ, ସାହିରେ ଯୋଜନା ହୋଇଥିବା ବେଳେ ସହରର ଏକାଧିକ ହୋଟେଲରେ ଜିରୋ ନାଇଟ୍‌ ସେଲିବ୍ରେଶନର ଆୟୋଜନ କରାଯାଇଛି। ଏଥିପାଇଁ ବୁକିଂ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜିରୋ ନାଇଟ୍‌ ସେଲିବ୍ରେଶନକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଦେଖାଦେଇଛି ବେଶ୍‌ ଉତ୍ସାହ ଓ ଉଦ୍ଦୀପନା।
କରୋନା କାରଣରୁ ୨୦୨୧ ଓ ୨୦୨୨ ନବବର୍ଷ ସ୍ବାଗତ କାର୍ଯ୍ୟକ୍ରମ ନିରାଡ଼ମ୍ବର ଥିଲା। କଡ଼ା କୋଭିଡ୍‌ କଟକଣା ଲାଗିଥିବାରୁ ଲୋକେ ଏହି ସ୍ବାଗତ କାର୍ଯ୍ୟକ୍ରମର ସ୍ବାଦ ପାଇପାରି ନ ଥିଲେ। ଏପରି କି ମହାମାରୀକୁ ନେଇ ଅନେକ ଆତଙ୍କିତ ମଧ୍ୟ ହୋଇପଡ଼ିଥିଲେ। ହେଲେ ଏଥର ସେହି ସ୍ଥିତି ନାହିଁ। କୋଭିଡ୍‌ ଶେଷ ହୋଇ ନ ଥିଲେ ବି କଟକଣା ଢିଲା ରହିଛି। ତେଣୁ ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ବାଗତ ପାଇଁ ଅନୁଗୋଳ ଜିଲାର ଯୁବଗୋଷ୍ଠୀ ଓ ହୋଟେଲ ଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି। ଅନୁଗୋଳ ସହରର କମଲେସ ହୋଟେଲରେ ଜିରୋ ନାଇଟ୍‌ ସେଲିବ୍ରେଶନ୍‌ କରାଯିବ। ଏ ନେଇ ୮୦ ପ୍ରତିଶତ ବୁକିଂ ଶେଷ ହୋଇସାରିଛି। ଏଠାରେ ସେଲିବ୍ରେଶନ୍‌ରେ ସାମିଲ ଲୋକେ ଭରପୂର ମନୋରଞ୍ଜନ ପାଇବା ସହ ଖାଦ୍ୟପେୟର ମଜା ନେଇପାରିିବେ। କୌଣସି ଅଶ୍ଳୀଳ ନୃତ୍ୟ କରାଯିବ ନାହିଁ। ତେବେ ଲୋକଙ୍କ ପାଇଁ ହାଇଜନିକ୍‌ ଫୁଡ୍‌ ପ୍ରସ୍ତୁତ କରାଯିବ। ଚିକେନ୍‌ ଉପରେ ଅଧିକ ଆଇଟମ୍‌ ରହିବାକୁ ଥିବାବେଳେ ନିରାମିଷାଶୀଙ୍କ ପାଇଁ ଛତୁ, ପନିରରେ ଭଳିକି ଭଳି ଡିସ୍‌ ରଖାଯିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି। ସେହିଭଳି ସହରରେ ଥିବା କ୍ଲବ ଗୁଡ଼ିକରେ ମଧ୍ୟ ଭୋଜିର ଆୟୋଜନ କରାଯାଇଛି। କେତେକ କ୍ଲବ ପକ୍ଷରୁ ଡିଜେ ଓ ବାଣ ଯୋଗାଡ଼ ଶେଷ ହୋଇଛି। ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଦ୍ରୁତଗତିରେ ଗାଡ଼ି ଚାଳନା ରୋକିବା ଓ ମଦ୍ୟପଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୀମିତ ଲୋକଙ୍କୁ ନେଇ ସେଲିବ୍ରେଶନ
କରୋନା କଟକଣା ପାଇଁ ୨ ବର୍ଷ ହେବ ଜିରୋ ନାଇଟ୍‌ ସେଲିବ୍ରେଶନ ହୋଇ ନ ଥିଲା। ତେବେ ଚଳିତବର୍ଷ ଏ ନେଇ ହୋଟେଲରେ ବୁକିଂ ଆରମ୍ଭ ହୋଇଛି। ସାମିଲ ହେବାକୁ ଥିବା ସୀମିତ ଲୋକଙ୍କୁ ସୁସ୍ବାଦ ଖାଦ୍ୟ ସହ ମନୋରଞ୍ଜନ ଯୋଗାଇ ଦେବାର ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
-ଶ୍ୱେତ ସ୍ବାଇଁ, ମାଲିକ, କମଲେସ୍‌ ହୋଟେଲ

ରକ୍ତଦାନ ଶିବିର କରାଯିବ
ବନ୍ଧୁମାନଙ୍କ ଗହଣରେ ନୂଆବର୍ଷକୁ ସ୍ବାଗତ କରାଯିବ। କିଭଳି ଏହି ଦିନକୁ ସ୍ମରଣୀୟ କରାଯିବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ମଧ୍ୟ ଯୋଜନା ରଖାଯାଇଛି।
-ଅନୁପ କୁମାର ସାମଲ, ମହିମା ନେହେରୁ କ୍ଲବ, ଶିମିଳିପଡ଼ା

ଭୋଜି, କେକ୍‌ କଟାଯିବ
ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭୋଜିଭାତ ସାଙ୍ଗକୁ ନୃତ୍ୟ କାର୍ଯ୍ୟକ୍ରମ ରଖାଯାଇଛି। ରାତିରେ କେକ୍‌ କଟାଯାଇ ନୂଆବର୍ଷକୁ ସ୍ବାଗତ କରାଯିବ। ଏଥିସହ ବାଣ ମଧ୍ୟ ଫୁଟାଯିବ।
-ଶିବାନୀ ଶଙ୍କର ଗୌଡ଼, ମହାବିନାୟକ କ୍ଲବ, ଅମଲାପଡ଼ା

ପରିବାର ସହ ରହି ମଜା ଉଠାଇବୁ
କଲେଜ ଛୁଟି ଥିବାରୁ ପରିବାର ସଦସ୍ୟଙ୍କ ଗହଣରେ ନୂଆବର୍ଷ ପାଳନ ପାଇଁ ଯୋଜନା କରାଯାଇଛି। ପିଲାବେଳର ସାଙ୍ଗମାନଙ୍କ ସହ ବହୁ ମଜା କରାଯିବ। ଭୋଜି, ନାଚ ଗୀତରେ ନୂଆବର୍ଷକୁ ସ୍ବାଗତ କରାଯିବ।
-ରୋସନ ଦାସ, ଛାତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri