Posted inଖେଳ

ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଚହଲ

ପୁଣେ,୮।୪: ଟିମ ଇଣ୍ଡିଆର ସ୍ପିନର ୟୁଜଭେନ୍ଦ୍ର ଚହଲ ଦୀର୍ଘ ଦିନ ଧରି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଖେଳୁଛନ୍ତି। ସେ ୨୦୧୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ରେ ଯୋଗଦେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଥିଲେ। ଚଳିତ ଆଇପିଏଲ୍‌ରେ ଚହଲ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଛନ୍ତି। ଉଭୟ ଅଶ୍ୱିନ ଏବଂ ଚହଲ ରାଜସ୍ଥାନ ରୟାଲ୍ସ ପାଇଁ ଏକାଠି ଖେଳୁଛନ୍ତି। ରାଜସ୍ଥାନ ରୟାଲ୍ସ ଏକ ଭିଡିଓ ଶେୟାର କରିଛି। ଭିଡିଓରେ ଅଶ୍ୱିନ, କରୁଣ ନାୟାର ଚହଲଙ୍କ ସହ କ୍ରିକେଟ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହି ଆଲୋଚନା ସମୟରେ, ଚହଲ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା କରିଥିଲେ। ୨୦୧୩ ଆଇପିଏଲରେ ତାଙ୍କ ଜୀବନ କିପରି ବଞ୍ଚିଗଲା ସେ କହିଥିଲେ।
ଚହଲ ଏହି ଭିଡିଓରେ କହିଛନ୍ତି, ମୁଁ ଏହି ଘଟଣା କେବେ କାହାକୁ କହି ନାହିଁ, କିନ୍ତୁ ଏବେ ଲୋକମାନେ ଏହା ବିଷୟରେ ଜାଣିବେ। ୨୦୧୩ରେ ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଂଶ ଥିଲି। ବେଙ୍ଗାଲୁରୁରେ ଆମର ଏକ ମ୍ୟାଚ ହୋଇଥିଲା। ମ୍ୟାଚ ପରେ ଏକ ପାର୍ଟି ହୋଇଥିଲା। ତେଣୁ ଜଣେ ଖେଳାଳି ଥିଲେ ମଦ୍ୟପାନ କରିଥିଲେ। ମୁଁ ତାଙ୍କ ନାମ ନେବି ନାହିଁ। ସେ ଅତ୍ୟଧିକ ମଦ୍ୟପାନ କରିଥିଲେ। ସେ ବହୁତ ସମୟ ପର୍ଯ୍ୟନ୍ତ ମୋ ଆଡକୁ ଚାହିଁ ରହିଥିଲେ, ତା’ପରେ ସେ ମୋତେ ଡାକିଲେ। ସେ ମୋତେ ବାହାରକୁ ନେଇ ବାଲକୋନୀରେ ଝୁଲାଇ ଦେଇଥିଲେ। ମୋ ହାତ ତାଙ୍କ ବେକରେ ଗୁଡ଼ାଇ ହୋଇ ରହିଥିଲା। ଯଦି ମୁଁ ମୋର ହାତ ଛାଡି ଦେଇଥାନ୍ତି ତେବେ ଯାହା ଘଟିଥାନ୍ତା… ମୁଁ ସେତେବେଳେ ୧୫ ତମ ମହଲାରେ ଥିଲି। ହଠାତ୍‌ ସେଠାରେ ଉପସ୍ଥିତ ଅନେକ ଲୋକ ଆସିଲେ, ସେମାନେ ପରିସ୍ଥିତିକୁ ନିୟନ୍ତ୍ରଣ କଲେ। ମୁଁ ବୋହାଶ ହୋଇଗଲି, ଲୋକମାନେ ମୋତେ ପାଣି ଦେଲେ। ସେଦିନ ମୁଁ ବୁଝିଲି ବାହାରକୁ ଯିବାବେଳେ ଆମେ କେତେ ଦାୟିତ୍ୱବାନ୍‌ ହେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri