Posted inଖେଳ

ଆରମ୍ଭରୁ ଝଟ୍‌କା

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୧୨୫ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ୧୫.୩ ଓଭରରେ ୮ ଉଇକେଟ କ୍ଷତିରେ ହାସଲ କରି ନେଇଛି ଇଂଲଣ୍ଡ।

ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ପ୍ରାୟ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ଶ୍ରେୟାସ ଆୟାର(୬୭)ଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୨୪ ରନ୍‌ କରିଥିଲା। ଘରୋଇ ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ ସାଜିଥିବା ଜୋଫ୍ରା ଆର୍ଚ୍ଚର ନେଇଥିଲେ ସର୍ବାଧିକ ୩ ଉଇକେଟ। ତାଙ୍କୁ ଗୋଟିଏ ଲେଖାଏ ଉଇକେଟ ନେଇ ଆଦିଲ ରସିଦ, ମାର୍କ ଉଡ, କ୍ରିସ ଜୋର୍ଡାନ ଓ ବେନ ଷ୍ଟୋକ୍ସ ସାହାଯ୍ୟ କରିଥିଲେ। ଛୋଟିଆ ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ଦଳ ୨୭ ବଲ ପୂର୍ବରୁ ହାତରେ ୮ ଉଇକେଟ ରଖି ହାସଲ କରି ନେଇଥିଲା। ଦଳ ପାଇଁ ଜାସନ ରୟ ୪୯ ଓ ଜୋସ ବଟଲର ୨୮ ରନ୍‌ କରି ଆଉଟ୍‌ ହୋଇଥିବାବେଳେ ଦାଓ୍ବିଦ ମଲାନ ୨୪ ଓ ଜନ୍ନି ବେଆର୍ଷ୍ଟୋ ୨୬ ରନ୍‌ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଗସ୍ତ: ଭାରତ ୨ଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ

ନୂଆଦିଲ୍ଲୀ,୨୬।୬: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ୨ଟି ଇଣ୍ଟ୍ରା...

କରୋନାରେ ଆକ୍ରାନ୍ତ ଚେଲସି ଖେଳାଳି

ଲଣ୍ଡନ,୧୩।୩- ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଦଳର ଖେଳାଳି ହଡସନ ଓଡୋଇ କରୋନା ଭାଇରସରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଭାଇରସର ସଂସ୍ପର୍ଷରେ ଆସିବାରେ ଓଡୋଇ...

ଇରାନର ପ୍ରଥମ ବିଜୟ

ଅଲ୍‌ ରାୟାନ, ୨୬।୧୧ (ଏପି):  ଚଳିତ ଫିଫା ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଇରାନ। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨-୦ ଗୋଲରେ...

ନେଟ୍ସରେ ସୁନୀଲ ଗାଭାସ୍କର ସବୁଠାରୁ ଖରାପ ଖେଳାଳି ଥିଲେ: ମୋରେ

ନୂଆଦିଲ୍ଲୀ, ୪।୭- ଭାରତୀୟ କ୍ରିକେଟ୍‌ରେ ସୁନୀଲ ଗାଭାସ୍କରଙ୍କୁ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଲିଟିଲ୍‌ ମାଷ୍ଟର ଭାବେ ପରିଚିତ ଗାଭାସ୍କର ପ୍ରଥମ...

ଆଇପିଏଲ୍‌ ସମାପନ ସମାରୋହ: ଜଲଓ୍ବା ଦେଖାଇଲେ ରଣବୀର

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ ୧୫ର ଫାଇନାଲ ଆଜି ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର...

୯ ବର୍ଷରେ ପ୍ରଥମ ଥର

ନୂଆଦିଲ୍ଲୀ,୭।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ମ୍ୟାଚ୍‌ର ଏଭଳି ଫଳାଫଳ ଯୋଗୁ ସେମିଫାଇନାଲ ଦୌଡ଼ରୁ ବାଦ୍‌...

ଆଲୋଚକଙ୍କୁ କଡ଼ା ଜବାବ ଦେଲେ କୋହଲି

ନୂଆଦିଲ୍ଲୀ,୨୪।୮: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ନଭେମ୍ବର...

ଜାଏଣ୍ଟ୍ସ ବିପକ୍ଷରେ ପାଇରେଟ୍ସର ବୃହତ୍‌ ବିଜୟ

ପୁଣେ, ୩୧ା୧୦ :ପ୍ରୋ-କବାଡ଼ି ଲିଗ୍‌ରେ ସଚିନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ସହାୟତାରେ ପାଟ୍‌ନା ପାଇରେଟ୍ସ ୩୪-୨୮ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ବାଲଓ୍ବୋଡିସ୍ଥିତ ଶ୍ରୀ ଶିବଛତ୍ରପତି ସ୍ପୋଟର୍‌ସ...

Advertisement
Archives

Model This Week