Posted inଖେଳ

୨୬୭ ରନରେ ଆଉଟ୍‌ ହେଲେ କ୍ରଲି

ସାଉଥାମ୍ପଟନ,୨୨।୮(ପି.ଟି.): ସ୍ଥାନୀୟ ରୋଜ ବାଓଲ ଗ୍ରାଉଣ୍ଡରେ ଚାଲିଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଜ୍ୟାକ କ୍ରଲିଙ୍କ ଆକର୍ଷଣୀୟ ଦ୍ୱିଶତକ ଓ ଜୋସ୍‌ ବଟଲରଙ୍କ ଶତକ ସହାୟତା ଘରୋଇ ଇଂଲଣ୍ଡ ବୃହତ୍‌ ସ୍କୋର ଆଡକୁ ଅଗ୍ରସର ହୋଇଛି।
ଶନିବାର ଦ୍ୱିତୀୟ ଦିବସ ତୃତୀୟ ସେସନରେ ରିପୋର୍ଟ ଲେଖାହେବା ବେଳକୁ ଇଂଲଣ୍ଡ ୧୩୪ ଓଭରରେ ୫ ଉଇକେଟ ହରାଇ ୪୮୮ ରନ ସଂଗ୍ରହ କରିଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ୧୩୯ ରନର ଶତକୀୟ ଇନିଂସ ଖେଳି ଓ କ୍ରିସ୍‌ ଓ୍ବକ୍ସ ୧ ରନ କରି ବ୍ୟାଟିଂ ଜାରି ରଖିଥିଲେ। କ୍ରଲି ୨୬୭ ରନର ଦ୍ୱିତୀଶକୀୟ ଇନିଂସ ଖେଳି ଆସାଦ ସାଫିକ୍‌ଙ୍କ ବଲ୍‌ରେ ଉଇକେଟକିପର ମହମ୍ମଦ ରିଜଓ୍ବାନଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇ ପ୍ୟାଭିଲିୟନ ଫେରିଛନ୍ତି। କ୍ରଲି କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ସେହିପରି ବଟଲର କ୍ୟାରିୟରର ଦ୍ୱିତୀୟ ଶତକ ଅର୍ଜନ କରିଛନ୍ତି। ୧୨୭ ରନରେ ୪ ଉଇକେଟ ହରାଇ ଇଂଲଣ୍ଡ ସଂଘର୍ଷ କରୁଥିବା ବେଳେ କ୍ରଲି ଓ ବଟଲର ଚତୁର୍ଥ ଉଇକେଟରେ ୩୫୯ ରନ କରି ପାକିସ୍ତାନ ବୋଲରଙ୍କୁ ନିରାଶ କରିବା ସହ ଇଂଲଣ୍ଡ ସ୍ଥିତି ଦୃଢ କରିଥିଲେ। ପ୍ରଥମ ଟେଷ୍ଟ ଜିତି ଇଂଲଣ୍ଡ ୧-୦ରେ ସିରିଜ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଟେଷ୍ଟ ଡ୍ର ରହିଥିଲା। ଅତିକମ୍‌ରେ ଏହି ମ୍ୟାଚ୍‌କୁ ଡ୍ର’ ରଖିପାରିଲେ ଘରୋଇ ଦଳ ୧୦ ବର୍ଷ ପରେ ପାକିସ୍ତାନକୁ ପ୍ରଥମଥର ଟେଷ୍ଟ ସିରିଜରେ ପରାସ୍ତ କରିବ। ନିକଟରେ ଇଂଲଣ୍ଡ ଘରୋଇ ପରିବେଶରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଟେଷ୍ଟ ସିରିଜରେ ୨-୧ରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri