Posted inଖେଳ

ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଚହଲ

ପୁଣେ,୮।୪: ଟିମ ଇଣ୍ଡିଆର ସ୍ପିନର ୟୁଜଭେନ୍ଦ୍ର ଚହଲ ଦୀର୍ଘ ଦିନ ଧରି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଖେଳୁଛନ୍ତି। ସେ ୨୦୧୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ରେ ଯୋଗଦେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଥିଲେ। ଚଳିତ ଆଇପିଏଲ୍‌ରେ ଚହଲ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଛନ୍ତି। ଉଭୟ ଅଶ୍ୱିନ ଏବଂ ଚହଲ ରାଜସ୍ଥାନ ରୟାଲ୍ସ ପାଇଁ ଏକାଠି ଖେଳୁଛନ୍ତି। ରାଜସ୍ଥାନ ରୟାଲ୍ସ ଏକ ଭିଡିଓ ଶେୟାର କରିଛି। ଭିଡିଓରେ ଅଶ୍ୱିନ, କରୁଣ ନାୟାର ଚହଲଙ୍କ ସହ କ୍ରିକେଟ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହି ଆଲୋଚନା ସମୟରେ, ଚହଲ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା କରିଥିଲେ। ୨୦୧୩ ଆଇପିଏଲରେ ତାଙ୍କ ଜୀବନ କିପରି ବଞ୍ଚିଗଲା ସେ କହିଥିଲେ।
ଚହଲ ଏହି ଭିଡିଓରେ କହିଛନ୍ତି, ମୁଁ ଏହି ଘଟଣା କେବେ କାହାକୁ କହି ନାହିଁ, କିନ୍ତୁ ଏବେ ଲୋକମାନେ ଏହା ବିଷୟରେ ଜାଣିବେ। ୨୦୧୩ରେ ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଂଶ ଥିଲି। ବେଙ୍ଗାଲୁରୁରେ ଆମର ଏକ ମ୍ୟାଚ ହୋଇଥିଲା। ମ୍ୟାଚ ପରେ ଏକ ପାର୍ଟି ହୋଇଥିଲା। ତେଣୁ ଜଣେ ଖେଳାଳି ଥିଲେ ମଦ୍ୟପାନ କରିଥିଲେ। ମୁଁ ତାଙ୍କ ନାମ ନେବି ନାହିଁ। ସେ ଅତ୍ୟଧିକ ମଦ୍ୟପାନ କରିଥିଲେ। ସେ ବହୁତ ସମୟ ପର୍ଯ୍ୟନ୍ତ ମୋ ଆଡକୁ ଚାହିଁ ରହିଥିଲେ, ତା’ପରେ ସେ ମୋତେ ଡାକିଲେ। ସେ ମୋତେ ବାହାରକୁ ନେଇ ବାଲକୋନୀରେ ଝୁଲାଇ ଦେଇଥିଲେ। ମୋ ହାତ ତାଙ୍କ ବେକରେ ଗୁଡ଼ାଇ ହୋଇ ରହିଥିଲା। ଯଦି ମୁଁ ମୋର ହାତ ଛାଡି ଦେଇଥାନ୍ତି ତେବେ ଯାହା ଘଟିଥାନ୍ତା… ମୁଁ ସେତେବେଳେ ୧୫ ତମ ମହଲାରେ ଥିଲି। ହଠାତ୍‌ ସେଠାରେ ଉପସ୍ଥିତ ଅନେକ ଲୋକ ଆସିଲେ, ସେମାନେ ପରିସ୍ଥିତିକୁ ନିୟନ୍ତ୍ରଣ କଲେ। ମୁଁ ବୋହାଶ ହୋଇଗଲି, ଲୋକମାନେ ମୋତେ ପାଣି ଦେଲେ। ସେଦିନ ମୁଁ ବୁଝିଲି ବାହାରକୁ ଯିବାବେଳେ ଆମେ କେତେ ଦାୟିତ୍ୱବାନ୍‌ ହେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?